ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍

ନ୍ୟୁୟର୍କ,୦୭/୦୬: ଶୁକ୍ରବାର ଗ୍ରୁପ୍‌-ଏ’ର ଅନ୍ୟ ଏକ ମ୍ୟାଚ୍‌ରେ କାନାଡ଼ା  ଓ ଆୟର୍ଲାଣ୍ଡ ପରସ୍ପରକୁ ଭେଟିବେ । ନାସାଉ  କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜିତ  ହୋଇଛନ୍ତି । ତେଣୁ  ପଏଣ୍ଟ ଖାତା ଖୋଲିବା ପାଇଁ  ଉଭୟ ଦଳ ଉତ୍ସୁକତାର  ସହ ଅପେକ୍ଷା କରିଛନ୍ତି ।   

ଅଭିଜ୍ଞତା ଦୃଷ୍ଟିରୁ  ଆୟର୍ଲାଣ୍ଡ ଅପେକ୍ଷାକୃତ  ଶକ୍ତିଶାଳୀ ମନେ ହେଉଥିଲେ ହେଁ  କାନାଡ଼ା ବିପର୍ଯ୍ୟୟ ଘଟାଇବାର କ୍ଷମତା  ରଖିଛି । ପୂର୍ବ ରେକର୍ଡକୁ ଦେଖିଲେ  ମ୍ୟାଚ୍‌ର ପୂର୍ବାନୁମାନ କରିବା କଷ୍ଟକର ।  ଉଭୟ ପରସ୍ପରକୁ ୪ଥର ଭେଟିଛନ୍ତି  ଓ ୨ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।  

ୟୁଏସଏ ବିପକ୍ଷରେ ପରାଜିତ  ହୋଇଥିଲେ ହେଁ କାନାଡ଼ା ଦର୍ଶନୀୟ ବ୍ୟାଟିଂ  କରି ୧୯୪ ରନ୍‌ ସଂଗ୍ରହ କରିଥିଲା ।  ମାତ୍ର ଆୟର୍ଲାଣ୍ଡର ବୋଲିଂ ବିପକ୍ଷରେ  ବଡ଼ ସ୍କୋର କରିବା କଷ୍ଟକର ହେବ । ବାମ ହାତି ପେସ୍‌ ବୋଲର ଜୋସ ଲିଟିଲ  ସମ୍ପ୍ରତି ଚମତ୍କର ଫର୍ମରେ ରହିଛନ୍ତି । 

କାନାଡ଼ାକୁ ହରାଇବାକୁ ହେଲେ  ଆୟର୍ଲାଣ୍ଡକୁ ପ୍ରଥମେ ବ୍ୟାଟିଂ ବିଭାଗ  ସୁଦୃଢ କରିବାକୁ ହେବ । ସିନିୟର  ଖେଳାଳିମାନେ ଦାୟିତ୍ୱ ମୁଣ୍ଡାଇବା  ଜରୁରି । ବିଶେଷ କରି ପଲ ଷ୍ଟର୍ଲିଂ,  ଆଣ୍ଡି ବାଲବରିନ, ଲୋର୍କାନ ଟକ୍କର,  ହ୍ୟାରୀ ଟେକ୍ଟର ପ୍ରମୁଖ ସଫଳ ହେଲେ  ଆୟର୍ଲାଣ୍ଡର ବିଜୟ ସମ୍ଭବ ହୋଇପାରିବ । 

କାନାଡ଼ା: ଆରନ ଜନସନ, ନବନିତ  ଧଲିୱାଲ, ପରଗତ ସିଂହ, ନିକୋଲାସ  କିର୍ଟନ, ଶ୍ରେୟାସ ମୋଭା, ଦିଲପ୍ରୀତ  ବାଜୱା, ସାଦ ବିନ ଜାଫର(ଅଧିନାୟକ),  ଡିଲନ ହେଲିଗର, ନିଖିଲ ଦତ୍ତା,  କଲିମ ସାନା, ଜେରେମି ଗର୍ଡନ । 

ଆୟର୍ଲାଣ୍ଡ: ପର୍ଲ ଷ୍ଟର୍ଲିଂ(ଅଧିନାୟକ),  ଆଣ୍ଡି ବାଲବରିନ, ଲୋର୍କାନ ଟକ୍କର,  ହ୍ୟାରୀ ଟେକ୍ଟର, କର୍ଟିସ କାମ୍ଫର,  ଜର୍ଜ ଡକରେଲ, ଗ୍ୟାରେଥ ଡେଲାନି,  ମାର୍କ ଆଡେୟର, ବ୍ୟାରୀ ମ୍ୟାକକାର୍ଥି,  ଜୋସ ଲିଟିଲ, ବେନ ହ୍ୱାଇଟ୍‌ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.