ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବିଶ୍ୱ ସଂଗୀତ ଦିବସ, ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ତ୍ୱ

ଆଜି ବିଶ୍ୱ ସଂଗୀତ ଦିବସ । ବର୍ତ୍ତମାନର ଏହି ବିସାଦଗ୍ରସ୍ତ ଜୀବନରେ ଅନେକଙ୍କ ପାଇଁ ସଂଗୀତ ଖୁସି ଏବଂ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। କର୍ମମୟ ଦିନର ଶେଷରେ ମନଲାଖି ସଂଗୀତଟିଏ ଶୁଣିଦେଲେ ସବୁ ଥକାପଣ,ଦୁଃଖକଷ୍ଟ ଦୂରେଇଯାଏ। କେବଳ ସେତିକି ନୁହେଁ, ଏହି ସଂଗୀତରେ ଲୁଚି ରହିଛି ଅନେକଙ୍କ ମନକଥା। ପିଲାବେଳୁ ଆମେ ସମସ୍ତେ ସଂଗୀତର ତାଳେତାଳେ ନିଜ ଜୀବନର ପାହାଚ ଚଢି ଆସୁଛେ। ଏହି ସଂଗୀତ ଅନେକଙ୍କୁ ନୂଆ ଜୀବନ ମଧ୍ୟ ଦେଇଛି। ବର୍ତ୍ତମାନ ଆମ ହାତ ପାହାନ୍ତାରେ ସେମସ୍ତ ପ୍ରକାରର ସୁବିଧା ସୁଯୋଗ ଥାଇମଧ୍ୟ ମନପସନ୍ଦର ଗୀତଟିଏ ହିଁ ମୁହଁରେ ଖୁସି ଆଣିଦେଇଥାଏ।  ସଂଗୀତ ଦିବସ ‘ଫେଷ୍ଟ ଡେ ଲା ମ୍ୟୁଜିକ’ ନାମରେ ମଧ୍ୟ ପ୍ରଚଳିତ। ସଂଗୀତ ଏବଂ ଏହାର ସାର୍ବଭୌମିକ ଭାଷାକୁ ଆଗକୁ ନେବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ସଂଗୀତ ଦିବସ ପାଳନ କରାଯାଇଥାଏ। ଏହିଦିନ ସମସ୍ତେ ନିଜ ଆଖପାଖରେ ଥିବା ପାର୍କ ବା କୌଣସି ସାର୍ବଜାନିକ ସ୍ଥାନରେ ସଂଗୀତ ଲଗାଇ ଉପଭୋଗ କରିଥାନ୍ତି। ଆମର ସଂଗୀତକୁ ଆଗକୁ ନେବା ଏବଂ ସଂଗୀତକାର ମାନଙ୍କୁ ପ୍ରୋତ୍ସାହନ କରିବା ହିଁ ଏହି ଖାସ୍ ଦିନର ମୁଖ୍ୟ ଉଦ୍ଦେଶ୍ୟ। 

ବିଶ୍ୱ ସଂଗୀତ ଦିବସର ଇତିହାସ:- ବିଶ୍ୱ ସଂଗୀତ ଦିବସର ଉତ୍ପତ୍ତି ୧୯୮୨ ମସିହାରେ ଫ୍ରାନ୍ସରେ ହୋଇଛି । ଏହାର ଇତିହାସ ଏବଂ ପୃଷ୍ଠଭୁମି ବହୁତ ସମୃଦ୍ଧ ରହିଛି । ସେହି ସମୟର ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଜୈକ୍ ଲୈଂଗ୍, ସଂଗୀତକାର ମୌରିସ୍ ଫ୍ଲେରେଟ୍ ଏବଂ ଜଣେ ସଂଗୀତ ପତ୍ରକାର ତଥା ରେଡିଓ ନିର୍ମାତା ମିଶି ସଂଗୀତକୁ ଗୋଟିଏ ଦିନ ସମର୍ପଣ କରିବାକୁ ବିଚାର କରିଥିଲେ। ଜୁନ୍ ୨୧ ତାରିଖରେ ଗ୍ରୀଷ୍ମ ସଂସ୍କୃତି ଦିନ, ଗାୟକ ଏବଂ ସଂଗୀତକାର ସଂଗୀତର ପରିବର୍ତ୍ତନକାରୀ ଶକ୍ତିକୁ ସମ୍ମାନ କରିବା ପାଇଁ ସାର୍ବଜନୀକ ସ୍ଥାନରେ ଏକତ୍ରିତ ହେଲେ। ଏହି ଦିନରେ ସଂଗୀତର ବିବିଧତାକୁ ପ୍ରୋତ୍ସାହନ କରି ସମସ୍ତଙ୍କର ସଂଗୀତ ପ୍ରତି ଥିବା ଭାବନାକୁ ଜାଗୃତ କରାଇଲେ। 

ପ୍ୟାରିସ୍ ୧୯୮୨ ମସିହା ଜୁନ୍ ୨୧ ତାରିଖରେ ପ୍ରଥମ ବିଶ୍ୱ ସଂଗୀତ ଦିବସ ପାଳନ କରିଥିଲା। ଏହି ଅବସରରେ ଏକ ହଜାରରୁ ଅଧିକ ସଂଗୀତକାର ପାର୍କ ଏବଂ ସଡକରେ ସଂଗୀତର ପ୍ରଦର୍ଶନ କରିଥିଲେ । ଏହି ଉତ୍ସବ ଏକ ବଡ ସଫଳତା ଥିଲା। ସେବେଠାରୁ ସାରା ବିଶ୍ୱରେ ଏହି ଦିନଟିକୁ ଖୁବ୍ ଧୁମଧାମ ପାଳନ କରିଆସୁଛି। ସଗୀତ ଏକ ନୈତିକ ନିୟମ ଏଟେ । ଏହା ବ୍ରହ୍ମାଣ୍ଡକୁ ଆତ୍ମା ଦେଇଥାଏ, ମନକୁ ଡେଣା ଏବଂ କଳ୍ପନାକୁ ଉଡିବାକୁ ଦେଇଥାଏ। ଜୀବନରେ ବଞ୍ଚିବାର କାରଣ ଦେଇ ଏହାକୁ ଉଲ୍ଲାସରେ ଭରିଦେଇଥାଏ। ଏହା ମାନବଜାତିର ସାର୍ବଭୋମିକ ଭାଷା ମଧ୍ୟ ଏଟେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.