ଫୁଲବାଣୀ,୬/୯ : ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସୃଷ୍ଟି ହୋଇଥିବା ସମସ୍ୟା ଓ ଦ୍ବନ୍ଦ ପରିପ୍ରେକ୍ଷୀରେ ଆଜି ଭିଡିଓ ଜାରି କରି ସ୍ପଷ୍ଟୀକରଣ ଦେଇଛନ୍ତି କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ । ଆବେଦନ ପାଇଁ ବ୍ୟସ୍ତ ନ ହେବାକୁ ଜିଲାବାସୀଙ୍କୁ ପରାମର୍ଶ ଦେବା ସହ କନ୍ଧମାଳ ଜିଲ୍ଲାରେ ଏଥିପାଇଁ ସମୁଦାୟ ୧୬୧ଟି ସିଙ୍ଗଲ ଓ୍ବିଣ୍ଡୋ କାଉଣ୍ଟର ଖୋଲା ଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଏଥିସହ ଏହି ଆବେଦନ ପାଇଁ ଆଧାର ଲିଙ୍କ ନିହାତି ଜରୁରୀ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ୨୧ରୁ ୬୦ ବର୍ଷ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ଅଙ୍ଗନବାଡ଼ି କେନ୍ଦ୍ରରୁ ଆବେଦନ ଫର୍ମ ନେଇ ନିକଟସ୍ଥ ଜନ ସେବା କେନ୍ଦ୍ର କିମ୍ବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଫର୍ମ ପୂରଣରେ କୌଣସି ସମସ୍ୟା ହେଲେ ସ୍ବେଚ୍ଛାସେବୀମାନଙ୍କ ସହାୟତା ନେଇ ପାରିବେ। ସେହିଭଳି ୧୭ପରେ ଦାଖଲ ହୋଇଥିବା ଆବେଦନ ମଧ୍ୟ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ତେଣୁ ସମସ୍ତ ହିତାଧିକାରୀ ବ୍ୟସ୍ତ ନ ହୋଇ ଏହି ଯୋଜନାର ଫାଇଦା ନେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।