ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ୟୁରୋ କପ୍‌ ୨୦୨୪: ଶୁକ୍ରବାର ସ୍ପେନ-ଇଟାଲୀ ମହା ମୁକାବିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ମଜା ନେବେ ଦର୍ଶନ

ବର୍ଲିର୍ନ,୨୦/୦୬: ଚଳିତ ୟୁରୋ  ଚାମ୍ପିଅନସିପ୍‌ରେ ଆସନ୍ତା କାଲି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ରହିଛି । ୟୁରୋପ୍‌ର  ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସ୍ପେନ୍‌ ଓ ଇଟାଲୀ  ପରସ୍ପରକୁ ଭେଟିବେ । ଇଟାଲୀ ଡିଫେଣ୍ଡିଂ  ଚାମ୍ପିଅନ୍‌ । ସ୍ପେନ୍‌ ଶୃଙ୍ଖଳିତ ଖେଳକୁ ନେଇ  ପରିଚିତ । ଫଳରେ ଆସନ୍ତା କାଲି ଦର୍ଶକ  ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ମଜା ନେବେ । 

 ୟୁରୋ ଓ ବିଶ୍ୱକପ୍‌କୁ ମିଶାଇଲେ  ଉଭୟ ଦଳ ପରସ୍ପରକୁ ୧୦ଥର ଭେଟି  ସାରିଛନ୍ତି । ଅନ୍ୟ କୌଣସି ଦଳ ପରସ୍ପରକୁ  ଏତେଥର ଭେଟି ନାହାନ୍ତି । କେବଳ  ୟୁରୋରେ ଉଭୟ ୮ଥର ସାମ୍ନା ସାମ୍ନା ହୋଇ  ସାରିଛନ୍ତି । ୨୦୦୮ ୟୁରୋରୁ ଉଭୟ ଦଳ  ନିୟମିତ ଭାବେ ପରସ୍ପରକୁ ଭେଟୁଛନ୍ତି ।  

ପୂର୍ବ ରେକର୍ଡକୁ ଦେଖିଲେ ଆସନ୍ତା  କାଲି ଇଟାଲୀର ପଲା ଭାରି ରହିବ ।  ମାତ୍ର ସ୍ପେନ୍‌ ମଧ୍ୟ ପୂର୍ବ ପରାଜୟର  ପ୍ରତିଶୋଧ ନେବାକୁ ପ୍ରସ୍ତୁତ । ଉଭୟ ଦଳ  ମଧ୍ୟରେ ଖେଳାଯାଇଥିବା ୧୧ଟି ମ୍ୟାଚ୍‌ରୁ  ସ୍ପେନ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି ।  ଇଟାଲୀ ୪ଟି ମ୍ୟାଚ୍‌ ଜିତିଥିବାବେଳେ  ଅନ୍ୟ ୫ଟି ମ୍ୟାଚ୍‌ ଡ୍ର’ ରହିଛି । ୨୦୧୨  ୟୁରେ ଫାଇନାଲ୍‌ରେ ସ୍ପେନ୍‌ ୪-୦  ପେନାଲ୍ଟି(ଟାଇବ୍ରେକର) ଗୋଲ୍‌ରେ  ଇଟାଲୀକୁ ହରାଇ ଚାମ୍ପିଅନ୍‌ ହୋଇଥିଲା ।  

ସ୍ପେନ ଗତ ୨ଟି ନେସନ୍ସ ଲିଗ୍‌ରେ  ଇଟାଲୀକୁ ପରାସ୍ତ କରିଥିଲା । ଆସନ୍ତା  କାଲି ଏହି ବିଜୟଧାରାକୁ ଅବ୍ୟାହତ  ରଖିବାକୁ ସ୍ପେନ ପ୍ରୟାସ କରିବ ।  ଆଲବାନିଆ ବିପକ୍ଷରେ ବିଜୟ ପରେ  ଇଟାଲୀର ମନୋବଳ ଦୃଢ ରହିଛି । ଆସନ୍ତା କାଲି ନିକୋଲୋ ବାରେଲାଙ୍କ  ଉପରେ ନଜର ରହିବ । ସେ ଇଟାଲୀର  ଶେଷ ୫ଟି ଗୋଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା  ନିର୍ବାହ କରିଛନ୍ତି । ୨ଟି ଗୋଲ୍‌ କରିଛନ୍ତି  ଓ ୩ଟି ଗୋଲ୍‌ରେ ସହାୟତା କରିଛନ୍ତି ।  

ସ୍ପେନ୍‌ ପକ୍ଷରୁ ଯୁବ ଷ୍ଟ୍ରାଇକର ଲାମିନ  ୟମାଲଙ୍କ ଖେଳ ଦେଖିବା ପାଇଁ ଦର୍ଶକ  ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।  କ୍ରୋଏସିଆ ବିପକ୍ଷ ମ୍ୟାଚ୍‌ରେ ସେ ପ୍ଲେୟାର  ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

  • PrameyaOdia
  • prameya
  • Euro Cup 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.