ଭୁବନେଶ୍ବର,୨୧/୬ : ବାଲେଶ୍ବରରେ ଆସନ୍ତାକାଲି ୯ଘଣ୍ଟା କର୍ଫ୍ୟୁ କୋହଳ । ସକାଳ ୫ଟାରୁ ଦିନ ୨ଟା ପର୍ଯ୍ଯନ୍ତ କର୍ଫ୍ୟୁ କୋହଳ ରହିବ । ଶିଳ୍ପାଞ୍ଚଳ ଥାନା ଅଂଚଳରୁ ହଟିଲା କର୍ଫ୍ୟୁ । ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ ।
ଏହାସହ ସେ କହିଛନ୍ତି ଯେ, ବାଲେଶ୍ବର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ, କେବଳ ଲ୍ୟାଣ୍ଡଲାଇନ ଓ ଲିଜ୍ ଲାଇନ ଇଣ୍ଟରନେଟ୍ ରହିବ । ସେହିଭଳି ବାଲେଶ୍ବର ସହରର ଟାଉନ ଥାନା ଓ ସହଦେବଖୁଣ୍ଟା ଥାନା ଅଂଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ । ଗୋଷ୍ଠୀ ସଂଘର୍ଷରେ ମୋଟ ୬୫ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଶାନ୍ତି ଫେରାଇବା ପାଇଁ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରୁଛି ଜିଲ୍ଲା ପ୍ରଶାସନ ।