ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗ୍ରାହକଙ୍କୁ ପ୍ରମୋସନାଲ କଲ୍‌ କଲେ ଲାଗିବ ଜୋରିମନା ; ଏୟାରଟେଲ , ଜିୟୋ ଓ ଭିଆଇକୁ ଚେତାବନୀ

ନୂଆଦିଲ୍ଲୀ : ଅନେକ ସମୟରେ ଅଜଣା ନମ୍ୱରରୁ ଆସୁଥିବା କଲ୍‌କୁ ରିସିଭ୍ କରିବା ପରେ ଜଣାପଡ଼େ କି ତାହା ପ୍ରମୋସନାଲ କଲ୍‌। ସମସ୍ୟା ତ ସେତେବେଳେ ହୁଏ, ଯେବେ ଆପଣ କୌଣସି ଜରୁରୀ କାମ କରୁଥିବେ ବା ଡ୍ରାଇଭ୍‌ କରୁଥିବେ। ଏବେ ସବ୍ସକ୍ରାଇବରଙ୍କୁ ପ୍ରମୋସନାଲ କଲ୍‌ସରୁ ମୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ଜରୁରି ପଦକ୍ଷେପ ନିଆଯାଇଛି। ଟେଲିକମ୍‌ ଅପରେଟରଙ୍କୁ କୁହାଯାଇଛି କି ଚଳିତ ମାସ ଶେଷ ସୁଦ୍ଧା ପ୍ରମୋସନାଲ କଲ୍ସରେ ଲଗାମ ଲଗାଯାଉ ଏବଂ ନିର୍ଦ୍ଦେଶର ପାଳନ ନକଲେ ବଡ଼ ପରିମାଣର ଜୋରିମନା ଲଗାଯିବ।

ମାମଲା ସହ ଜଡ଼ିତ ଦୁଇ ଜଣ ଲୋକ କହିଛନ୍ତି କି , ଅନରେଜିଷ୍ଟର୍ଡ ମୋବାଇଲ ନମ୍ୱରରୁ ପ୍ରମୋସନାଲ କଲ୍ସ କଲେ ଜୋରିମନା ଲାଗିବ ଏବଂ ଏହି କଲ୍ସକୁ ଭୁଲ୍‌ ଟ୍ରେଡ୍‌ ପ୍ରାକ୍ଟିସ୍‌ର ଅଂଶ ଭାବେ ଧରାଯିବ। ଏହା ପ୍ରଥମ ଥର ଯେବେ ଟେଲିକମ୍‌ ଅପରେଟରଙ୍କ ଉପରେ ଗ୍ରାହକଙ୍କ ଗୋପନୀୟତା ଓ ଅଧିକାରକୁ ଆଘାତ ପହଞ୍ଚାଇବା ପାଇଁ ପେନାଲଟି ଲାଗିବା କଥା କୁହାଯାଇଛି। ଆଶା କରାଯାଉଛି କି, ଏମିତି ସ୍ଥିତିରେ ପ୍ରମୋସନାଲ କଲ୍ସ ଉପରେ ଲଗାମ ଲାଗି ପାରେ।

ମୋବାଇଲ ସବ୍ସକ୍ରାଇବରଙ୍କୁ ଏବେ ଇଣ୍ଡିଭିଜୁଆଲ୍ସର ଓନରସିପ୍‌ ଥିବା ୧୦ ଡିଜିଟର ଅନରେଜିଷ୍ଟର୍ଡ ନମ୍ୱରରୁ ଅନେକ ପ୍ରମୋସନାଲ କଲ୍ ସବୁ କରାଯାଉଛି ଏବଂ ଏହା ମାଧ୍ୟମରେ କମର୍ସିଆଲ ମେସେଜ୍‌ ପଠାଯାଏ। ହେଲେ ଏହି ନମ୍ୱର କମର୍ସିଆଲ ୟୁଜ୍‌ ପାଇଁ ରେଜିଷ୍ଟର୍ଡ ହୋଇ ନଥାଏ ଏବଂ ଏହାର ବ୍ୟବହାର ପ୍ରମୋସନାଲ କଲ୍ସ ପାଇଁ କରାଯିବା ଉଚିତ ନୁହେଁ । ଏବେ ଏମିତି କରିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.