ପ୍ରମୂଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ: ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ, ମୃତଦେହ ଜବତ କଲା ପୋଲିସ
  • ||
  • T-20 ସୁପର-୮, ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ,ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ଜାମିନ, ସନ୍ଧ୍ୟା ୮ଟା ସୁଦ୍ଧା ତିହାର ଜେଲରୁ ମୁକ୍ତି
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ ପାଳିଲେ ପ୍ରଧାନମନ୍ତ୍ରୀ, କଲେ ଯୋଗ ମୁଦ୍ରା
  • ||
  • କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି
  • ||

ଘାଟି ତଳକୁ ଓଲଟିଲା ପିକଅପ୍ ଗାଡ଼ି, ୨ ମୃତ

ଦିଗପହଣ୍ଡି,୧୩/୬ : ପାତ୍ରପୁର ବ୍ଲକ ଅନ୍ତର୍ଗତ କାନକଟା ଘାଟିରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ହୋଇଛି । ଆମ୍ବ ବୋଝେଇ ପିକଅପ ଗାଡି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟିଲା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅରଖା ଗାଁର ଲିଟୁ ସାହୁ, କୁରେଶ ବାଡ଼ତ୍ୟା । 

ପ୍ରକାଶ ଯେ, ଏକ ଆମ୍ବ ବୋଝେଇ ପିକଅପ ତଳିଗଡ଼ ହାଟରୁ ଫେରୁଥିଲା । ଏହି ସମୟରେ ପିକଅପ ଗାଡ଼ି ଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଗାଡି ତଳେ ଚାପି ହୋଇ ରହିଛି ଡ୍ରାଇଭର । ଏହାଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ପୋଲିସକୁ ଖବର ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.