ବ୍ରହ୍ମପୁର, ୨୧/୬ (ବ୍ୟୁରୋ) : ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆପଲ୍ଲୀ ଗ୍ରାମରେ ଆଜି ସକାଳେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ନିଲୁ ବିଷୋୟୀ (୨୫) ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କର ପେଟରେ ଗୁଳି ବାଜିଛି । ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ପଠାଯାଇଛି । ଭଞ୍ଜନଗର ପୁଲିସ ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ ନିଲୁ ଆଜି ସକାଳେ ଗାଁ ନିକଟସ୍ଥ ତୋଟା ଆଡ଼କୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ହଠାତ୍ ତାଙ୍କର ପେଟରେ ଏକ ଗୁଳି ବାଜିଥିଲା । ନିଲୁ ଗୁଳିବିଦ୍ଧ ହୋଇ ଘରକୁ ଆସିବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଗୁଳିମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । ନିଲୁଙ୍କ ଅବସ୍ଥା ଭଲ ନଥିବାରୁ ସେ ଘଟଣା ସମ୍ପର୍କରେ କିଛି କହିପାରୁ ନାହାନ୍ତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସଂଖ୍ୟାଲଘୁଙ୍କ ପାଇଁ ଗୋଟି...