ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍‌ ଜନସନଙ୍କ ଆତ୍ମହତ୍ୟା , ୪ ମହଲାରୁ ଡ଼େଇଁ ପଡ଼ି ହାରିଲେ ଜୀବନ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍‌ ଜନସନ କରିଛନ୍ତି ଆତ୍ମହତ୍ୟା। ସେ ରହୁଥିବା ଆପାର୍ଟମେଣ୍ଟର ୪ର୍ଥ ଫ୍ଲୋରରୁ ଡ଼େଇଁ ଜୀବନ ହାରିଛନ୍ତି। ଭାରତ ପାଇଁ ଡେଭିଡ୍‌ ଜନସନ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳି ଥିଲେ। ୧୯୯୬ରେ ସେ ଭାରତ ପାଇଁ ଡେବ୍ୟୁ କରି ଥିଲେ ଏବଂ ଏହି ବର୍ଷ ସେ ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳି ଥିଲେ। ଏହାପରେ ତାଙ୍କୁ ସୁଯୋଗ ମିଳି ନଥିଲା। ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଥିବା ପ୍ରସିଦ୍ଧ ବୋଲର ଅନିଲ କୁମ୍ୱଲେଙ୍କ ସମେତ ଅନେକ କ୍ରିକେଟରଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି ଏବଂ ଏହି ପୂର୍ବତନ କ୍ରିକେଟରଙ୍କୁ ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

ଭାରତ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବା ବ୍ୟତୀତ ଡେଭିଡ୍‌ ଜନସନ୍‌ କର୍ଣ୍ଣାଟକ ପାଇଁ ଅନେକ ଦିନ ଯାଏ ରଣଜୀ କ୍ରିକେଟ୍‌ ଖେଳିଥିଲେ। ମିଡ଼ିଆ ରିପୋର୍ଟ ଅନୁସାରେ , ସେ ଗୁରୁବାର ଏକ ଘରୋଇ ଆପାର୍ଟମେଣ୍ଟରେ ୪ର୍ଥ ଫ୍ଲୋରରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ସେ ଡିପ୍ରେସନର ଶିକାର ହୋଇଥିଲେ ବୋଲି କୁହାଯାଉଛି। 


ରିପବ୍ଲିକ୍‌ ୱାର୍ଲ୍ଡକୁ ସୂତ୍ରର ସୂଚନା ଆଧାରରେ , ଜନସନ ଅବସାଦରେ ରହିବା କାରଣରୁ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି। ସୂଚନା ପାଇବା ପରେ କୋଥାନୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ କ୍ରିସେଣ୍ଟ ହସ୍ପିଟାଲ ନେଇ ଯାଇଥିଲେ। 

ଡେଭିଡ୍‌ ଜନସନଙ୍କ ମୃତ୍ୟୁର ଖବର ଆସିବା କ୍ଷଣି ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି। ଜନସନଙ୍କ ଅସମୟର ମୃତ୍ୟୁରେ ଶୋକ ବ୍ୟକ୍ତ କରି ପୂର୍ବତନ ଭାରତୀୟ କ୍ରିକେଟର ଅନିଲ କୁମ୍ୱେଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି , ମୋର କ୍ରିକେଟ୍‌ ସାଥି ଡେଭିଡ୍‌ ଜନସନଙ୍କ ମୃତ୍ୟୁ ଖବର ଖୁବ୍‌ ଦୁଃଖ ଦେଇଛି। ତାଙ୍କ ପରିବାର ପ୍ରତି ଗଭୀର ସମ୍ୱେଦନା ଜଣାଉଛି। ବହୁତ ଶୀଘ୍ର ଚାଲିଗଲେ ‘ବେନି '।

ଏହିପରି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ୫୨ ବର୍ଷିୟ ଡେଭିଡ୍‌ ଜନସନଙ୍କ ମୃତ୍ୟୁରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି , ଡେଭିଡ୍‌ ଜନସନଙ୍କ ମୃତ୍ୟୁରେ ଖୁବ୍‌ ଦୁଃଖିତ। ଭଗବାନ ତାଙ୍କର ପରିବାର ଓ ପ୍ରିୟଜନଙ୍କୁ ଶକ୍ତି ପ୍ରଦାନ କରନ୍ତୁ। 


ଡେଭିଡ୍‌ ଜନସନ ଦ୍ରୁତ ବୋଲିଂ କରୁଥିଲେ, କିନ୍ତୁ ତାଙ୍କର କ୍ୟାରିୟର ଦୀର୍ଘ ଦିନ ଧରି ଚାଲି ନଥିଲା। ଅକ୍ଟୋବର ୧୯୯୬ରେ ସେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଭାରତ ପାଇଁ ଖେଳିଥିଲେ ଏବଂ ଡିସେମ୍ୱର ୧୯୯୬ରେ ସେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଭାରତ ପାଇଁ ଖେଳିଥିଲେ , ଯାହାକି ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ତାଙ୍କ କ୍ୟାରିୟରର ଥିଲା । କର୍ଣ୍ଣାଟକ ପାଇଁ ସେ ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଓ ୨୨ ଲିଷ୍ଟ ଏ ମ୍ୟାଚ୍‌ ଖେଳି ଥିଲେ। ୧୯୯୨ ରେ ସେ ଘରୋଇ କ୍ରେକଟ୍‌ରେ ଡେବ୍ୟୁ କରିଥିଲେ ଏବଂ ୨୦୦୨ ଯାଏ ସେ ସକ୍ରିୟ ରହିଥିଲେ। ଫିଟନେସ୍‌ ଓ ଫର୍ମ କାରଣରୁ ତାଙ୍କର ଦୀର୍ଘ ସମୟ ଯାଏ ଭାରତ ପାଇଁ ଖେଳିବାର ସୁଯୋଗ ମିଳି ନଥିଲା। ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ସେ କେବଳ ୩ ୱିକେଟ୍‌ ନେଇ ଥିଲେ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.