ପ୍ରମୂଖ ଖବର
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅସୁସ୍ଥତା ଯୋଗୁଁ ଛୁଟି ମାଗିଥିଲେ ଗଣିତ ସାର୍, ସଫା ସଫା ମନା କରିଦେଲେ ପ୍ରିନ୍ସିପାଲ୍, ଆଉ ତା'ପରେ...

Published By : Prameya | March 8, 2025 8:28 AM

ପାଟଣାଗଡ଼/ଭଇଁଷା, ୦୮/୦୩ : ଅଜାଙ୍କ ଦେହାନ୍ତ ହେଲା । ଛୁଟି ପାଇଁ ଅଫିସିଆଲ ହ୍ୱାଟସଆପ୍‌ ଗ୍ରୁପରେ ଆବେଦନ କଲେ, କିନ୍ତୁ ଛୁଟି ମିଳିଲା ନାହିଁ। ପରଦିନ ଶିକ୍ଷକଙ୍କ ଦେହ ଅସୁସ୍ଥ ହେଲା । ପୂର୍ବରୁ ଛୁଟି ମାଗି ନିରାଶ ହୋଇଥିବାରୁ ସେ ସାଲାଇନ୍‌ ଲଗାଇ ସ୍କୁଲକୁ ଆସିଲେ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଆସିଛି ଏଭଳି ଦୃଶ୍ୟ. ଯାହା ସମସ୍ତଙ୍କୁ ଚକିତ କରିଛି।                                      

ଅଭିଯୋଗ ଅନୁଯାୟୀ, ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ଜଲିଆ ଗାଁର ପ୍ରକାଶ ଭୋଇ ଭଇଁଷା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଗତ ଗୁରୁବାର ପ୍ରକାଶଙ୍କ ଅଜାଙ୍କ ମୃତ୍ୟୁ ଘଟିଥିଲା । ସେ ସ୍କୁଲର ଅଫିସିଆଲ୍‌ ହ୍ୱାଟ୍‌ସଆପ ଗ୍ରୁପ୍‌ରେ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ପଧାନ ଛୁଟି ଅନୁମତି ଦେଇ ନ ଥିଲେ। ଗୁରୁବାର ଶିକ୍ଷକ ଶ୍ରୀ ଭୋଇ ସ୍କୁଲକୁ ଆସିଥିଲେ। ଛୁଟି ପରେ ଜଲିଆସ୍ଥିତ ବାସଭବନକୁ ଫେରିଯାଇଥିଲେ । ଶୁକ୍ରବାର ସକାଳୁ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କୁ ସାଲାଇନ୍‌ ଲାଗିଥିଲା । ଏଭଳି ଅବସ୍ଥାରେ ସେ ପରିବାର ସଦସ୍ୟଙ୍କ ସହ ବିଦ୍ୟାଳୟକୁ  ଆସିଥିଲେ । ସ୍କୁଲରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ସଦସ୍ୟଙ୍କ ସହ ଭଇଁଷା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ସେ ପୁଣି ସ୍କୁଲକୁ ଆସିଥିଲେ। 

ପ୍ରିନ୍ସିପାଲ ପ୍ରତିଦିନ ଠିକ୍‌ ସମୟରେ ସ୍କୁଲକୁ ଆସୁ ନଥିବା ଗଣିତ ଶିକ୍ଷକ ଅଭିଯୋଗ ଆଣିଛନ୍ତି । ଏନେଇ ପ୍ରିନ୍ସିପାଲ ଶ୍ରୀମତୀ ପଧାନଙ୍କୁ ପଚାରିବାରୁ ସ୍କୁଲକୁ ଯଦି ଜଣେ ଜବରଦସ୍ତି ସାଲାଇନ୍‌ ଲଗାଇ ଆସିବେ କିଏ କ’ଣ କରିପାରିବ । ସେ ଛୁଟି ମାଗିନାହାନ୍ତି । ଆଗକୁ ଯାହା ହେବ ସେ ଅଫିସିଆଲି କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଶଙ୍କର ପ୍ରସାଦ ମାଝିଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ । ରିପୋର୍ଟ ହସ୍ତଗତ ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

ଏହି ଖବରଟିକୁ ପଢନ୍ତୁ-ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଦ୍ୱିତୀୟ କିସ୍ତି, ବ୍ରହ୍ମପୁରରେ ସ୍ୱତନ୍ତ୍ର ସମାବେଶରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.