ଫୁଲବାଣୀ,୨୧/୬ ସଦର ଥାନା ଅଞ୍ଚଳରେ ଜନୈକା ନାବାଳିକା ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ରୀ ଜଣକ ସଦର ଥାନା ଅନ୍ତର୍ଗତ ବିଶିପଡା ପଞ୍ଚାୟତ ମାଣ୍ଡିଆ ପଦର ଗ୍ରାମର ଫକୀର ମୋହନ ମଲ୍ଲିକଙ୍କ ଝିଅ ରିଶିକା ମଲ୍ଲିକ (୧୪)। ସେ ନବମ ଶ୍ରେଣୀରେ ପଢ଼ୁଥିଲେ । ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ସେ କୌଣସି କାରଣରୁ କୀଟନାଶକ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆଣି ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ସଦର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି ।