ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କାମରେ ଲାଗୁନି ନେଡିପଦର ଗ୍ରାମୀଣ ପାର୍କ, ଭାଙ୍ଗିଗଲାଣି ଖେଳ ଉପକରଣ

ଫିରିଙ୍ଗିଆ,୨୩l ୭ :   ସରକାର ଗ୍ରାମାଞ୍ଚଳର ଉନ୍ନତି ଏବଂ କ୍ରୀଡାର ବିକାଶ ତଥା ଛୋଟ ଛୋଟ ଶିଶୁ ମାନଙ୍କ ଶାରୀରିକ ବିକାଶ ସହ ମାନସିକ ବିକାଶ ପାଇଁ ବ୍ଲକ ଠାରୁ ପଞ୍ଚାୟତ ଏବଂ ଗ୍ରାମ ସ୍ତର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି l ତେବେ ଏହି ଟଙ୍କା ଠିକ ଭାବରେ ଠିକ ଜାଗାରେ ନ ଲାଗି କେଉଁଠି କାର୍ଯ୍ୟ ଆରମ୍ଭରୁ ନଷ୍ଟ ହେବାକୁ ବସିଛି ତ କେଉଁଠି ଅଧା କାର୍ଯ୍ୟ ସରି ପଡ଼ି ରହୁଥିବା ଦେଖିବାକୁ ମିଳୁଥିବା ବେଳେ କିଛି ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାମରେ ନ ଲାଗି ଖତ ଖାଉଛି l ଏମିତି ଏକ ଗ୍ରାମୀଣ ପାର୍କ ଦେଖୁବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ୧୫ ନମ୍ବର ୱାର୍ଡର ନେଡିପଦର ବାଳିକା ବିଦ୍ୟାଳୟ ସମୁଖରେ ଥିବା ଗ୍ରାମୀଣ ପାର୍କ ରେ l 

 ଏହି ପାର୍କ ଗତ ୩ ବର୍ଷ ତଳେ ନିର୍ମାଣ କରାଯାଇଛି । ତେବେ ନିର୍ମାଣର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମରେ ନ ଲାଗି ଖତ ଖାଇବାକୁ ବସିଛି l ପାର୍କ ର ଚତୁର୍ପାର୍ଶ୍ୱରେ ପାଚେରୀ ନିର୍ମାଣ ସହ ପାଚେରୀ ଉପରେ ଲୁହାର ଗ୍ରିଲ ମଧ୍ୟ ଲଗାଯାଇଛି l କେବଳ ଏତିକି ନୁହେଁ ପାର୍କକୁ ଆଲୋକୀକରଣ ପାଇଁ ଚତୁର୍ପାର୍ଶ୍ୱରେ ଲକ୍ଷାଧିକ ଟଙ୍କାର ୬ ଟି ସୋଲାର ଲାଇଟ ମଧ୍ୟ ଲଗା ଯାଇଛି l ପାଚେରୀ ବାହାରେ ଓ ଭିତରେ ବିଭିନ୍ନ ରଙ୍ଗ ବେରଙ୍ଗ ଚିତ୍ର ମଧ୍ୟ ଅଙ୍କା ଯାଇ ସୁନ୍ଦର କରାଯାଇଛି l

 ପାର୍କ ର ଭିତରେ ଲକ୍ଷାଧିକ ଟଙ୍କାର ଛୋଟ ଛୋଟ ଛୁଆଙ୍କ ଖେଳିବା ପାଇଁ ଓ ବ୍ୟାୟାମ ପାଇଁ ବିଭିନ୍ନ ଉପକରଣ ଲଗାଯାଇ ପାର୍କ ଭିତରେ ସୌନ୍ଦର୍ଜିକରଣ ପାଇଁ ଫୁଲ ଗଛ ସହ ବିଭିନ୍ନ ଡିଜାଇନ ର ଗଛ ଲଗାଯାଇଥିଲା l ପାର୍କ ନିର୍ମାଣ ର ୩ ବର୍ଷ ବିତିଯାଇଛି ଆଜି ପର୍ଯ୍ୟନ୍ତ ଏହି ପାର୍କ କାମରେ ଲାଗିନଥିବା ବେଳେ ପାର୍କ ଭିତରେ ଥିବା ୬ ଟି ସୋଲାର ଲାଇଟ ରୁ ଗୋଟିଏ ଲାଇଟ ଉଭାନ ହୋଇଯାଇଛି l ପାର୍କ ର ଗେଟ ଭାଙ୍ଗି ଅନ୍ୟ ପଟେ ଡେରି ରଖାଯାଇଛି । ସେହିଭଳି ପାର୍କ ଭିତରେ ଥିବା ବିଭିନ୍ନ ଫୁଲ ଗଛ, ଦେବଦାରୁ ଗଛ, ବିଭିନ୍ନ ଡିଜାଇନ ଗଛ ରକ୍ଷଣା ବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ମରିଯାଇ ନଷ୍ଟ ହୋଇଛି l ଭିତରେ ଲାଗିଥିବା ବିଭିନ୍ନ ଖେଳ ଉପକରଣ କିଛି ଚୋରି ହୋଇଥିବା ବେଳେ ଯାହା ଅଛି ଭାଙ୍ଗିରୁଜି ନଷ୍ଟ ହୋଇ ପଡିଛି l ବର୍ତ୍ତମାନ ଜରାଜୀର୍ଣ୍ଣ ପାର୍କରେ ଅସାମାଜିକ ଯୁବକଙ୍କ ଆଡାସ୍ଥଳୀ ପାଲଟିଥିବା ଦେଖିବାଳୁ ମିଳୁଛି l ତୁରନ୍ତ ଏହାର ରକ୍ଷଣାବେକ୍ଷଣ ସହ କାର୍ଯ୍ୟକ୍ଷମ କରିବାକୁ ଦାବୀ ହେଉଥିବା ବେଳେ ଯଦି ନହୁଏ ତେବେ ତୁରନ୍ତ ଏହାକୁ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.