ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କେବଳ ଉଦ୍ଭିଦଜାତ ଖାଦ୍ୟ ଖାଉଥିଲେ ସାବଧାନ, ଶରୀର ପାଇଁ ହୋଇପାରେ କ୍ଷତିକାରକ

ଭୁବନେଶ୍ୱର ୦୮/୦୯: ଆଜିକାଲି ପ୍ରାୟ ଯୁବବର୍ଗ ନିଜର ଓଜନ କମାଇବା ପାଇଁ ଭେଗାନ୍‌ ଡାଏଟ୍‌ ବା ପ୍ଲାଣ୍ଟ ବେସଡ୍‌ ଡାଏଟ୍‌ କିମ୍ବା ଉଦ୍ଭିଦଜାତ ଖାଦ୍ୟକୁ ପ୍ରାଥମିକତା ଦେଉଛନ୍ତି । କିନ୍ତୁ କେବେ ଭାବିଛନ୍ତି କି ଏହି ଖାଦ୍ୟ ଶରୀର ପାଇଁ କେତେ ଲାଭଦାୟକ? 

ଏହି ଖାଦ୍ୟ ସ୍ୱାସ୍ଥ୍ୟକର । କିନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବକୁ ନେଇ କୌଣସି ଗ୍ୟାରେଣ୍ଟି ନଥାଏ । ତେଣୁ ଉଦ୍ଭିଦଜାତ ଖାଦ୍ୟ ଖାଉଥିବା ବ୍ୟକ୍ତିମାନେ ସାବଧାନ ହେବା ଉଚିତ୍‌ । ଚାଲନ୍ତୁ ଜାଣିବା ଏହାର ନକାରତ୍ମକ ପ୍ରଭାବ ବିଷୟରେ... ଭେଗାନ୍‌ ଡାଏଟ୍‌ ଅନୁସରଣ କରୁଥିବା ଲୋକମାନେ ଧୀରେ ଧୀରେ ଉଦ୍ଭିଦଜାତ ଖାଦ୍ୟ ଉପରେ ନିର୍ଭରଶୀଳ ହୋଇପଡନ୍ତି । ଏମାନେ ଆମିଷ, ଅଣ୍ଡା, ସହିତ ମହୁ, ଡାଏରୀ ଉତ୍ପାଦଠାରୁ ମଧ୍ୟ ଦୂରେଇ ଯାଇଥାନ୍ତି । କେବଳ ଶସ୍ୟଜାତୀୟ, ପରିବାପତ୍ର, ଫଳମୂଳ, ଡାଲି, ନଟସ୍‌, ହର୍ବସ୍‌, ମସଲା ଓ ଡାଏରୀ ଉତ୍ପାଦ ପରିବର୍ତ୍ତେ ସୋୟା ମିଲ୍କ ଆଦି ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରିଥାନ୍ତି । ଏହି ଡାଏଟ୍‌ ଖୁବ୍‌ ଟ୍ରେଣ୍ଡରେ ରହୁଥିବା ସତ୍ତେ୍ୱ ମଧ୍ୟ ଏହାର ଅନେକ ପାଶ୍ୱର୍ ପ୍ରତିକ୍ରିୟା ରହିଥାଏ । 

ପୋଷକ ତତ୍ତ୍ୱର ଅଭାବ :

ଉଦ୍ଭିଦଜାତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କିଛି ପୋଷକ ତତ୍ତ୍ୱର ଅଭାବ ଦେଖା ଦେଇଥାଏ । ଯେପରିକି ଭିଟାମିନ୍‌ ବି୧୨, ଆଇରନ୍‌, କ୍ୟାଲସିୟମ୍‌, ଓମେଗା ୩, ଫ୍ୟାଟି ଏସିଡ୍‌ କମ୍‌ ରହିଥାଏ । ଏସବୁ ରେଡ୍‌ ମିଟ୍‌, ଅଣ୍ଡା, ମାଛ ଓ ଦୁଗ୍ଧରୁ ଭରପୂର ମାତ୍ରାରେ ମିଳିଥାଏ । ଉଦ୍ଭିଦଜାତ ଖାଦ୍ୟରୁ ମଧ୍ୟ ଆଲର୍ଜି ହୋଇଥାଏ । ଏହି ସମୟରେ ଲୋକମାନେ ବିଭିନ୍ନ ନୂଆ ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରିଥାନ୍ତି । ତେଣୁ ଆଲର୍ଜିର ସମ୍ଭାବନା ବଢିଥାଏ । 

ବ୍ଲୋଟିଂ ଏବଂ ଗ୍ୟାସ୍‌ :

ଉଦ୍ଭିଦଜାତ ଖାଦ୍ୟ ଖାଇବା ସମୟରେ ଫାଇବର ପାଇଁ ଏକା ସହିତ ଫଳ, ପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ଖାଇବାକୁ ପଡିଥାଏ । ଫଳରେ ଲୋକମାନଙ୍କ ଗଟ୍‌ ସ୍ୱାସ୍ଥ୍ୟ ବିଗିଡି ଯାଏ । ଫଳରେ ଗ୍ୟାସ୍‌ ଓ ବ୍ଲୋଟିଂ ସମସ୍ୟା ଉପୁଜେ । ଏହି ସ୍ଥିତିରେ ଅଚାନକ୍‌ ପରିବର୍ତ୍ତେ ଧୀରେ ଧୀରେ ଫାଇବର ମାତ୍ରାକୁ ବଢାଇବା ଆବଶ୍ୟକ । 

ଅଧିକ ଭୋକ ଲାଗିବା :

ଅଚାନକ୍‌ ଭାବେ ଆମିଷ ପରି ଅଧିକ କ୍ୟାଲୋରୀ ଖାଦ୍ୟ ନ ଖାଇବା ଏକ ଚ୍ୟାଲେଞ୍ଜ ହୋଇପଡେ । ତେଣୁ ବାରମ୍ବାର ଭୋକ ଲାଗିଥାଏ । ତେଣୁ ଡାଏଟ୍‌ରେ ଅଧିକ ପ୍ରୋଟିନ୍‌ ଓ ସ୍ୱାସ୍ଥ୍ୟକର ଚର୍ବିର ମାତ୍ରା ବଢାଇବାକୁ ପଡିଥାଏ । ଏପରି କରିବ ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.