ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଭାରତ -ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ଫୋକସ୍‌ରେ ପାଗ ଓ ଗ୍ରୀନ୍‌ ପାର୍କ ପିଚ୍‌, ଜାଡେଜାଙ୍କ ପାଇଁ ରେକର୍ଡ ସୁଯୋଗ

କାନପୁର,୨୭/୦୯: ଶୁକ୍ରବାରଠୁ ଘରୋଇ ଭାରତ  ଓ ବାଂଲାଦେଶ ମଧ୍ୟରେ ଆରମ୍ଭ  ହେବ ଦ୍ୱିତୀୟ ଟେଷ୍ଟ । ୩ବର୍ଷ ପରେ ଗ୍ରୀନ୍‌ ପାର୍କ ଷ୍ଟାଡ଼ିୟମ୍‌କୁ ଟେଷ୍ଟ କ୍ରିକେଟ୍‌ ଫେରିଛି । ଦୁଇ ଦଳ ଗତ ୩ଦିନ ଧରି ଜୋରଦାର ଅଭ୍ୟାସ କରିବା ପରେ ପିଚ୍‌ ଓ ସ୍ଥାନୀୟ ଜଳବାୟୁକୁ ଦେଖି ରଣନୀତି  ପ୍ରସ୍ତୁତ କରିଛନ୍ତି । ପ୍ରଥମ ଟେଷ୍ଟକୁ ୨୨୮ ରନ୍‌ରେ  ଜିତିବା ପରେ ଭାରତର ନଜର ଏବେ ‘କ୍ଲିନ୍‌  ସୁଇପ’ ଉପରେ । ବାଂଲାଦେଶ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । 

ଭାରତର ଏହା ସବୁଠୁ ସଫଳ ଟେଷ୍ଟ କ୍ରିକେଟ୍‌  ଗ୍ରାଉଣ୍ଡ । ଏଠାରେ ଭାରତ ୨୩ଟି ଟେଷ୍ଟ ଖେଳିଛି  ଓ ୭ଟିରେ ବିଜୟ ହାସଲ କରିଛି । ୩ଟି ଟେଷ୍ଟରେ  ଦଳ ପରାଜିତ ହୋଇଥିବାବେଳେ ବାକି ୧୩ଟି ଟେଷ୍ଟ  ଡ୍ର’ ରହିଛି । ମୋଟ୍‌ ଉପରେ କହିବାକୁ ଗଲେ  ୧୯୮୩ ପରଠୁ ଭାରତ ଏହି ଗ୍ରାଉଣ୍ଡ୍‌ରେ କୌଣସି  ଟେଷ୍ଟ ହାରି ନାହିଁ । ଶେଷ ଥର ପାଇଁ ୨୦୨୧ରେ  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଏକ ଟେଷ୍ଟ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ଲଢୁଆ ଖେଳ ପ୍ରଦର୍ଶନ  କରି ମ୍ୟାଚ୍‌କୁ ଡ୍ର’ ରଖିବାରେ ସଫଳ ହୋଇଥିଲା । ଶ୍ରେୟାସ ଆୟର ଉଭୟ ଇନିଂସରେ ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।  

ଚେନ୍ନାଇ ଭଳି ଭାରତୀୟ ଦଳ ଗ୍ରୀନ୍‌ ପାର୍କରେ ମଧ୍ୟ ଆଧିପତ୍ୟ ଜାରି ରଖିବ ବୋଲି ଅନୁମାନ କରାଯାଉଛି । ମାତ୍ର ପିଚ୍‌ ଓ ଜଳବାୟୁ  ସବୁ ପୂର୍ବାନୁମାନକୁ ବିଗାଡ଼ି ଦେବାର ଯଥେଷ୍ଟ  ସମ୍ଭାବନା ରହିଛି । ଦ୍ୱିତୀୟ ଟେଷ୍ଟ ପାଇଁ କ୍ୟୁରେଟର  କଳାମାଟିରେ ପିଚ୍‌ ପ୍ରସ୍ତୁତ କରିଛନ୍ତି । ତେଣୁ ସ୍ପିନରମାନେ ଏଠାରେ ସଫଳତା ପାଇବେ । ମାତ୍ର ପ୍ରଥମ ୩ ଦିନ ବର୍ଷା ସମ୍ଭାବନା ରହିଥିବାରୁ ପିଚ୍‌  ଏତେ ଶୀଘ୍ର ଶୁଷ୍କ ହେବ ନାହିଁ । ତେଣୁ ସ୍ପିନରଙ୍କୁ  ମଧ୍ୟ ଅପେକ୍ଷା କରିବାକୁ ହେବ । ଏଭଳି ପରିସ୍ଥିତିରେ ଏକାଦଶ ଚୟନ କରିବା ମଧ୍ୟ କଷ୍ଟକର ହେବ । ଭାରତ ମଧ୍ୟ ଏକାଦଶ ଚୟନକୁ ନେଇ ଚୁପ  ରହିଛି । 

ଚେନ୍ନାଇରେ ୨ଜଣ ସ୍ପିନରଙ୍କୁ ନେଇ ଭାରତ  ଖେଳିଥିଲା । ମାତ୍ର ଗ୍ରୀନ୍‌ ପାର୍କରେ ୩ସ୍ପିନର ରଣନୀତି  ଆପଣେଇପାରେ । ତୃତୀୟ ସ୍ପିନର ସ୍ଥାନ ପାଇଁ  ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ମଧ୍ୟରେ  ପ୍ରତିଦ୍ୱନ୍ଦ୍ୱିତା ହେବ । ୨୦୨୧ରେ ଅନୁଷ୍ଠିତ ଟେଷ୍ଟର  ପ୍ରଥମ ଇନିଂସରେ ଅକ୍ଷର ୫ଟି ୱିକେଟ୍‌ ନେଇଥିଲେ ।  ମାତ୍ର କୁଲଦୀପଙ୍କ ଏହା ଘରୋଇ ଗ୍ରାଉଣ୍ଡ୍‌ । ତେଣୁ  କୁଲଦୀପ ଖେଳିବା ଆଶା ବଢି ଯାଇଛି । 

