ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ ବିଶ୍ବକପ୍ ୨୦୨୪: ଦ୍ବିତୀୟ ସେମିଫାଇନାଲ ପାଇଁ ରିଜର୍ଭ ଡେ’ ନାହିଁ, ବର୍ଷା ହେଲେ ଏଭଳି ସରିବ ପୁରା ମ୍ୟାଚ୍

ନୂଆଦିଲ୍ଲୀ,୧୪।୫:  ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ ପାଇଁ ରିଜର୍ଭ ଡେ’ ନହେବାର ମାମଲା ଏବେ ବିବାଦୀୟ ହୋଇପଡିଛି। ଏହାପରେ ଏବେ ତା’ର ବାଟ ଖୋଜାଯାଉଛି। ଆଇସିସି ଓ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ୍ ଏଥିପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରିଛି। ଏହା ଅନୁସାରେ, ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ ଯଦି ବର୍ଷା ଯୋଗୁଁ ପ୍ରଭାବିତ ହୁଏ, ତେବେ ଏହାକୁ ପୁରା କରିବା ପାଇଁ ୪ ଘଣ୍ଟା ୧୦ ମିନିଟ୍‌ର ଅତିରିକ୍ତ ସମୟ ଲାଗିବ। ଏହାଛଡା ଯଦି ବର୍ଷା ଯୋଗୁଁ ପୁରା ମ୍ୟାଚ୍ ଖରାପ ହୋଇଯାଏ ତେବେ ସୁପର ଏଇଟ୍‌ରେ ଟପ୍‌ରେ ଥିବା ଟିମ୍ ପ୍ଲେଇଂ କଣ୍ଡିସନ୍‌ ଅନୁସାରେ, ଫାଇନାଲରେ ଖେଳିବାର ହକଦାର ହେବ। ଉଲ୍ଲେଖନୀୟ ଯେ, ଦ୍ବିତୀୟ ସେମିଫାଇନାଲ ପାଇଁ କୌଣସି ରିଜର୍ଭ ଡେ’ ରଖାଯାଇ ନାହିଁ। ଏଭଳି ସ୍ଥିତିରେ ଆଇସିସି ଓ କ୍ରିକେଟ ଓ୍ବେଷ୍ଟ ଇଣ୍ଡିଜ୍‌ ଏହି ବନ୍ଦୋବସ୍ତ କରିଛି।

ଟି-୨୦ ଓ୍ବାର୍ଲ୍ଡକପ୍ ୨୦୨୪ର ଦ୍ବିତୀୟ ସେମିଫାଇନାଲ ପାଇଁ ୨୫୦ ମିନିଟର ଅତିରିକ୍ତ ସମୟ ମିଳିବା ଫଳରେ ଅମ୍ପାୟରଙ୍କ ପାଖରେ ଏହି ସୁବିଧା ମିଳିବ ଯେ,ସେ ଦିନ ମ୍ୟାଚ୍ ଶେଷ ହୋଇପାରିବ। ଏହାଫଳରେ ଜିତିଥିବା ଟିମ୍‌କୁ ଫାଇନାଲ ପୂର୍ବରୁ ଦିନକ ପୂର୍ବରୁ ସମୟ ମିଳିଯିବ ଓ ତାକୁ ଲଗାତାର ଦ୍ବତୀୟ ଦିନ ମ୍ୟାଚ୍‌ ଖେଳାଯିବନି। ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ୨୬ ଜୁନ୍‌ରେ ଟ୍ରିନିଦାଦ୍‌ରେ ଖେଳାଯିବ। ଏହା ସ୍ଥାନୀୟ ସମୟାନୁସାରେ ରାତି ୮ଟା ୩୦ ମିନିଟ୍‌ରେ ଆରମ୍ଭ ହେବ। ଏଥିପାଇଁ ରିଜର୍ଭ ଡେ’ ରଖାଯାଇଛି। ଅର୍ଥାତ ବର୍ଷା ହେବାପରେ ମ୍ୟାଚ୍‌ ୨୭ ଜୁନ୍‌ରେ ଶେଷ ହୋଇଯିବ।

ସେଭଳି ଗୁଏନାରେ ଖେଳଯାଉଥିବା ଦ୍ବିତୀୟ ସେମିଫାଇନାଲ ପାଇଁ ପ୍ଲେଇଂ କଣ୍ଡିଂସନ୍‌ ପୁରା ଅଲଗା। ଏହି ମ୍ୟାଚ୍ ୨୭ ଜୁନ୍‌ରେ ସ୍ଥାନୀୟ ସମୟ ସକାଳ ୧୦ଟା ୩୦ ମିନିଟରେ ହେବ। ଯଦି ବର୍ଷା ହୁଏ ତେବେ ଏଥିପାଇଁ ୨୫୦ ମିନିଟ୍‌ର ଅତିରିକ୍ତ ସମୟ ଦିଆଯାଇଛି। ଅର୍ଥାତ ଅମ୍ପାୟରଙ୍କ ପାଖରେ ୮ ଘଣ୍ଟାର ସମୟ ରହିବ ସେ ମ୍ୟାଚ୍‌କୁ ଶେଷ କରିବେ। ଏହାପରେ ୨୮ ଜୁନ୍‌ ଟ୍ରାଭେଲିଂ ପାଇଁ ରହିବ ଓ ଫାଇନାଲ ୨୯ ଜୁନ୍‌ରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.