ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଏମ୍‌ସି ଅଫିସରେ ଚୌକି ଟେନସନ୍, ଗୋଟିଏ କୋଠରୀରେ ବସୁଛନ୍ତି ୩ ଓଏଏସ୍ ଅଧିକାରୀ

ଭୁବନେଶ୍ୱର, ୧୧/୦୬ : ସତ୍ୟନଗରରେ ବିରାଟ କୋଠା ଠିଆ ହୋଇଛି । ମାର୍ବଲ ମୋଜାଇକ୍‌ ଚଟାଣ ଝଲସୁଛି । ବିଏମ୍‌ସିର ଏହି ନଭଶ୍ଚୁମ୍ଭୀ କୋଠାରେ ଗୋଟିଏ କୋଠରୀରେ ୩ ଡେପୁଟି କମିଶନର ବସୁଛନ୍ତି । ଚେୟାର ପକାଇବାକୁ ଜାଗା ନାହିଁ । ଏମିତି ହେଲେ କେମିତି ଚାଲିବ ବିଏମ୍‌ସି । 

ନିର୍ବାଚନ ପୂର୍ବରୁ ପ୍ରଶାସନିକ ସ୍ତରରେ ବଡ଼ ଅଦଳ ବଦଳ ହୋଇଥିଲା । ବିଏମ୍‌ସିକୁ ୩ ନୂଆ ଡେପୁଟି କମିଶନର ବଦଳି ହୋଇଆସିଥିଲେ । ବିଏମ୍‌ସି ପକ୍ଷରୁ ତୃତୀୟ ମହଲାରେ ଏହି ଅଧିକାରୀଙ୍କୁ ବସିବାକୁ କୁହାଯାଇଥିଲା । ହେଲେ ଜାଗା ନିଥବାରୁ ଏବେ ୩ ଅଧିକାରୀ ଗୋଟିଏ ରୁମରେ ବଡ କଷ୍ଟରେ ଚୌକି ପକାଇ ବସୁଛନ୍ତି । ଡେପୁଟି କମିଶନର ଅଜୟ ମହାନ୍ତି ଏନ୍‌ଫୋର୍ସମେଣ୍ଟ, ସ୍ଲମ ଆଉ ଦୁଇ ବିଭାଗ ଦେଖୁଛନ୍ତି । ସେହିପରି ରଞ୍ଜନ ବେହେରା ଏବିସି ଏବଂ ଧନଞ୍ଜୟ ମହାନ୍ତି ଓଡିଓ କୋର୍ଟ ଦେଖୁଛନ୍ତି । ଏତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ମାତ୍ର ଗୋଟିଏ କୋଠରୀ । ଉପ ବିଭାଗ ଫାଇଲ୍‌ ଦସ୍ତଖସ୍ତ ପାଇଁ ବାହାରେ ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି କିରାଣୀ । ସେହିପରି ଚତୁର୍ଥ ମହଲାର ବି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଅବସର ପରେ ବିଏମ୍‌ସିରେ ପୁଣି ଥରେ ଅବସ୍ଥାପିତ କରାଯାଇଛି । ସେମାନଙ୍କୁ ମଧ୍ୟ ଗୋଟିଏ କୋଠାରୀରେ ବସିବାକୁ ପଡୁଛି । ବିଏମ୍‌ସି ଏତେ ବଡ କୋଠାରେ ଓଏଏସ୍‌ ର‌୍ୟାଙ୍କର ଅଧିକାରୀଙ୍କୁ ଜାଗା ନ ମିଳିବାକୁ ନେଇ ପ୍ରଶ୍ନ ଉଠିଛି । ୧୧ ମହଲା କୋଠାରେ ବିଏମ୍‌ସି ୪ଟି ମହଲା ରହିଛି । ୩ଟି ମହଲା ସ୍ମାର୍ଟସିଟି । ବାକି ଡିଲଏଟ୍‌କୁ ଭଡାରେ ଦିଆଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.