ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ, ‘X’ରେ ଆକ୍ଟିଭ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ବଲାଙ୍ଗୀର, ୨୧/୬ : ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମନ୍ତ୍ରୀ ହେବା ପରେ ବଲାଙ୍ଗୀରରେ ପ୍ରଥମ ସମୀକ୍ଷା ବୈଠକ ଆଜି କରିଛନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ନେଇ କରିଛନ୍ତି ସମୀକ୍ଷା । ସ୍ଥାନୀୟ ଡିଆରଡିଏଠାରେ ଆୟୋଜିତ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କଠାରୁ ଭୀମ ଭୋଇ ମେଡିକାଲ କଲେଜ ଡିନ, ସମସ୍ତ ପିଏଚସି, ସିଏଚସି, ଏସଡିଏଚ ସହ ଜିଲ୍ଲା ହେଡକ୍ଵାଟର ଓ ମେଡିକାଲ କଲେଜର ସମସ୍ତ ଅଧିକାରୀ ବୈଠକରେ ଯୋଗଦେଇଥିଲେ ତା ସହ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ଟିଟିଲାଗଡ଼ ବିଧାୟକ ନବୀନ ଜେନ ଉପସ୍ଥିତ ଥିଲେ । 

ତେବେ ବର୍ଷ ବର୍ଷ ଧରି ଖାଲି ପଡିଥିବା ଡାକ୍ତର ପଦବୀ ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇ ତୁରନ୍ତ ସମସ୍ୟା ସମାଧାନ କରାଯିବ । ବହୁ ଡାକ୍ତର ଛୁଟିରେ ରହି କାମ କରୁନଥିବାବେଳେ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବେ ନ ଦେଲେ ସେହି ପୋଷ୍ଟ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତା’ସହ ସବୁଠୁ ବଡ଼ ନିଷ୍ପତ୍ତି ପିଏଚସି , ସିଏଚସି , ଏସଡିଏଚ ହେଡକ୍ବାଟର ସହ ମେଡିକାଲ କଲେଜରେ ଯେଉଁ ସୁପରିଟେଣ୍ଡେଣ୍ଟ ସହ ଅଧିକାରୀମାନେ ଅଛନ୍ତି ସେମାନଙ୍କୁ x ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି   ସ୍ୱାସ୍ଥ୍ୟମନ୍ତ୍ରୀ ।  ତା’ସହ ବର୍ତ୍ତମାନ କିଭଳି ଚାଲିଛି ସ୍ୱାସ୍ଥ୍ୟବ୍ୟବସ୍ଥା ସେ ନେଇ ଆଲୋଚନା କରିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.