ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୪ : ଓ୍ୱେଷ୍ଟଇଣ୍ଡିଜ୍‌ରେ ବିଶାଳ ବିଜୟ, ୩୯ ରନ୍‌ରେ ଅଟକିଲା ଉଗାଣ୍ଡା

ମୁମ୍ବାଇ ୦୯/୦୬ : ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୪ । ରବିବାର ଓ୍ୱେଷ୍ଟଇଣ୍ଡିଜ୍‌ ଏବଂ ଉଗାଣ୍ଡା ମଧ୍ୟରେ ଦେଖିବାକୁ ମିଳିଥିଲା ଟକ୍କର । ଏହି ମ୍ୟାଚ୍‌ରେ ୟୁଗାଣ୍ଡାକୁ ଅତି ଶୋଚନୀୟ ଭାବେ ପରାସ୍ତ କରିଛି ଓ୍ୱେଷ୍ଟଇଣ୍ଡିଜ୍ । ଆଉ ମାତ୍ର ୩୯ ରନରେ ୟୁଗାଣ୍ଡା ଅଲଆଉଟ୍ ହୋଇଯାଇଛି । 

ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ରେ ଏହି ଲିଗ୍‌ ପର୍ଯ୍ୟାୟ ମୁକାବିଲାରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କାରବିଆନ୍‌ ଟିମ୍ । ଦଳ ମୋଟ ୨୦ ଓଭରରେ ୫ ଓ୍ୱିକେଟ୍‌ରେ ହରାଇ ୧୭୩ ରନ୍‌ କରିଥିଲା । ଶେଷରେ ୧୭୪ ରନ୍‌ ବିଜୟ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଉଗାଣ୍ଡା । ହେଲେ ଦଳ ପାଇଁ ବିପର୍ଯ୍ୟୟ ସାଜିଥିଲେ ଓ୍ୱେଷ୍ଟଇଣ୍ଡିଜ୍‌ ବ୍ୟାଟର । ମାତ୍ର ୩୯ ରନ୍‌ରେ ପୂରା ଟିମ୍‌ ଅଲଆଉଟ୍‌ ହୋଇଯାଇଥିଲା । ଶେଷରେ ୧୩୪ ରନ୍‌ରେ ବିଶାଳ ବିଜୟ ହାସଲ କରିଛି ଓ୍ୱେଷ୍ଟଇଣ୍ଡିଜ୍ ।  

ଉଗାଣ୍ଡା ଟିମ୍‌ ଗୋଟିଏ ସମୟରେ ଟି-୨୦ ବିଶ୍ୱକପ୍‌ରେ ସବୁଠାରୁ କମ୍‌ ସ୍କୋର କରିବାର ନିକଟତର ଥିଲା । ହେଲେ ସେଥିରୁ ବର୍ତ୍ତିଯାଇଥିଲା ଦଳ । ମାତ୍ର ୩୯ ରନ୍‌ରେ ପୁରା ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଏହାପୂର୍ବରୁ ଟି-୨୦ ବିଶ୍ୱକପ୍‌ ଇତିହାସରେ ୨୪ ମାର୍ଚ୍ଚ ୨୦୧୪ରେ ନେଦରଲାଣ୍ଡ ଟିମ୍‌କୁ ଶ୍ରୀଲଙ୍କା ମାତ୍ର ୩୯ ରନ୍‌ରେ ଅଟକାଇଥିଲା । ଆଉ ଏବେ ନେଦରଲାଣ୍ଡସ ରେକର୍ଡ ସହ ସମକକ୍ଷ ହୋଇଛି ଉଗାଣ୍ଡ ଟିମ୍ । 

ତେବେ ଏହି ବିଜୟ ସହ ଟି-୨୦ କ୍ରିକେଟ୍‌ରେ ଏହା ସବୁଠୁ ବଡ଼ ଧରଣ ବିଜୟ ହାସଲ କରିଛି ଉଗାଣ୍ଡା। ପୂର୍ବରୁ ୨୦୧୪ ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ୮୪ର ବିଜୟ ଥିଲା ବଡ଼ ବ୍ୟବଧାନର ବିଜୟ। ଏବେ ଏହି ରେକର୍ଡ ହୋଇଛି ବ୍ରେକ୍ । ଓ୍ୱେଷ୍ଟଇଣ୍ଡିଜ୍‌ର ଏହି ବିଜୟର ହିରୋ ଥିଲେ ଅକିଲ୍‌ ହୁସେନ୍। ଯିଏ ୪ ଓଭରରେ ମାତ୍ର ୧୧ ରନ୍‌ରେ ୫ ଓ୍ୱିକେଟ୍‌ ଅକ୍ତିଆର୍‌ କରିଥିଲେ । ଅକିଲ୍‌ଙ୍କ ଏହି ପ୍ରଦର୍ଶନ ଟି-୨୦ ବିଶ୍ୱକପ୍‌ରେ କୌଣସି ଓ୍ୱେଷ୍ଟଇଣ୍ଡିଜ୍‌ ଖେଳାଳିଙ୍କ ପକ୍ଷରୁ ଶାନ୍‌ଦାର ପ୍ରଦର୍ଶନ । ଏହାପୂର୍ବରୁ ୨୦୧୪ରେ ସାମୁଏଲ୍‌ ବଦ୍ରି ମଧ୍ୟ ଏହି ପରି ରେକର୍ଡ କରିଥିଲେ । ସେ ୪ ଓଭର ବୋଲିଂ କରି ୪ଟି ଓ୍ୱିକେଟ୍‌ ନେଇ ମାତ୍ର ୧୫ ରନ୍‌ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.