ପ୍ରମୂଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ: ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ, ମୃତଦେହ ଜବତ କଲା ପୋଲିସ
  • ||
  • T-20 ସୁପର-୮, ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ,ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ଜାମିନ, ସନ୍ଧ୍ୟା ୮ଟା ସୁଦ୍ଧା ତିହାର ଜେଲରୁ ମୁକ୍ତି
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ ପାଳିଲେ ପ୍ରଧାନମନ୍ତ୍ରୀ, କଲେ ଯୋଗ ମୁଦ୍ରା
  • ||
  • କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି
  • ||

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ କଲେ ଅନୁରୋଧ

 ଖଲ୍ଲିକୋଟ,୧୩/୦୬ : ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ପରିବାର । ଦୋଷୀ ଙ୍କୁ କଠୋର ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି।

 ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମ ରେ ରାଜନୈତିକ ହିଂସା ର ଶୀକାର ହୋଇଥିବା ମୃତ ଦିଲ୍ଲିପଙ୍କ ପରିବାର କୁ ବିଜେପି ତରଫରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଜନତା ମୈଦାନ ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ ଦିଲ୍ଲିପଙ୍କ ପରିବାର । ତେବେ ଶପଥ ଗ୍ରହଣ ସମାରୋହ ସରିବା ପରେ ଲୋକସେବା ଭବନ ଠାରେ ରାତି ୯ ଟା ସମୟରେ ଦିଲ୍ଲିପଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଭେଟିଥିଲେ। ଦିଲ୍ଲୀପ ହତ୍ୟାକାରୀ ଙ୍କୁ କଠୋର ଦଣ୍ଡ କିପରି ମିଳିବ ସେ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ  ଦିଲ୍ଲୀପ ଙ୍କ ବାପା ରାମ ଚନ୍ଦ୍ର ପାହାନ। ଆଲୋଚନା ସମୟରେ ଆସ୍କା ସାଂସଦ ଅନିତା ସୁଭଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଜେପି ନେତ୍ରୀ ଭାରତୀ ବେହେରା, ବିଜେପି ନେତା ଅନୀଲ କୁମାର ପଣ୍ଡା, ଜଜ୍ଞନାରାୟଣ ଦାଶ, ଅରୁଣ ପଣ୍ଡା, ଶମ୍ଭୁନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.