ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ନବରଙ୍ଗପୁର ସାଂସଦଙ୍କ ବୈଠକ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଚନ୍ଦାହାଣ୍ଡି,୨୧/୬ : ନବରଙ୍ଗପୁର ସାଂସଦ ଇଁ ବଳଭଦ୍ର ମାଝି ଶୁକ୍ରବାର ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ଚନ୍ଦାହାଣ୍ଡି ଅଞ୍ଚଳବାସୀଙ୍କଠାରୁ ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ ଗ୍ରହଣ କରିବା ସହ ଏହାର ତୁରନ୍ତ ସମାଧାନ ପାଇଁ ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ସହଦେବ କୁଟ୍ରୁକା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିବା ବିଡିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି l  ସାଂସଦଙ୍କ ସମୀକ୍ଷା କାର୍ଯ୍ୟକ୍ରମରେ ରାଜନୀତିକ ଭେଦ ଭାବର ଏକ ଝଲକ ଦେଖିବାକୁ ମିଳିଥିଲା l   

ଏଥିରେ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ସରପଞ୍ଚ, ସମିତି ସଭ୍ୟସଭ୍ୟା, ଜିଲ୍ଲା ପରିଷଦ ସଭ୍ୟା ଯୋଗଦେଇ ନ ଥିଲେ l  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ  ଏକ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ବ୍ଲକର ବିକାଶ ମୂଳକ କାର୍ଯ୍ୟର ତ୍ୱରାନ୍ୱିତକୁ ନେଇ ବଡ଼ ପ୍ରଶ୍ନବାଚୀ ଦେଖାଦେଇଛି l  ଜନପ୍ରତିନିଧିଙ୍କ ସମେତ ଜଳସେଚନ, ଆରଡି, ଜଙ୍ଗଲ, କୃଷି, ଉଦ୍ୟାନ, ଏବଂ ମୃତିକା ସଂରକ୍ଷଣ ବିଭାଗର ଅଧିକାରୀ କିମ୍ବା କର୍ମଚାରୀମାନେ ଯୋଗଦେଇ ନ ଥିବାରୁ ସମ୍ପୃକ୍ତ ବିଭାଗର  ସମସ୍ୟା ସମ୍ପର୍କରେ  ଆଲୋଚନା ହୋଇପାରି ନ ଥିଲା l  

ଏହାକୁ ନେଇ ସାଂସଦ ଶ୍ରୀ ମାଝି ଉଦବେଗ ପ୍ରକାଶ କରିବା ସହ  ଆଗାମୀ ଦିନରେ   ଏ ସବୁ ହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସାଂସଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ବିଡିଓ ରାମକୃଷ୍ଣ ନାୟକଙ୍କ ତତ୍ତ୍ବାବଧାନରେ ଚନ୍ଦାହାଣ୍ଡି ବ୍ଲକର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ନବନିର୍ବାଚିତ ସାଂସଦ ଇଁ ବଳଭଦ୍ର ମାଝିଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ l ବ୍ଲକ ସଭାଗୃହରେ ସର୍ବ ପ୍ରଥମେ ସାଂସଦ ଲୋକେ ଭୋଟ ଦେଇ ତାଙ୍କୁ ନିର୍ବାଚିତ କରି ଥିବାରୁ ସେ ଧନ୍ୟବାଦ ଦେବା ସହ କେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଅବଗତ କରିଥିଲେ । ଏହାସହ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ l 

ଅଭିଯୋଗ ମଧ୍ୟରେ ବ୍ଲକର ଅଧିକାଂଶ ବାସହୀନଙ୍କୁ ଘର ଦେବାରେ ବିଫଳତା, ଭତ୍ତା, ପାନୀୟ ଜଳ ସମସ୍ୟା ଏବଂ  ଦୀର୍ଘ ଦିନରୁ ଜିଲ୍ଲାପାଳ ଅଭିଯୋଗରେ ଅଭିଯୋଗ ଦେଇ ମଧ୍ୟ ବିଫଳତା ହେଉଥିବା ଲାଙ୍ଗପଡା ଚାଲାଣପଡା ରାସ୍ତା ନିର୍ମାଣ କରିବାକୁ ଅଭିଯୋଗ କରିଥିଲେ ସମାଜସେବୀ ସହଦେବ ଠେଲା l  ଏହାର ତୁରନ୍ତ ସମାଧାନ କରିବାକୁ ସାଂସଦ  ବିଡିଓ ଙ୍କୁ ନିର୍ଦେଶ ଦେଇଥିଲେ l  ଏହା ପୂର୍ବରୁ ଗତ ସାଂସଦ ବିଧାୟକଙ୍କ କୌଣସି  ସମୀକ୍ଷା ବୈଠକ କରି ନ ଥିବା ଏବଂ ଏହା ପ୍ରଥମ ସାଂସଦଙ୍କ ସମୀକ୍ଷା ବୈଠକ ହୋଇଥିବାରୁ ଲୋକେ ଖୁସି ପ୍ରକଟ କରିଥିଲେ l  ଏହି ଅବସରରେ ବରିଷ୍ଠ ନେତା ଗୋବିନ୍ଦ ଜୈନ, ଶ୍ୟାମ ସୁନ୍ଧର ମାଝି, ଦିଲୀପ ଦାସ, ବ୍ଲକର ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ରହିଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.