ପ୍ରମୂଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ: ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ, ମୃତଦେହ ଜବତ କଲା ପୋଲିସ
  • ||
  • T-20 ସୁପର-୮, ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ,ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ଜାମିନ, ସନ୍ଧ୍ୟା ୮ଟା ସୁଦ୍ଧା ତିହାର ଜେଲରୁ ମୁକ୍ତି
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ ପାଳିଲେ ପ୍ରଧାନମନ୍ତ୍ରୀ, କଲେ ଯୋଗ ମୁଦ୍ରା
  • ||
  • କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି
  • ||

ଖଲ୍ଲିକୋଟ ଦିଲ୍ଲୀପ ପାହାନ ହତ୍ୟା ଘଟଣା : ଚାନ୍ଦପୁରରୁ ଧରା ହେଲେ ସମିତି ସଭ୍ୟ ରାଜୁ ତରେଇ, ଗିରଫ ସଂଖ୍ୟା ୨୦ ହେଲା

ଖଲ୍ଲିକୋଟ, ୯।୬ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ରାଜନୈତିକ ହିଂସାରୁ ଗତ ମାସ ୧୫ ତାରିଖରେ ଘଟିଥିବା ଦିଲ୍ଲୀପ ପାହାନ ହତ୍ୟା ଘଟଣାରେ ପୂର୍ବରୁ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆଜି ସମିତି ସଭ୍ୟ ରାଜୁ ତରେଇ ଙ୍କୁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ନିକଟସ୍ଥ ଏକ ଉପାନ୍ତ ଅଞ୍ଚଳ ରୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ।

 ଶ୍ରୀ କୃଷ୍ଣ ଶରଣପୁର ସମିତି ସଭ୍ୟ ରାଜୁ ତରେଇଙ୍କୁ ମିଶାଇ ଦିଲ୍ଲୀପ ହତ୍ୟାକାଣ୍ଡ ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ୨୦ ଜଣଙ୍କୁ ଗିରଫ କରି ସାରିଲାଣି।ଏହି ରାଜନୈତିକ ହତ୍ୟା ଘଟଣାରେ ଆଉ ଦୁଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି। ସମିତି ସଭ୍ୟ ରାଜୁ ତରେଇଙ୍କୁ ଧରିବା ପାଇଁ ଏସଡିପିଓ ଗୌରହରୀ ସାହୁଙ୍କ ନେତୃତ୍ୱରେ ଖଲ୍ଲିକୋଟ ଆଇଆଇସି ନରେଶ କୁମାର ସାହୁ ଙ୍କ ତତ୍ତ୍ଵବଧାନ ରେ ରମ୍ଭା ଆଇଆଇସି ସତ୍ୟବ୍ରତ ଭୂତିଆ ଓ ଏସଆଈଟି ଟିମ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଏକ ୧୫ ଜଣିଆ ପୋଲିସ ଟିମ ଗଠନ କରାଯାଇଥିଲା। 

 ଚାନ୍ଦପୁର ନିକଟସ୍ଥ ଏକ ଉପାନ୍ତ ଅଞ୍ଚଳରେ ରାଜୁ ତରେଇ ଥିବା ଖବର ପାଇ ଶନିବାର ବିଳମ୍ବିତ ରାତି ରେ ପୋଲିସ ଟିମ ଚଢ଼ାଉ କରି ରାଜୁକୁ ଗିରଫ କରିଥିଲେ। ଆଜି ସନ୍ଧ୍ୟାରେ ରାଜୁକୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା। ଏସଆଇଟି ଟିମ ଏହି ହାଇ ପ୍ରୋଫାଇଲ ହତ୍ୟା ଘଟଣା ର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.