ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଦି ଇଭରଗ୍ରୀନ ପ୍ରାତଃଭ୍ରମଣ ଗ୍ରୁପ ପକ୍ଷରୁ ଗୁରୁ ପୂଜନ

ଫୁଲବାଣୀ, ୫/୯ : ଗୁରୁ ଦିବସ ଅବସରରେ ଫୁଲବାଣୀର ଦି ଇଭରଗ୍ରୀନ ପ୍ରାତଃଭ୍ରମଣ ଗ୍ରୁପ ପକ୍ଷରୁ ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ଥାନୀୟ କରୋନେସନ ପଡିଆ ଠାରେ ପ୍ରାତଃଭ୍ରମଣ ଗ୍ରୁପର ସଦସ୍ୟମାନଙ୍କ ଦ୍ୱାରା ବରିଷ୍ଠ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରାଣୀଗ୍ରାହୀଙ୍କୁ ପୂଜନ କରାଯାଇଥିଲା। ସଦସ୍ୟମାନେ ତାଙ୍କୁ ପୁଷ୍ପ ଅର୍ପଣ କରି ଧୂପ ଦୀପରେ ପୂଜା କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ଅସିତ କୁମାର ପଣ୍ଡା, ଡଃ. ସି. ନାରାୟଣ ସୁବୁଦ୍ଧି, ରାମ ନାରାୟଣ ପାତ୍ର, ସୂର୍ଯ୍ୟ ନାରାୟଣ ରାଉତ, କାହ୍ନୁ ଚରଣ ପାତ୍ର, ଶିଶିର କୁମାର ଦାଶ, ଡମ୍ବରୁ ଧର ସାହୁ, ପ୍ରଦୀପ ନାୟକ, ଆନନ୍ଦ କୁମାର, ଆଶିଷ କୁମାର ମିଶ୍ର, ଅନାଦି ଚରଣଙ୍କ ସମେତ ଶତାଧିକ ସଭ୍ୟ ଯୋଗଦେଇ ଗୁରୁ ପୂଜନରେ ଭାଗ ନେଇଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.