ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଆଇପିଏଲ୍‌ ନିଲାମ ପାଇଁ ପ୍ରାକ୍‌ ପ୍ରସ୍ତୁତି: ଲାଗୁ ହେବ ୫ଖେଳାଳି ପ୍ରତିଧାରଣ, ଫ୍ରାଞ୍ଚାଇଜଙ୍କୁ ମିଳିବନି ଆରଟିଏମ କାର୍ଡ

Image Courtesy: latestly

ମୁମ୍ବାଇ,୨୬/୦୯: ଆଗାମୀ ଆଇପିଏଲ ପୂର୍ବରୁ ମେଗା ନିଲାମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ଙ୍କୁ ସର୍ବନିମ୍ନ ଖେଳାଳି ରଖି ବାକି ଖେଳାଳିଙ୍କୁ ବିଦାୟ ଦେବାକୁ ପଡ଼ିବ ।୧୦  ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଙ୍କ ସହ ମାରାଥନ ବୈଠକ  ପରେ ବିସିସିଆଇ ଖେଳାଳି ପ୍ରତିଧାରଣ ନିୟମ ଘୋଷଣା  କରିବାକୁ ଯାଉଛି । ଏଥର ଫ୍ରାଞ୍ଚାଇଜମାନଙ୍କୁ ୫ଜଣ ଖେଳାଳି ରଖିବା ପାଇଁ ଅନୁମତି ମିଳିବା ଆଶା କରାଯାଉଛି । 

୨୦୨୨ ମେଗା ନିଲାମ ବେଳେ ୪ଜଣ  ଖେଳାଳିଙ୍କୁ ରଖିବା ପାଇଁ ଅନମୁତି ମିଳିଥିଲା । ଏଥର  ଫ୍ରାଞ୍ଚାଇଜ୍‌ମାନଙ୍କ ଦାବିକୁ ନଜରରେ ରଖି ବିସିସିଆଇ  ପ୍ରତିଧାରଣ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।  ମାତ୍ର ଏହା ବଦଳରେ ରାଇଟ୍‌ ଟୁ ମ୍ୟାଚ୍‌(ଆରଟିଏମ)  କାର୍ଡ ନିୟମକୁ ପ୍ରତ୍ୟାହାର କରିବାକୁ ଯୋଜନା କରୁଛି ।  

୨୦୨୨ ମେଗା ନିଲାମ ବେଳେ ଆରଟିଏମ୍‌ କାର୍ଡ  ଯୋଗେ ନିଜ ପୂର୍ବ ଖେଳାଳିଙ୍କୁ ଫେରାଇ ନେବା ପାଇଁ  ଫ୍ରାଞ୍ଚାଇଜ୍‌ଙ୍କ ନିକଟରେ ସୁଯୋଗ ରହିଥିଲା । ଆରଟିଏମ  କାର୍ଡ ନିୟମକୁ ନେଇ ଫ୍ରାଞ୍ଚାଇଜ୍‌ମାନେ ଅସନ୍ତୋଷ  ଜାହିର କରିଛନ୍ତି । ମାତ୍ର ଖେଳାଳି ପ୍ରତିଧାରଣ ସଂଖ୍ୟା ବୃଦ୍ଧି କରିବାକୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଦାବି କରିଛନ୍ତି । 

ବିସିସିଆଇ ପକ୍ଷରୁ ଖୁବ୍‌ ଶୀଘ୍ର ଖେଳାଳି ପ୍ରତିଧାରଣ  ସଂଖ୍ୟା ଘୋଷଣା କରାଯିବ ଓ ପ୍ରତ୍ୟେକ ଖେଳାଳିଙ୍କ ମୂଲ୍ୟ  ନିର୍ଣ୍ଣୟ ହେବ । ସେହିପରେ କେତେ ଭାରତୀୟ ଖେଳାଳି  ଓ କେତେ ବିଦେଶୀ ଖେଳାଳି ପ୍ରତିଧାରଣ କରାଯିବ, ଏହା  ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସୂଚନାଯୋଗ୍ୟ, ୨୦୨୨  ମେଗା ନିଲାମ ସମୟରେ ୪ଖେଳାଳି ପ୍ରତିଧାରଣ ନିୟମ  ଲାଗୁ କରାଯାଇଥିଲା ଓ ଏଥିରେ ଅତି ବେଶୀରେ ୩ ଭାରତୀୟ  ଖେଳାଳି ଓ ୨ ବିଦେଶୀ ଖେଳାଳି ରଖିବାର ନିୟମ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.