ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ, ଜାଣନ୍ତୁ କେମିତି ଦୂର ହେବ ସମସ୍ୟା…

ଭୁବନେଶ୍ୱର,୧୪/୦୯: ଘୁଙ୍ଗୁଡି ମାରିବା ସାଧାରଣ କଥା । ମାତ୍ର ଅନେକ ସମୟରେ ଏହା ମାରାତ୍ମକ ରୋଗର ସଙ୍କେତ ହୋଇପାରେ । ଅନେକ ଗବେଷଣାରୁ ଜଣାପଡିଛି ଯେ , ଅଧିକ ଏବଂ ଲଗାତାର ଘୁଙ୍ଗୁଡି ମାରୁଥିଲେ, ଏହା ଗଳା କର୍କଟ ହେବାର ସଙ୍କେତ ହୋଇପାରେ । ପରିବାର କୌଣସି ବ୍ୟକ୍ତି ବିଶେଷ ଘୁଙ୍ଗୁଡି ସମସ୍ୟା ପାଇଁ ଚିନ୍ତିତ ଥିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କେବଳ ନିଦକୁ ପ୍ରଭାବିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।

ଘୁଙ୍ଗୁଡି ମାରିବା ସାଧାରଣତଃ ନିଦ ସମୟରେ ନିଶ୍ୱାସ ପ୍ରଶ୍ୱାସରେ ଥିବା ସମସ୍ୟା କାରଣରୁ ହୋଇଥାଏ । ଏହି ସମସ୍ୟା ନିଦ ସମୟରେ ଶ୍ୱାସ ନଳୀ ସଙ୍କୁଚିତ ହେବା ଦ୍ୱାରା ଉତ୍ପନ ହୋଇଥାଏ । ଏହାଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇଥାଏ । ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଗଳା ଓ ଶ୍ୱାସ ନଳୀର କ୍ଷତି କରିବା ସହ ଶେଷରେ କର୍କଟ ରୋଗର ରୂପ ନେଇଥାଏ।

ମୋଟାପଣ- ଓଜନ ବୃଦ୍ଧି ଘୁଙ୍ଗୁଡିର ଏକ ପ୍ରମୁଖ କାରଣ । କାରଣ ଗଳା ଓ ବେକ ନିକଟରେ ଶ୍ୱାସ ନଳୀ ସଙ୍କୁଚିତ କରିଥାଏ ।

ଏଲର୍ଜି- ନାକ କିମ୍ବା ଗଳାରେ ସଂକ୍ରମଣ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ନାସ ନେବାରେ ସମସ୍ୟା ହୋଇଥାଏ । ଫଳରେ ଘୁଙ୍ଗୁଡି ଆସିଥାଏ ।

ଅତ୍ୟଧିକ ନିଶା ଜିନିଷ ସେବନ- ଅଧିକ ନିଶା ଜିନିଷ ସେବନ କରିବା ଦ୍ୱାରା ମଧ୍ୟ ଶ୍ୱାସନଳୀରେ ସମସ୍ୟା ହୋଇଥାଏ ।

ନିଦରେ ସମସ୍ୟା- ପିଠି ମାଡି ଅଧିକ ସମୟ ଶୋଇବା ଦ୍ୱାରା ଶ୍ୱାସନଳୀ ଉପରେ ପ୍ରଭାବ ପଡିଥାଏ । ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ପାଏ ।

କେମିତି ଦୂର ହେବ ଏହି ସମସ୍ୟା-

ଯଦି ଆପଣ ମୋଟାପଣର ଶିକାର ହୋଇଛନ୍ତି, ତେବେ ଓଜନ ନିୟନ୍ତ୍ରଣ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଶ୍ୱାସନଳୀରେ କମ୍ ପ୍ରଭାବ ପଡିଥାଏ । ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇନଥାଏ । ପିଠି ମାଡି ଶୋଇବା ବଦଳରେ ବାମ ପଟ କିମ୍ବା ଡାହାଣ ପଟ ମାଡି ଶୁଅନ୍ତୁ । ଏହାଦ୍ୱାରା ଶ୍ୱାସନଳୀରେ କମ୍ ପ୍ରଭାବ ପଡିଥାଏ । ଘୁଙ୍ଗୁଡି ସମସ୍ୟା ମଧ୍ୟ କମ୍ ହୋଇଥାଏ । ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ । ଶୋଇବା ପୂର୍ବରୁ ଷ୍ଟିମ୍‌ ବା ବାମ୍ଫ ନିଅନ୍ତୁ । ଏପରି କରିବା ଦ୍ୱାରା ନାକ ଓ ପାଟି ସଫା ରହିଥାଏ । ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇନଥାଏ । ଏହା ସହ ଘୁଙ୍ଗୁଡି ସମସ୍ୟା ମଧ୍ୟ ଦୂର ହୋଇଥାଏ । ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ମଜଭୂତ ହୋଇଥାଏ । ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ । ନିଦ କମ୍ ହେବା କାରଣରୁ ଗଳାରେ ମଧ୍ୟ ସମସ୍ୟା ହୋଇଥାଏ । ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ହୋଇଥାଏ । ଅଧିକ ପରିମାଣରେ ନିୟମିତ ଘୁଙ୍ଗୁଡି ସମସ୍ୟା ହେଉଥିଲେ, ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.