ପ୍ରମୂଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ: ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ, ମୃତଦେହ ଜବତ କଲା ପୋଲିସ
  • ||
  • T-20 ସୁପର-୮, ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ,ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ଜାମିନ, ସନ୍ଧ୍ୟା ୮ଟା ସୁଦ୍ଧା ତିହାର ଜେଲରୁ ମୁକ୍ତି
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ ପାଳିଲେ ପ୍ରଧାନମନ୍ତ୍ରୀ, କଲେ ଯୋଗ ମୁଦ୍ରା
  • ||
  • କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି
  • ||

ସାନଘାଟିରେ ଟ୍ରକ ଧକ୍କାରେ ବାଇକ ଚୁରମାର , ଜଣେ ଗୁରୁତର

ଖଲ୍ଲିକୋଟ ,୧୨।୬ ;  ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନଘାଟି ନିକଟରେ ଟ୍ରକ ଧକ୍କାରେ ଏକ ବାଇକ ଚୁରମାର ହୋଇଯାଇଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।। ଗୁରୁତର ଆହତ ବାଇକ ଚାଳକ ଜଣଙ୍କ ପ୍ରଶାନ୍ତ ମହାରଣା ।

ରମ୍ଭାରୁ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ଏକ ବାଇକ ( ନଂ ଓଆର୦୭ଏନ୧୨୨୦) ପଛକୁ ହଠାତ ସାନଘାଟି ନିକଟରେ ଏକ ଟ୍ରକ ( ନଂ ଓଡି୩୫ଡି୭୨୪୫) ଧକ୍କା ଦେଇଥିଲା । ଯାହା ଫଳରେ ବାଇକ ଟି ଚୁରମାର ହୋଇଥିବା ବେଳେ ଚାଳକ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ ତେବେ ଖବର ପାଇ ହାଇୱେ ପାଟ୍ରୋଲିଂ ଏସପିଓ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଡ୍ରାଇଭର ଲିଙ୍ଗରାଜ ବେହେରା ଦୁର୍ଘଟଣା ସ୍ଥଳରେ ପହଂଚି ଗୁରୁତର ଆହତ ବାଇକ ଚାଳକ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ବଡ଼ ଘାଟି ଠାରେ ଟ୍ରକ ଛାଡ଼ି ଫେରାର ହୋଇଯାଇଥିବା ବେଳେ ଖଲ୍ଲିକୋଟ ଥାନା ପୋଲିସ ଟ୍ରକ ଟିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.