ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସୁପର-୮ର ପ୍ରଥମ ମୁକାବିଲା ହାରିଲା ଆମେରିକା, ୧୮ ରନ୍‌ରେ ବିଜୟୀ ଦକ୍ଷିଣ ଆଫ୍ରିକା

Image Courtesy: espncricinfo

ଆଣ୍ଟିଗୁଆ: ଟି-୨- ବିଶ୍ବକପ ୨୦୨୪ରେ ସୁପର-୮ ମୁକାବିଲା ଆଜିଠୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ୧୮ ରନ୍‌ ବିଜୟୀ ହେବା ସହ ଆମେରିକାକୁ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଆମେରିକା ଦଳ ସଂଘର୍ଷ କରିଥିଲେ ସୁଦ୍ଧା ୨୦ ଓଭର ସୁଦ୍ଧା ୬ ଓ୍ବିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିପାରିଛି । 

ଆମେରିକାର ଓ୍ବିକେଟ କିପର ଆଣ୍ଡ୍ରିଜ୍‌ ଗୋସ୍‌ ସର୍ବାଧିକ ୮୦ ରନ୍‌ କରିଛନ୍ତି । ତାଙ୍କ ବ୍ୟତୀତ ହରମିତ ସିଂହ ୩୮ ରନ୍‌ କରିଥିବା ବେଳେ ଷ୍ଟିଭେନ୍‌ ଟେଲର ୨୪ ରନ୍‌ କରିଛନ୍ତି । ହେଲେ ଅନ୍ୟମାନେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ସେପଟେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି କେଶବ ମହାରାଜ, ଏନରିଚ୍‌ ନୋର୍ତଜେ ଏବଂ ତାବରିଜ୍‌ ଶାମସି ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

 ସୁପର-୮ର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ଆମେରିକା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ ହରାଇ ୧୯୪ ରନର ବିଶାଳ ସ୍କୋର କରିଥିଲା । କ୍ଵିଣ୍ଟନ ଡି କକ୍ ୭୪ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଆଡନ ମାରକ୍ରମ ୪୬ ଓ ହେନରିଚ କ୍ଲାସେନ ୩୬ ରନର ଅପରାଜିତ ଇନିଂସ ଖେଳିଥିଲେ । ଡେଥ ଓଭରରେ କ୍ଲାସେନ ଓ ଟ୍ରିଷ୍ଟାନ ଷ୍ଟବ୍ସ ୫୦ ରନ ଯୋଡ଼ି ଦକ୍ଷିଣ ଆଫ୍ରିକା ସ୍କୋରକୁ ୧୯୦ ପାର କରିଥିଲେ । ଆମେରିକା ପକ୍ଷରୁ ସୌରଭ ନେତ୍ରାଭଲକର ଓ ହରମୀତ ସିଂ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.