ଫିରିଙ୍ଗିଆ, ୨୫/୯ : ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡାଠାରୁ ସଲାଗୁଡା ରାସ୍ତାରେ ଚାଲିଥିବା ମାଣିଝିରୁ ପୋଲ କାମ ଆଜି ପର୍ଯ୍ୟନ୍ତ ଶେଷ ହେଉନାହିଁ । ବୁଧବାର ପ୍ରବଳ ବର୍ଷା ଯୋଗୁଁ ପୋଲ ପାଖରେ ହୋଇଥିବା ଅସ୍ଥାୟୀ ମାଟି ରାସ୍ତା ଭାସି ଯାଇଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସଲାଗୁଡା ପଂଚାୟତବାସୀଙ୍କ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।
ବିଦ୍ୟାଳୟକୁ ଯାଇଥିବା ପିଲାମାନେ ଘରକୁ ଫେରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ୍ନ ହୋଇଛନ୍ତି । ଚାରି ଫୁଟ ପାଣି ପ୍ରବାହିତ ହେଉଛି I ଅନେକ ରୋଗୀ ମେଡିକାଲ ଯାଇ ନ ପାରି ଘରେ ଅଛନ୍ତି । ସଲାଗୁଡା, ବାକେପଙ୍ଗା, ଟକେରୀଗୁଡା, ମାଣିଝିରୁ, ଡାହାସପାଲି, ନେଡିପଦର, କୁମ୍ଭାରଖୋଲ, କ୍ଷେତାପାଜୁ, ବଦାପାଜୁ, ଗାଡିପଦର, କିଲୁପଙ୍ଗା ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛନ୍ତି । ଏହି ପୋଲ କାମ ବର୍ଷେ ହେବ ଆରମ୍ଭ ହୋଇଛି । କାମ ସରିବାକୁ ଆହୁରି କିଛି ଦିନ ଲାଗିବ । ତୁରନ୍ତ କାମ ସାରିବାକୁ ଅଂଚଳବାସୀ ଦାବି କରିଛନ୍ତି । ସରପଂଚ ରୋହିତ କହଁର ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି ।