ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଆସନ୍ତା ୩ରୁ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ୪ ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, ୬ରେ ଭାରତ-ପାକିସ୍ତାନ ଲଢ଼େଇ

ନୂଆଦିଲ୍ଲୀ,୨୭/୦୯: ଅକ୍ଟୋବର ୩  ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି  ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ନବମ ସଂସ୍କରଣ । ଟୁର୍ଣ୍ଣାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବାର  ଥିଲା । କିନ୍ତୁ ବାଂଲାଦେଶରେ ରାଜନୈତିକ  ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଇସିସି ଶେଷରେ  ବିଶ୍ୱକପ୍‌ ୟୁଏଇକୁ ସ୍ଥାନାନ୍ତର କରିଥିଲା । ଦୁବାଇ ଓ  ସାରଜାରେ ଟୁର୍ଣ୍ଣାମେଣ୍ଟର ୨୩ଟି ମ୍ୟାଚ୍‌ ଖେଳାଯିବ । ଦୁଇଟି ଗ୍ରୁପ୍‌ରେ ମୋଟ୍‌ ୧୦ଟି ଦଳ ଏଥର  ସଂସ୍କରଣରେ ରହିଛନ୍ତି । ଗ୍ରୁପ୍‌ ଏ’ରେ ଭାରତ,  ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ।  ସେହିପରି ଗ୍ରୁପ୍‌ ବି’ରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ,  ଇଂଲଣ୍ଡ, ସ୍କଟଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ରହିଛନ୍ତି । 

କଷ୍ଟକର ଗ୍ରୁପ୍‌ରେ ଭାରତ

ଭାରତୀୟ ମହିଳା ଦଳ ଏଥର ଗ୍ରୁପ୍‌ ଏ’ର  ବିଶ୍ୱର ୪ ଟାଣୁଆ ଦଳକୁ ଭେଟିବ । ଅକ୍ଟୋବର  ୪ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱକପ୍‌ରେ  ଅଭିଯାନ ଆରମ୍ଭ କରିବ । ୬  ତାରିଖରେ ଟୁର୍ଣ୍ଣାମେଣ୍ଟର ହାଇଭୋଲ୍ଟେଜ  ଲଢ଼େଇରେ ମୁହାଁମୁହିଁ ହେବେ ଦୁଇ  ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ।  ଏହାପରେ ୯ ତାରିଖରେ ଶ୍ରୀଲଙ୍କା  ଏବଂ ୧୩ ତାରିଖରେ ଶକ୍ତିଶାଳୀ  ଅଷ୍ଟ୍ରେଲିଆକୁ ଭେଟିବାର ସୂଚୀ ରହିଛି । 

ହର୍ମନପ୍ରୀତ ଦୃଢ଼ ଆଶାବାଦୀ 

ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ  ଦଳ ଏଥର ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛି ।  ଟୁର୍ଣ୍ଣାମେଣ୍ଟର ୮ଟି ସଂସ୍କରଣ ଶେଷ ହୋଇଥିଲେ ବି  ଭାରତ ଥରୁଟିଏ ବି ଚାମ୍ପିଅନ ହେବାର ସୁଯୋଗ ପାଇ  ନାହିଁ । ୨୦୨୦ରେ ରନର୍ସଅପ୍‌ ହୋଇଥିଲା । ଏଥର  ଅଧିନାୟକ ହର୍ମନପ୍ରୀତ ବେଶ ଦୃଢ଼ ଆଶାବାଦୀ  ରହିଛନ୍ତି । ସେ ୨୦୦୯ରୁ ନିୟମିତ ଭାବେ ୮ଟି  ସଂସ୍କରଣ ଖେଳିବାର ଅଭିଜ୍ଞତା ରଖିଛନ୍ତି ।  

ସେ କହିଛନ୍ତି,‘ଭାରତୀୟ ୧୫ ଜଣିଆ ଦଳରେ  ୧୨ ଜଣ ଖେଳାଳି ଅଭିଜ୍ଞ ରହିବ ।  କେବଳ ଶ୍ରୀୟଙ୍କା ପାଟିଲ, ଆଶା  ଶୋଭନା ଏବଂ ଏସ୍‌. ସଜନା ପ୍ରଥମ  ଥର ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି ।  ଦଳର ସାମର୍ଥ୍ୟ ଉପରେ ମୋର ପୂର୍ଣ୍ଣ  ଭରସା ରହିଛି । ଏଥର ଆମେ ଶ୍ରେଷ୍ଠ  ଦଳ ସହ ବିଶ୍ୱକପ୍‌ରେ ଲଢ଼େଇ କରିବୁ । ଦଳର  ପ୍ରତ୍ୟେକ ଖେଳାଳି ଭଲ ଫର୍ମରେ ରହିଛନ୍ତି । ତେଣୁ  ପ୍ରତ୍ୟେକ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ  ରହିଛୁ ।’ 

ଭାରତୀୟ ବିଶ୍ୱକପ୍‌ ଦଳ 

ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି  ମନ୍ଧନା, ୟସ୍ତିକା ଭାଟିଆ, ରିଚା ଘୋଷ, ଦୟାଲାନ  ହେମଲତା, ଜେମିମା ରୋଡ୍ରିକ୍ସ, ଶେଫାଳି ବର୍ମା,  ଶ୍ରୀୟଙ୍କା ପାଟିଲ, ସଜୀବନ ସଜନା, ଦୀପ୍ତି ଶର୍ମା,  ଆଶା ଶୋଭନା, ଅରୁଣନ୍ଧତୀ ରେଡ୍ଡୀ, ରେଣୁକା ସିଂ,  ପୂରା ବସ୍ତ୍ରକାର ଓ ରାଧା ଯାଦବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.