ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ହୃଦରୋଗୀଙ୍କ ପାଇଁ ୫ଟି ସୁପର ଫୁଡ୍ ,ବ୍ଲକେଜ୍ କମ୍ କରିବାରେ ହେବ ସହାୟକ

ଅସ୍ଵାସ୍ଥ୍ୟକର ଜୀବନଶୈଳୀ ଏବଂ ବ୍ୟସ୍ତତା, ଚିନ୍ତା ଓ କୋଭିଡର ପାର୍ଶ୍ଵପ୍ରତିକ୍ରିୟା କାରଣରୁ ହୃଦଜନିତ ସମସ୍ୟା ଅତି ଶୀଘ୍ର ବଢ଼ି ଚାଲିଛି। କେବଳ ବଡ଼ ନୁହେଁ କମ୍ ବୟସର ବ୍ୟକ୍ତି ଏବଂ ଛୋଟ ଛୁଆଙ୍କଠାରେ ମଧ୍ୟ ଏହି ଅସୁବିଧା ସାମ୍ନାକୁ ଆସିଛି। ଏପରି ପରିସ୍ଥିତିରେ ହୃଦୟକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ। ବ୍ଲକେଜ କମ୍ କରିବାରେ ସାହାଯ୍ୟ କରୁଥିବା ଖାଦ୍ୟ ଗ୍ରହଣ କରିବାକୁ ଉପଦେଶ ଦିଆଯାଇଛି। ସମଗ୍ର ବିଶ୍ଵରେ ହୃଦ୍ ରୋଗର ଚିନ୍ତା ବଢ଼ି ଚାଲିଛି। ବିଶ୍ଵ ସ୍ୱାସ୍ଥ୍ୟ ଅନୁଷ୍ଠାନ ଅନୁଯାୟୀ, ଭାରତ ହୃଦରୋଗ ଜନିତ ମୃତ୍ୟୁରେ ପଞ୍ଚମ ଭାଗରେ ରହିଛି (ଖାସ କରି ଯୁବକଙ୍କ ମଧ୍ୟରେ)। କିନ୍ତୁ ଉନ୍ନତ ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା ଦ୍ୱାରା ହୃଦୟ ସହ ଜଡ଼ିତ ଅନେକ ରୋଗ ଠାରୁ ମୁକ୍ତି ମିଳିପାରିବ ।

କୋଳି ଜାତୀୟ ଖାଦ୍ୟ - ବ୍ଲୁବେରୀ, ଷ୍ଟ୍ରବେରୀ,ରାସ୍ପବେରୀ ଏବଂ ବ୍ଲାକବେରୀଗୁଡ଼ିକ ଏନ୍ଥୋସାୟନିନ୍ ଭଳି ଏଣ୍ଟିଅକ୍ସିଡେଣ୍ଟରେ ଭରପୁର ରହିଥାଏ । ଏହା ଅକ୍ସିଡେଟିବ ଷ୍ଟ୍ରେସ ଏବଂ ଫୁଲିବାକୁ କମ କରିଥାଏ। ଏଥିରେ ଫାଇବରର ମାତ୍ର ଅଧିକ ରହିଥାଏ, ଯାହା କୋଲେଷ୍ଟ୍ରୋଲର ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ।

ଫେଟି ଫିସ- ସେଲ୍ମନ୍, ମେକେରଲ, ସାର୍ଡିନ ଏବଂ ଟ୍ରାଉଟ ଭଳି ଫେଟୀ ଫିସ ରେ ଓମେଗା ୩ଫେଟି ଏସିଡ ଭରପୁର ମାତ୍ରାରେ ରହିଥାଏ । ଯାହା ଟ୍ରାଇଗ୍ଲିଶରାଇଡସକୁ କମ କରିଥାଏ, ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ଧମନୀରେ ବ୍ଲକେଜ ହେବାକୁ ଦେଇ ନଥାଏ।

ଡ୍ରାଏ ଫ୍ରୁଟସ - ବାଦାମ, ଅଖରୋଟ, ପିସ୍ତା ଏବଂ ଅଳସି ବୀଜ ଭଳି ଖାଦ୍ୟ ପଦାର୍ଥ ଫାଇବର, ହେଲଦି ଫ୍ୟାଟ, ପ୍ଲାଟ ଷ୍ଟରୋଲସ ରେ ଭରପୁର ରହିଥାଏ। ଏହା ଏଲଡିଏଲ କୋଲେଷ୍ଟ୍ରୋଲ୍କୁ କମ କରିବାରେ ସହାୟକ ହୋଇଥାଏ।

ଶାଗ - ପାଳଙ୍ଗ, କେଲ୍ (ଏକ ପ୍ରକାରର ଶାଗ), ସ୍ଵିସ ଚା ଏବଂ କୋଲାର୍ଡ ରେ ଭିଟାମିନ ଏବଂ ମିନେରାଲ ଭରପୁର ହୋଇ ରହିଥାଏ। ଏହା ଧମନୀର ସୁରକ୍ଷା କରିଥାଏ। ଏଥିରେ ଥିବା ନାଇଟ୍ରେଟ ବ୍ଲଡ଼ ସର୍କ୍ୟୁଲେଶନ ରେ ଉନ୍ନତି ଆଣି ରକ୍ତ ଚାପ କୁ କମ କରିଥାଏ।

ଯଅ -ଏଥିରେ ଖାସ କରି ବିଟା ଗ୍ଲୁକାନ ରହିଥାଏ। ଏହା ଶରୀରରେ ଶୀଘ୍ର ମିଶିବା ସହ କୋଲେଷ୍ଟ୍ରାଲ ର ସ୍ତରକୁ କମ୍ କରିଥାଏ। ଏଥି ସହିତ ରକ୍ତରେ ଶର୍କରା ର ପରିମାଣ କୁ ନିୟନ୍ତ୍ରଣ କରି ରଖିଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.