ଭୁବନେଶ୍ବର, ୧୭।୬ : ଆସନ୍ତାକାଲି ସ୍କୁଲ ଖୋଲିବାର ଥିଲା। ତେବେ ତାତି ବଢୁଥିବାରୁ ସ୍କୁଲ ଛୁଟି ବଢାଇବାକୁ ଦାବି ହେଉଥିଲା। ତେବେ ପାଗ ଦେଖି ସ୍କୁଲ ଛୁଟି କିମ୍ବା ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରି ସକାଳୁଆ ସ୍କୁଲ ଖୋଲିବାକୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ଜିଲାପାଳ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ସେମାନେ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତବିଦ୍ୟାଳୟଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ବୋଲି ନିର୍ଦେଶ ଦିଆଯାଇଛି। ଅନୁକୂଳ ପାଣିପାଗ ଥିବା ଜିଲ୍ଲାରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ସମୟ ରଖିବେ । ଏହି ନିର୍ଦେଶ ଆଗାମୀ ୨୦.୬.୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦେଶ ଦିଆଯାଇଛି।