ବାଂଲାଦେଶ ମଧ୍ୟ ବିଶେଷ ପରିବର୍ତ୍ତନ କରିବ  ନାହିଁ । କେବଳ ଜଣେ ପେସ୍‌ ବୋଲରଙ୍କୁ ବିଶ୍ରାମ  ଦେଇ ଅଭିଜ୍ଞ ତାଇଜୁଲ ଇସଲାମଙ୍କୁ ଖେଳାଇବା  ଏକ ପ୍ରକାର ନିଶ୍ଚିତ । ତାଇଜୁଲ ଖେଳିଲେ ସାକିବ  ଅଲ୍‌ ହାସନଙ୍କ ଉପରୁ ଚାପ ହ୍ରାସ ପାଇବ । 

ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବା  ଶୁଭମନ ଗିଲ ଓ ରିଷଭ ପନ୍ତ ଏଥର ମଧ୍ୟ ଦର୍ଶକଙ୍କ  ନଜରରେ ରହିବେ । ମାତ୍ର ଅନ୍ୟ କିଛି ଖେଳାଳିଙ୍କ  ପାଇଁ ରେକର୍ଡ ଅପେକ୍ଷା କରି ରହିଛି ।  

> ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ନେଲେ ସପ୍ତମ  ଭାରତୀୟ ବୋଲର ଭାବେ ୩୦୦ ଟେଷ୍ଟ ୱିକେଟ୍‌  କ୍ଲବ୍‌ରେ ସାମିଲ ହେବେ । କେବଳ ସେତିକି ନୁହେଁ,  ସେ ବିଶ୍ୱର ୧୧ତମ ଖେଳାଳି ଭାବେ ଟେଷ୍ଟ କ୍ରିକେଟ୍‌ରେ  ୩୦୦ ୱିକେଟ୍‌ ଓ ୩୦୦୦ ରନ୍‌ ପୂରଣ କରିବେ ।  

> ତାଇଜୁଲ ୨୦୦ ଟେଷ୍ଟ ୱିକେଟ୍‌ କ୍ଲବ୍‌ରେ ସାମିଲ  ହେବା ପାଇଁ ଆଉ ମାତ୍ର ୫ଟି ୱିକେଟ୍‌ ଆବଶ୍ୟକ  କରୁଛନ୍ତି । ସେ ବାଂଲାଦେଶର ଦ୍ୱିତୀୟ ବୋଲର  ଭାବେ ଏହି ସଫଳତା ଅର୍ଜନ କରିପାରିବେ । କେବଳ  ସାକିବ ସର୍ବାଧିକ ୨୪୨ଟି ୱିକେଟ୍‌ ନେଇଛନ୍ତି ।  

 > ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଆଉ ୧୨୯ ରନ୍‌  କଲେ ଟେଷ୍ଟ କ୍ରିକେଟ୍‌ରେ ୯୦୦୦ ରନ ପୂରଣ କରିବେ । 

ଚର୍ଚ୍ଚାରେ ପିଚ୍‌: କାନପୁର ପିଚ୍‌ ପାରମ୍ପରିକ ଭାବେ  ସ୍ପିନରଙ୍କୁ ସହାୟତା କରି ଆସିଛି । ବ୍ୟାଟିଂ ପାଇଁ ମଧ୍ୟ  ପିଚ୍‌ ବେଶ୍‌ ଅନୁକୂଳ । ମୋଟ୍‌ ଉପରେ କହିବାକୁ  ଗଲେ ଗ୍ରୀନ ପାର୍କ ଆଦର୍ଶ ଟେଷ୍ଟ କ୍ରିକେଟ୍‌ ପିଚ୍‌  ପ୍ରସ୍ତୁତ କରି ପ୍ରଶଂସା ସାଉଁଟିଛି । ପ୍ରଥମ ଦିନର  ପ୍ରଥମାର୍ଦ୍ଧରେ ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇବ ।  ଦିନ ବଢିବା ସହ ପିଚରୁ ବ୍ୟାଟରମାନେ ଫାଇଦା  ଉଠାଇ ପାରିବେ । ଶେଷ ୨ ଦିନରେ ସ୍ପିନରମାନଙ୍କୁ  ପିଚ୍‌ ସହାୟତା କରିବ ।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ),  ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ ଗିଲ୍‌, ବିରାଟ  କୋହଲି, କେଏଲ ରାହୁଲ, ରିଷଭ ପନ୍ତ,  ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ, କୁଲଦୀପ  ଯାଦବ/ଅକ୍ଷର ପଟେଲ, ଯଶପ୍ରୀତ ବୁମରା,  ମହମ୍ମଦ ସିରାଜ ।  

ବାଂଲାଦେଶ: ସଦମନ ଇସଲାମ,  ଜାକିର ହାସାନ, ନଜମୁଲ ହୋସେନ  ଶାନ୍ତୋ(ଅଧିନାୟକ), ମୋମିନୁଲ ହକ୍‌,  ମୁସଫିକର ରହିମ, ଲିଟନ ଦାସ, ସାକିବ ଅଲ୍‌  ହାସନ, ମେହଦି ହାସାନ ମିରାଜ, ତାଇଜୁଲ୍‌  ଇସଲାମ, ଟସ୍କିନ ଅହମ୍ମଦ, ହାସାନ ମାହମୁଦ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.