ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସୁପର-୮ ମୁକାବିଲା, ଆମେରିକାକୁ ୧୯୫ ରନ୍‌ର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

Image Courtesy: espncricinfo

ଆଣ୍ଟିଗୁଆ: ଟି-୨- ବିଶ୍ବକପ ୨୦୨୪ରେ ଆଜିଠୁ ଆରମ୍ଭ ହୋଇଛି ସୁପର-୮ ମୁକାବିଲା। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଓ ଆମେରିକା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ ହରାଇ ୧୯୪ ରନର ବିଶାଳ ସ୍କୋର କରିଛି । କ୍ଵିଣ୍ଟନ ଡି କକ୍ ୭୪ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଆଡନ ମାରକ୍ରମ ୪୬ ଓ ହେନରିଚ କ୍ଲାସେନ ୩୬ ରନର ଅପରାଜିତ ଇନିଂସ ଖେଳିଛନ୍ତି । ଡେଥ ଓଭରରେ କ୍ଲାସେନ ଓ ଟ୍ରିଷ୍ଟାନ ଟବ୍ସ ୫୦ ରନ ଯୋଡ଼ି ଦକ୍ଷିଣ ଆଫ୍ରିକା ସ୍କୋରକୁ ୧୯୦ ପାର କରିଛନ୍ତି । ଆମେରିକା ପକ୍ଷରୁ ସୌରଭ ନେତ୍ରାଭଲକର ଓ ହରମୀତ ସିଂ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଏତେ ଭଳ ନଥିଲା । ସୌରଭ ନେତ୍ରାଭଲକର ନିଜର ଦ୍ଵିତୀୟ ଓଭରରେ ରିଜା ହେଣ୍ଡ୍ରିକ୍ସ(୧୧)ଙ୍କୁ ଆଉଟ୍ କରିଥିଲେ। ଆରମ୍ଭରୁ କ୍ଵିଣ୍ଟନ ଡିକକ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପାଓ୍ଵାର ପ୍ଲେରେ ଦକ୍ଷିଣ ଆଫ୍ରିକା ୬୪ ରନ କରିଥିଲା। ଆଡନ ମାରକ୍ରମ ଓ ଡିକକ୍ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୧୦ ରନ ଯୋଡ଼ି ଆମେରିକାକୁ ବ୍ୟାକଫୁଟକୁ ଠେଲିଥିଲେ। ୧୦ ଓଭରରେ ଦୁଇ ବ୍ୟାଟର ଦଳର ସ୍କୋରକୁ ୧୦୧ ରନରେ ପହଞ୍ଚାଇଥିଲେ। 

ଏହା ମଧ୍ୟରେ ଡିକକ୍   ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୩ ତମ ଓଭରରେ ଆମେରିକାକୁ ମିଳିଥିଲା ସଫଳତା। ଡିକକ୍ ୪୦ ବଲରୁ ୭ ଚୌକା ଓ ୫ ଛକା ସହ ୭୪ ରନ କରିଥିଲେ। ଏହାପରେ ଡେଭିଡ୍ ମିଲର ଖାତା ଖୋଲି ପାରି ନ ଥିଲେ। ଅନ୍ୟପଟେ ଅଧିନାୟକ ଆଡନ ମାରକ୍ରମ ୩୨ ବଲ୍ରୁ ୪୬ ରନ ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ।

 ୧୫ ଓଭରରେ ଦକ୍ଷିଣ ଆଫ୍ରିକା ୧୪୬ ରନ କରିଥିଲା।  ହେନରିକ କ୍ଲାସେନ ଓ ଟ୍ରିଷ୍ଟାନ ଷ୍ଟବ୍ସ ଦ୍ରୁତ ବ୍ୟାଟିଂ କରି ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ିଥିଲେ। ତଥାପି ନେତ୍ରାଭଲ ୧୯ତମ ଓଭରରେ ଭଲ ବୋଲିଂ କରି ମାତ୍ର ୬ ରନ ଦେଇଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ ହରାଇ ୧୯୪ ରନ କରି ପାରିଛି।

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.