ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ତୃତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନୀଳଗିରି,୨୧/୬ : ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ଜିଲ୍ଲା ନୀଳଗିରି ରଥଯାତ୍ରା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ନୀଳଗିରି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ, ଠାକୁରମାହାଲ ହେରିଟାରୀ ଟ୍ରଷ୍ଟି ମନୋଜା ମଞ୍ଜରୀ ଦେବୀ, ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ଏନଏସି ଚେୟାରମ୍ୟାନ ଅମ୍ବିକା ଦାସ, ତହସିଲଦାର ଦୀପ୍ତିମୟୀ ବେହେରା, ଲୋକସମ୍ପର୍କ ସୂଚନା ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ମଂଚାସୀନ ଥିଲେ । ରଥଯାତ୍ରା ପାଇଁ ରଥନିର୍ମାଣ, ଶାନ୍ତିଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ଟ୍ରାଫିକ ସମସ୍ୟା, ପାନୀୟଜଳ, ପରିବହନ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଅସ୍ଥାୟୀ ଶୌଚାଳୟ ସମେତ ବିଭିନ୍ନ କ୍ଷେତ୍ରରେ ଆଲୋଚନା ହୋଇଥିଲା । 

ତେବେ ରଥଦାଣ୍ଡରେ ଯେମିତି ଆମିଷ ରଥଯାତ୍ରା ସମୟରେ ବନ୍ଦ ହେବ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବା ସହ ଚୋରା ମଦ କାରବାର ଉପରେ ମଧ୍ୟ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ସଠିକ ସମୟରେ ରଥ ନିର୍ମାଣ ସାରିବା ସହ କିଭଳି ଭକ୍ତିମୟ ପରିବେଶ ଭିତରେ ରଥଯାତ୍ରା ହେବ ଏ ନେଇ ଅଂଚଳବାସୀଙ୍କ ସହଯୋଗ କାମନା କରାଯାଇଥିଲା । ତେବେ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୧୨ଟି ଗଛ କଟାଯାଇଥିବାବେଳେ ଗତ ବର୍ଷରେ ବଳକା ୪ଟି ଗଛର ଗଣ୍ଡି ଥିବାବେଳେ ଏତେ ପରିମାଣ କାଠର କିଭଳି ଆବଶ୍ୟକତା ରହିଛି ଓ ବିଗତ ବର୍ଷମାନଙ୍କରେ ପୁରୁଣା କାଠର ହିସାବ ସଠିକ ଠାକୁରମାହାଲ ଦେଇନପାରିବାରୁ ବୈଠକରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେହିଭଳି ରଥ ପୁରୁଣା କାଠ ଓ ନୂଆ କରି ଆସୁଥିବା କାଠର ହିସାବ ଲିଖିତ ଭାବେ ଲେଖି ରଖିବାକୁ ବିଧାୟକ ଶ୍ରୀ ଖଟୁଆ ପରାମର୍ଶ ଦେବା ସହ ଚଳିତ ଘୋଷଯାତ୍ରା ଏକ ନୂତନ ବିଶେଷତ୍ୱ ଓ ଭକ୍ତିମୟ ପରିବେଶ ଅଞ୍ଚଳବାସୀ ଦେଖିବାକୁ ପାଇବେ ବୋଲି କହିଥିଲେ । 

ପ୍ରତ୍ୟେକ ଥର ଭଳି ଚଳିତ ବର୍ଷ ନୀଳଗିରି ଟ୍ରକ ଏସୋସିଏସନ ଚାନ୍ଦୁଆ ଦେବା ସହ ୨୦ଟି ନୂତନ ଘଣ୍ଟା ପ୍ରଦାନ କରିବେ ବୋଲି କହିଛନ୍ତି । ଏହି ବୈଠକରେ ସେବାୟତ, ମହାରଣା, ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସମେତ ଗଣମାଧ୍ୟମର ପଦାଧିକାରୀ ଉପସ୍ଥିତ ଥିଲେ ।

 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.