ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବାଂଲାଦେଶର ପ୍ରସିଦ୍ଧ ପ୍ରଶଂସକ ଟାଇଗର ରବିଙ୍କୁ ମାରପିଟି, ହସ୍ପିଟାଲରେ ହେଲେ ଭର୍ତ୍ତି ; ପୁଲିସ କିନ୍ତୁ କହିଲା ...

ନୂଆଦିଲ୍ଲୀ : ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଶୁକ୍ରବାର ଠାରୁ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳା ଯାଉଛି। ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି। ବାଂଲାଦେଶରେ ହେଉଥିବା ସଂଖ୍ୟାଲଘୁଙ୍କ ଉପରେ ହମଲା କାରଣରୁ କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। 

ହେଲେ ମ୍ୟାଚ୍‌ ବିରୋଧରେ ଶୁକ୍ରବାର ସକାଳେ ଭିଏଚପି ବାଂଲାଦେଶର ପତାକା ଜଳାଇ ହଙ୍ଗାମା କରିଥିଲା। ଏହି ସମୟରେ ରିପୋର୍ଟ ସାମନାକୁ ଆସିଥିଲା ଯେ, ବାଂଲାଦେଶର ପ୍ରଶଂସକ ଟାଇଗର ରବିଙ୍କୁ ଅଭିଯୋଗ ମୁତାବତ କିଛି ଲୋକ ମାରପିଟି କରିଥିଲେ ଏବଂ ତାଙ୍କ ଠାରୁ ପତାକା ଛଡ଼େଇ ନେଇଥିଲେ। ଏହି ସମୟରେ ରବିଙ୍କୁ ଆଘାତ ଲାଗିଛି, ଏହାପରେ ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି। ହେଲେ ସ୍ଥାନୀୟ ପୁଲିସ ବୟାନ ଜାରି କରି କହିଛି କି , ତାଙ୍କ ସହ ମାରପିଟି ହେବାର ଖବର ମିଛ। ରବି ହସ୍ପିଟାଲରୁ ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି କି ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା , ଯେଉଁଥି ପାଇଁ ସେ ଖୁବ୍‌ ଚିନ୍ତିତ ହୋଇ ଯାଇଥିଲେ। 

ରିପୋର୍ଟ ମୁତାବିକ , ବାଂଲାଦେଶର କ୍ରିକେଟ ପ୍ରଶଂସକ ଟାଇଗର ରବିଙ୍କୁ ଶୁକ୍ରବାର ଗ୍ରୀନ ପାର୍କ ଷ୍ଟାଡିୟମରେ କିଛି ଦର୍ଶକଙ୍କ ପାଇଁ ମାରପିଟି କରାଯାଇ ଥିଲା। ତାଙ୍କର ପେଟର ତଳ ଭାଗରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ପୁଲିସର ଉପସ୍ଥିତିରେ ହସ୍ପିଟାଲ ନିଆଯାଇଥିଲା। 

ଟାଇଗର ରବି ସ୍ପୋର୍ଟ୍ସଷ୍ଟାରକୁ କହିଥିଲେ, ସେମାନେ ମୋର ପିଠି ଏବଂ ପେଟର ତଳ ଭାଗକୁ ମାଡ଼ ମାରିଥିଲେ। ମୁଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି। 

ହେଲେ ଏହି ମାମଲାକୁ ନେଇ ନୂଆ ଅପଡେଟ୍‌ ସାମନାକୁ ଆସିଛି। ରେଭସ୍ପୋର୍ଟସ ସହ କଥାବାର୍ତ୍ତା ବେଳେ କାନପୁର ପୁଲିସ କହିଛି ଯେ , ମାରପିଟି ଘଟଣା ମିଛ  ଏବଂ ତାଙ୍କୁ ହସ୍ପିଟାଲରେ ସ୍ୱାସ୍ଥ୍ୟ ଖରାପ ହେବାର କାରଣରୁ ଭର୍ତ୍ତି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.