ମୁମ୍ବାଇ,୧୧/୭:ଆସନ୍ତା ୧୯ରେ ପରଦାକୁ ଆସିବାକୁ ଯାଉଛି ବିକି କୌଶଲଙ୍କ ଫିଲ୍ମ 'ବ୍ୟାଡ ନ୍ୟୁଜ'। ଫିଲ୍ମ ରିଲିଜକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବର୍ତ୍ତମାନ ଫିଲ୍ମର ଗୀତ 'ତୋବା ତୋବା' ଖୁବ ଭାଇରାଲ ହେଉଛି । ନିକଟରେ ଏହି ଗୀତଟି ରିଲିଜ ହୋଇଥିଲା । ଯେଉଁଥିରେ ବିକି କୌଶଲ ଦମଦାର ପରଫର୍ମ କରୁଥିବା ନଜର ଆସିଛନ୍ତି । ଗୀତରେ ତାଙ୍କର ଡ୍ୟାନ୍ସ ମୁଭ୍ସକୁ ସମସ୍ତେ ପସନ୍ଦ କରିଥିବା ବେଳେ ବର୍ତ୍ତମାନ ବିକିଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ଏକ ସାକ୍ଷାତକାରରେ ବିକି କୌଶଲ କ୍ୟାଟ୍ରିନା କୈଫଙ୍କ ପ୍ରତିକ୍ରିୟା ବିଷୟରେ ପ୍ରକାଶ କରିଛନ୍ତି । ବିକି କହିଛନ୍ତି ଯେ, କ୍ୟାଟ୍ ମଧ୍ୟ ତାଙ୍କ ପ୍ରଦର୍ଶନ ସଂପର୍କରେ ବିକିଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ ବିକିଙ୍କୁ କହିଥିଲେ ଯେ ଡ୍ୟାନ୍ସ ପ୍ରଦର୍ଶନ କରିବାବେଳେ ସେ ତାଙ୍କ ଶରୀରର ଗତିବିଧିକୁ ନିୟନ୍ତ୍ରଣ କରିବା ଅଭ୍ୟାସ କରିବା ଉଚିତ୍ ।ବିକି ଆହୁରି କହିଛନ୍ତି ଯେ କ୍ୟାଟ୍ରିନା ମୋତେ କହିଥିଲେ ଯେ ମୁଁ ଜାଣେ ତୁମେ ନୃତ୍ୟକୁ ଭଲ ପାଅ,କିନ୍ତୁ ତୁମେ ଜଣେ ବାରାତି ଡ୍ୟାନ୍ସର,ତାଲିମପ୍ରାପ୍ତ ଡ୍ୟାନ୍ସର ନୁହଁ । ଏଥର ସେ ଖୁସି କାରଣ ସେ ମୋର ଡ୍ୟାନ୍ସକୁ ପ୍ରଶଂସା କରିଛନ୍ତି । ଯେତେବେଳେ କ୍ୟାଟ୍ରିନା 'ତୋବା ତୋବା' ଗୀତ ଦେଖିଥିଲେ, ସେତେବେଳେ ସେ ମୋର ଡ୍ୟାନ୍ସକୁ ପ୍ରଶଂସା କରି 'ପରଫେକ୍ଟ' ବୋଲି କହିଛନ୍ତି । ବିକି କହିଛନ୍ତି ଯେ କ୍ୟାଟ୍ରିନା ବ୍ୟାଡ ନ୍ୟୁଜରେ ମୋ ଚରିତ୍ର ବହୁତ ଭଲ ଥିବା କହିଛନ୍ତି । ସେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ତେବେ ବିକି କୌଶଲଙ୍କ ଏହି ଫିଲ୍ମ ଜୁଲାଇ ୧୯ ରେ ରିଲିଜ ହେବ । ଏହି ଫିଲ୍ମରେ ସେ ଆନିମଲ ଅଭିନେତ୍ରୀ ତଥା ନ୍ୟାସନାଲ କ୍ରସ ତ୍ରିପ୍ତି ଡିମ୍ରି ସହ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ତାରକା ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ।