ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

କାର -ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ସାଙ୍ଗ ମୃତ

ଖଲ୍ଲିକୋଟ , ୧୬/୦୬ :ଖଲ୍ଲିକୋଟ ନିକଟସ୍ଥ ନିର୍ମଳଝର ଠାରେ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ସାଙ୍ଗଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ହେଲେ ନିରାକାର ଗୌଡ଼ ଓ ଆଲୋକ ଗୌଡ଼ ।

ଭରସା ଗ୍ରାମ ର ଦୁଇ ସାଙ୍ଗ ନିରାକାର ଗୌଡ଼ ଓ ଆଲୋକ ଗୌଡ଼ ଗୁହାରିଆପାଟ ରୁ ନିଜ ଗ୍ରାମ ଭରସା ଅଭିମୁଖେ ଏକ ବାଇକ ( ନଂ ଓଡି୦୭ଏକେ୭୩୬୭) ଯୋଗେ ଆସୁଥିବା ସମୟରେ ହଠାତ ନିର୍ମଳଝର ମନ୍ଦିର ସମ୍ମୁଖରେ ଏକ କାର (ନଂ. ଓଡି୦୨ଏକ୍ସ୨୨୪୭) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବାଇକରେ ଥିବା ଦୁଇ ସାଙ୍ଗ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ପରିବାର ଲୋକେ ମେଡ଼ିକାଲ ରେ ପହଞ୍ଚିବାରୁ ସେଠାରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଠି ହୋଇଥିଲା । ଅନ୍ୟପଟେ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଥାନା ଏସ ଆଇ ପାର୍ଥ ପ୍ରତିମ ଦେବତା, ଏ ଏସ ଆଇ ହରେକୃଷ୍ଣ ସାମଲ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଦୁର୍ଘଟଣା ସ୍ଥଳରେ ପହଂଚି କାର ଓ ବାଇକ କୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.