ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଦୀପାଳିଙ୍କ ଆବେଦନକୁ ଗ୍ରହଣ କଲେ ଇସିଆଇ, ଝାରସୁଗୁଡ଼ାର ୧୩ ବୁଥ୍‌ରେ ଯାଞ୍ଚ ହେବ ଇଭିଏମ୍‌

ଝାରସୁଗୁଡ଼ା,୨୧/୦୬: ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ୧୩ଟି ବୁଥ୍‌ର  ଇଭିଏମ୍‌ ଚେକିଂ ତଥା ଭେରିଫିକେସନ୍‌ କରାଯିବ । ଏ ନେଇ ଗୁରୁବାର ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ଜୁନ୍‌ ୪ରେ  ପ୍ରକାଶିତ ହୋଇଥିଲା । ବିଭିନ୍ନ କାରଣରୁ ଫଳାଫଳକୁ ନେଇ ସନ୍ତୁଷ୍ଟ ନ ଥିବା  କେତେଜଣ ପ୍ରାର୍ଥୀ ଇଭିଏମ୍‌ ଯାଞ୍ଚ ନେଇ ଆବେଦନ କରିଥିଲେ । ଏହାକୁ ଗ୍ରହଣ କରିଛନ୍ତି ଇସିଆଇ । 

ତଦନୁଯାୟୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼,  ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲଙ୍ଗାନା ରାଜ୍ୟର ସମୁଦାୟ  ୮ ଲୋକସଭା କ୍ଷେତ୍ରର ୯୨ଟି ବୁଥ ଏବଂ ୩ଟି ବିଧାନସଭା କ୍ଷେତ୍ର ଅଧୀନ ୨୬ଟି ବୁଥ୍‌ର ଇଭିଏମ୍‌/ଭିଭିପାଟ୍‌ ଯାଞ୍ଚ ହେବ । ଏଥିରେ ଓଡ଼ିଶାର ଏକମାତ୍ର ବିଧାନସଭା କ୍ଷେତ୍ର ଝାରସୁଗୁଡ଼ା ରହିଛି । ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର  ବିଜେଡିରୁ ପ୍ରାର୍ଥୀ ଦୀପାଳି ଦାସ ଇଭିଏମ୍‌ ଯାଞ୍ଚ ଲାଗି ଆବେଦନ କରିଥିଲେ ।  

ଗତ ଜୁନ୍‌ ୧ରେ ଇସିଆଇ ଆବେଦନ ପ୍ରଣାଳୀ, ଯାଞ୍ଚ ପ୍ରକ୍ରିୟା, ପ୍ରୋଟୋକଲ  ଆଦିକୁ ନେଇ ଏସ୍‌ଓପି ଜାରି କରିଥିଲେ । ନିର୍ବାଚନ ଫଳାଫଳ ପ୍ରକାଶର ୩୦ ଦିନ  ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ସମ୍ପୃକ୍ତ ମାନୁଫାକଚର୍‌ଙ୍କୁ ଆବେଦନକାରୀଙ୍କ  ତାଲିକା ପ୍ରଦାନର ବ୍ୟବସ୍ଥା ରହିଛି । ହେଲେ ରାଜ୍ୟ ନିର୍ବାଚନ କମିଶନ ଏହାର  ଯଥେଷ୍ଟ ପୂର୍ବରୁ ମାନୁଫାକଚର୍‌ଙ୍କୁ ଅବଗତ କରାଇ ସାରିଛନ୍ତି । 

ନିର୍ବାଚନ ଫଳାଫଳ  ଘୋଷଣାର ୪୫ ଦିନ ମଧ୍ୟରେ ଅର୍ଥାତ ୧୯ ଜୁଲାଇ ସୁଦ୍ଧା ନିର୍ବାଚନ ପିଟିସନ ଦାୟର  କରାଯାଇ ପାରିବ ବୋଲି ପ୍ରାବଧାନ ରହିଛି । ସିଇଓଙ୍କଠାରୁ ନିର୍ବାଚନ ପିଟିସନ  (ଇପି) ଷ୍ଟାଟସ୍‌ ସଂପର୍କରେ ଜାଣିବା ପରେ ଦୁଇ ସପ୍ତାହ ମଧ୍ୟରେ ମାନୁଫାକଚର୍‌  ଇଭିଏମ୍‌ ଚେକିଂ ଏବଂ ଭେରିଫିକେସନ ଲାଗି ସମୟ ନିର୍ଦ୍ଧାରଣ କରିବେ । ଇପି  ଷ୍ଟାଟସ୍‌ ସମ୍ପର୍କରେ ନିଶ୍ଚିତ ହେବା ପରେ ଚାରି ସପ୍ତାହ ମଧ୍ୟରେ ଇଭିଏମ୍‌ର ଚେକିଂ  ଏବଂ ଭେରିଫିକେସନ୍‌ କରିବେ ବୋଲି ଏଥିରେ ଦର୍ଶାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.