ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଖାଲି ପେଟରେ ଖଜୁରୀ ଖାଇବାଦ୍ୱାରା କେଉଁ ସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା

ଖଜୁରୀ ବା ଡେଟ୍ ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏଥିରେ ଅତ୍ୟାବଶ୍ୟକ ତତ୍ତ୍ବ ମିଳିଥାଏ । ଏଥିରେ ଫାଇବର ଭରପୁର ଥାଏ, ଯାହା ମସ୍ତିଷ୍କର କାର୍ଯ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ଏବଂ ରୋଗରୁ ରକ୍ଷା କରିଥାଏ । ନିୟମିତ ଭାବରେ ଖଜୁରୀ ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ । ତେବେ  ଖଜୁରୀରେ  ପ୍ରଚୁର ମାତ୍ରାରେ  ପୋଷକ  ତତ୍ତ୍ୱ ,  ଭିଟାମିନ୍‌  ରହିଥାଏ ଯାହା ଶରୀରକୁ ଶକ୍ତି ଦେବା ସହ ରୋଗରୁ ରକ୍ଷା କରିଥାଏ।   ବିଶେଷ କରି ଖାଲିପେଟରେ ଖଜୁରୀ ଖାଇଲେ  ଚମତ୍କାର ଭାବେ ଲାଭ ମିଳିଥାଏ।  ଖଜୁରୀର ଲାଭ ଏତେ ଅଛି ଯେ ଏହାକୁ ଆପଣଙ୍କ ହେଲଦି ଡାଏଟରେ   ଆଡ କରିପାରିବେ। ଯଦି କେହି  ନିଜ ଶରୀରକୁ ଶକ୍ତିଶାଳୀ କରିବାକୁ  ଚାହୁଁଥିବେ  ତେବେ ଖଜୁରୀ କୌଣସି ରାମବାଣ ଫଳ ଠାରୁ କମ୍‌ ମଧ୍ୟ ନୁହେଁ। ତେବେ ଆସନ୍ତୁ ଜାଣିବା ଖାଲିପେଟରେ ଖଜୁରୀ ଖାଇବା ଦ୍ୱାରା କେଉଁ କେଉଁ ରୋଗୀଙ୍କୁ ଲାଭ ମିଳିଥାଏ। 

ଏନିମିଆ:ଖଜୁରୀ ହେଉଛି  ଆଇରନର  ଗନ୍ତାଘର    ।  କାରଣ ଖଜୁରୀ ଖାଇଲେ  ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ।  ଖାଲି ପେଟରେ  ଖଜୁରୀ ଖାଇବା ଦ୍ୱାରା ଏନିମିଆ  ସମସ୍ୟା କମ ହୋଇଥାଏ ।  ଯେଉଁମାନଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ରହୁଛି  ଏବଂ ହାଡ ଦୁର୍ବଳ ରହୁଛି ସେମାନେ ଖାଲି ପେଟରେ  ଖଜୁରୀ ଖାଇବା ବହୁତ ଲାଭ ଦାୟକ।   ହିମୋଗ୍ଲୋବିନ  ଲେବଲ  ବଢାଇଥାଏ  ଖଜୁରୀ ।  

ହଜମ ପ୍ରକ୍ରିୟା ସମସ୍ୟା:ଖଜୁରୀରେ ପ୍ରାକୃତିକ  ଫାଇବର ମାତ୍ରା ଭରପୁର ଥାଏ।  ଯାହା ପାଚନ ତନ୍ତ୍ରକୁ  ସୁସ୍ଥ ରଖିବାରେ ସହଯୋଗ କରିଥାଏ।  ପ୍ରତ୍ୟେକ  ଦିନ ଖାଲି ପେଟରେ  ଖଜୁରୀ ଖାଇଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ  ପେଟ ଫୁଲା ଭଳି  ସମସ୍ୟା ରୁ ମୁକ୍ତି  ମିଳିଥାଏ। ଏଥିସହିତ ମଳ ତ୍ୟାଗରେ ମଧ୍ୟ ସହଜ ହୋଇଥାଏ ।  

ହାଡ ଏବଂ ମାଂସପେଶୀର ଦୁର୍ବଳତା:ଖଜୁରୀରେ କ୍ୟାଲସିୟମ,  ଫସଫରସ୍‌ ଏବ  ମ୍ୟାଗ୍ନେସିୟମ  ପରି  ଖଣିଜ  ପ୍ରଚୁର ମାତ୍ରାରେ ମିଳିଥାଏ।  ଯାହା ହାଡ ଏବଂ ମାଂସପେଶୀକୁ  ମଜଭୁତ  କରିବାରେ ସହାୟକ ହୋଇଥାଏ।  

ହାର୍ଟକୁ ସୁସ୍ଥ ରଖିଥାଏ ଖଜୁରୀ:ଖଜୁରୀରେ  ପୋଟାସିୟମ ଏବଂ ମ୍ୟାଗ୍ନେସିୟମ  ପରି ଖଣିଜ ଭରପୁର ଥାଏ  ଯାହା ହାର୍ଟକୁ  ସୁସ୍ଥ ରଖିଥାଏ।ଖାଲି ପେଟରେ ଖଜୁରୀ ଖାଇବା ଦ୍ୱାରା ବ୍ଲଡ ପ୍ରେସର ଖଣ୍ଟ୍ରୋଲ  ରହିଥାଏ। କୋଲେଷ୍ଟ୍ରୋଲ  ଲେବଲ ମଧ୍ୟ କମ୍‌ ହୋଇଥାଏ।  ଯାହାଦ୍ୱାରା ହାର୍ଟ ସହିତ ଜଡିତ ସମସ୍ୟା କମ୍‌  ହୋଇଥାଏ।

ଡାଇବେଟିସ୍‌ : ଖଜୁରୀରେ ନ୍ୟାଚୁରାଲ ସୁଗାର  ଥାଏ ଯାହା  ମଧୁମେହ ରୋଗୀଙ୍କ ପାଇଁ ଏହା ନିରାପଦ,  କିନ୍ତୁ ଏହା ସୀମିତ ପରିମାଣରେ ସେବନ  କରିବା ଆବଶ୍ୟକ ।  ଖଜୁରି  ଇନ୍ସୁଲିନର ସେନ୍ସିଟିବିଟି କୁ ବଢାଇଥାଏ ଯାହା ଡାଇବେଟିସ୍‌ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।  ତେଣୁ ଖଜୁରୀକୁ ନିଜର ଡାଏଟ ପ୍ଲାନରେ ଆଡ କରିବାକୁ କେବେ ଭୁଲନ୍ତୁ ନାହିଁ।









  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.