ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ

ବ୍ରୀଜଟାଉନ୍‌,୨୦/୦୬: ସୁପର-୮ ରାଉଣ୍ଡ୍‌ରେ ଗୁରୁବାର ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌କୁ କ୍ରିକେଟ୍‌ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ।  

ଗତ ୧୨ ତାରିଖରେ ଭାରତ ଲିଗ୍‌ ପର୍ଯ୍ୟାୟରେ  ୟୁଏସଏକୁ ଭେଟିଥିଲା। ଏହାପରେ ରୋହିତ  ବାହିନୀକୁ ବିଶ୍ରାମ ପାଇଁ ଗୋଟିଏ ସପ୍ତାହ ସମୟ  ମିଳିଛି । ୟୁଏସ୍‌ଏରୁ ୱେଷ୍ଟ ଇଣ୍ଡିଜରେ ଆସି  ପହଞ୍ଚିବା ପରେ ଦଳ ବେଶ୍‌ କିଛି ଦିନର ବିରତି ମାନସିକ କ୍ଳାନ୍ତି ଦୂର କରିଛି । ମାତ୍ର ଆଫଗାନିସ୍ତାନକୁ  ବିଶ୍ରାମ ପାଇଁ ସମୟ ମିଳିନାହିଁ । ୧୮ ତାରିଖରେ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଖେଳିବା ପରେ  ସୁପର-୮ ରାଉଣ୍ଡ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି । 

ଗୁରୁବାରର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । କାଗଜ କଲମରେ ଭାରତ ବେଶ୍‌  ଶକ୍ତିଶାଳୀ । ମାତ୍ର ଆଫଗାନିସ୍ତାନକୁ ହାଲ୍‌କା ଭାବେ  ନେବା ବୁମେରାଂ ସାବ୍ୟସ୍ତ ହୋଇପାରେ । ପ୍ରାଥମିକ ଲିଗ୍‌ ପର୍ଯ୍ୟାୟରେ ଆଫଗାନିସ୍ତାନ ଚମକପ୍ରଦ ପ୍ରଦର୍ଶନ କରିଥିଲା । କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତି ଆଫଗାନିସ୍ତାନ  ସୁପର-୮ରେ ପ୍ରବେଶ କରିଥିଲା । ଅବଶ୍ୟ ଶେଷ ଲିଗ୍‌  ମ୍ୟାଚ୍‌ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।  

ଗୁରୁବାର ଭାରତର ଷ୍ଟାର୍‌ ବ୍ୟାଟର ଓ  ଆଫଗାନିସ୍ତାନର କୂଶଳୀ ସ୍ପିନରଙ୍କ ମଧ୍ୟରେ ଅସଲ  ଲଢ଼େଇ ହେବ । ବିରାଟ କୋହଲିଙ୍କ ଫର୍ମକୁ ନେଇ  ଭାରତୀୟ ଦଳ ସାମାନ୍ୟ ଚିନ୍ତାରେ ରହିଥିଲେ ହେଁ ଅନ୍ୟ  ଖେଳାଳିମାନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଥିବାରୁ  ଭାରତର ପଲା ଭାରି ରହିବ । ବ୍ୟାଟିଂ ବିଭାଗରେ ବିଶେଷ  ପରିବର୍ତ୍ତନ ସମ୍ଭାବନା ନାହିଁ । ଲିଗ୍‌ ପର୍ଯ୍ୟାୟ ଭଳି ରୋହିତ ଓ କୋହଲି ପାଳି ଆରମ୍ଭ କରିବା ନିଶ୍ଚିତ । ବୋଲିଂ  ବିଭାଗରେ ପରିବର୍ତ୍ତନ ହୋଇପାରେ । ଶିବମ ଦୁବେ  କିମ୍ବା ଜଣେ ପେସ୍‌ ବୋଲରଙ୍କୁ ବିଶ୍ରାମ ଦେଇ କୁଲଦୀପ  ଯାଦବଙ୍କୁ ଏକାଦଶରେ ସାମିଲ କରାଯାଇପାରେ ।  

ଆଫଗାନିସ୍ତାନ ଏକାଦଶ ଅପରିବର୍ତ୍ତିତ ରହିବ । ଅଧିକାଂଶ ଖେଳାଳି ଆଇପିଏଲ୍‌ ଖେଳୁଥିବାରୁ ଭାରତୀୟ  ଦଳର ପ୍ରତ୍ୟେକ ଖେଳାଳିଙ୍କ ଦକ୍ଷତା ସହ ପରିଚିତ । ତେଣୁ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି  ନେଇ ଆଫଗାନିସ୍ତାନ ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ । ପୂର୍ବ ରେକର୍ଡକୁ ଦେଖିଲେ  ଭାରତର ବିଜୟ ସମ୍ଭାବନା ଅଧିକ ।  ଗତ ଜାନୁଆରୀରେ ଉଭୟ ଦଳ  ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳାଯାଇଥିଲା । ଭାରତ ୩-୦ରେ  ସିରିଜ ଜିତିଥିଲା, କିନ୍ତୁ ଆଫଗାନିସ୍ତାନ  କଡ଼ା ଟକ୍କର ଦେଇଥିଲା । ତେଣୁ ଗୁରୁବାର ମଧ୍ୟ  ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିପାରେ ।  

କେନ୍‌ସିଙ୍ଗଟନ ଓଭାଲ ଗ୍ରାଉଣ୍ଡର ପିଚ୍‌ରେ  ସମସ୍ତଙ୍କୁ ପାଇଁ କିଛି ନା କିଛି ଫାଇଦା ଯୋଗାଇବ । ଏଠାରେ ସ୍ପିନରମାନେ ସଫଳ ହେବେ । ପେସ୍‌  ବୋଲରମାନେ ମଧ୍ୟ ପିଚ୍‌ର ଫାଇଦା ଉଠାଇବେ । ଏଠାରେ ପେସ୍‌ ବୋଲରମାନେ ୬୭ ପ୍ରତିଶତ  ୱିକେଟ୍‌ ନେବାର ରେକର୍ଡ ରହିଛି। ପ୍ରଥମେ ବ୍ୟାଟିଂ  କରିଥିବା ଦଳ ଏଠାରେ ୭୦ପ୍ରତିଶତ ମ୍ୟାଚ୍‌  ଜିତିଛନ୍ତି । ତେଣୁ ଗୁରୁବାର ଟସ ବିଜୟୀ ଦଳ  ପ୍ରଥମେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ଭାରତ: ରୋହିତ ଶର୍ମା(ଅଧିନାୟକ), ବିରାଟ  କୋହଲି, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ  ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର  ପଟେଲ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ/ କୁଲଦୀପ ଯାଦବ, ଅର୍ଶଦୀପ ସିଂହ । 

ଆଫଗାନିସ୍ତାନ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ  ଜାଡ୍ରାନ, ଗୁଲବଦିନ ନାଏବ, ଅଜମତୁଲ୍ଲା ଓମାରଜାଇ,  ନଜିବୁଲ୍ଲା ଜାଡ୍ରାନ, ମହମ୍ମଦ ନବି, କରିମ ଜନତ,  ରସିଦ ଖାନ(ଅଧିନାୟକ), ନୂର ଅହମ୍ମଦ, ନବୀନ- ଉଲ-ହକ୍‌, ଫଜଲହକ୍‌ ଫାରୁକି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.