ଫୁଲବାଣୀ ୨୧/୦୬ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ସତ କିନ୍ତୁ ଏବେବି କିଛି ଯୋଜନା ପହଞ୍ଚି ପାରୁନାହିଁ ଗ୍ରାମାଞ୍ଚଳରେ, ଯେଉଁଥି ପାଇଁ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ବାକୁ ମିଳୁଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ମିଣିଆଁ ପଞ୍ଚାୟତ ପିଶୁପଦର ଗ୍ରାମର ଅଭିଯୋଗ ଶୁଣିଲାନି ପ୍ରଶାସନ । ନିଜ ହାତରୁ ଚାନ୍ଦା ଆଦାୟ କରି କୂଅ ମରାମତି କଲେ ଗାଁ ଲୋକ । ସୂଚନା ମୁତାବକ ପିଶୁ ପଦର ଗ୍ରାମରେ ତିନୋଟି ଖାଇବା ପାଣି କୂଅ ଅଛି । କିନ୍ତୁ ଗୋଟିଏ ମଧ୍ୟ କୂଅ ଠିକ୍ ଅବସ୍ଥାରେ ନାହିଁ । ଏହି ବିଷୟରେ ମରାମତି ପାଇଁ ବାରମ୍ବାର ସରକାରଙ୍କ ପାଖରେ ଜଣାଇବା ପରେ ମଧ୍ୟ କୈାଣସି ଅର୍ଥ ଦିଆଗଲା ନାହିଁ ତେଣୁ ଜନ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ବର୍ଷା ଦିନ ଆଗକୁ ଆସୁଥିବାରୁ ଅସୁବିଧାକୁ ଦୃଷ୍ଟିରେ ରଖି ଗାଁ ଲୋକେ ନିଜ ହାତରୁ ଚାନ୍ଦା ଆଦାୟ କରି କୂଅ ମରାମତି କରିଥିବା ଜଣାପଡ଼ିଛି । ତେଣୁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ମରାମତି କରାଯାଇଥିବା ଅର୍ଥ ରାଶି ପ୍ରଦାନ କରିବା ସହିତ ଅନ୍ୟ କୂଅ ଗୁଡିକ ଯଥା ଶୀଘ୍ର ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।