ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଜମାକାରୀଙ୍କୁ ଚିଟ୍‌ଫଣ୍ଡ୍‌ ଟଙ୍କା ଫେରସ୍ତ କରିବା ନୂଆ ସରକାରଙ୍କ ପାଇଁ ହେବ ଚାଲେଞ୍ଜ, ନିଲାମ ହୋଇପାରୁନି ଚିଟ୍‌ଫଣ୍ଡ ସଂସ୍ଥା ସମ୍ପତ୍ତି ...

କଟକ,୧୬/୦୬: ରାଜ୍ୟରେ ବିଜେପି ସରକାର ଆସିଲେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ଦଳ ଘୋଷଣା  କରିଥିଲା । ଦଳର ପ୍ରତିଶ୍ରୁତିକୁ ଭରସା କରି ରାଜ୍ୟବାସୀ ବିଜେପିକୁ କ୍ଷମତାସୀନ କରିଛନ୍ତି । ସ୍ୱାଭାବିକ ଭାବେ ସରକାର ଧୀରେ ଧୀରେ  ତାଙ୍କ କାମ ଆରମ୍ଭ କରୁଛନ୍ତି । କିନ୍ତୁ ଚିଟ୍‌ଫଣ୍ଡ ଜମାକାରୀ ଅର୍ଥ ଫେରସ୍ତ କରିବା କାମ ନୂଆ ସରକାର ପାଇଁ ଏତେ ସହଜ ହେବନାହିଁ । ଜମାକାରୀଙ୍କୁ ଚିହ୍ନଟ ଏବଂ ଚିଟ୍‌ଫଣ୍ଡ ସଂସ୍ଥାଙ୍କ ସମ୍ପତ୍ତି ବାଜ୍ୟାପ୍ତି ଏକ ଜଟିଳ ସମସ୍ୟା ହୋଇ ଛିଡ଼ା ହୋଇଛି । ଏହି ଦୁଇଟି ସମସ୍ୟାର ସମାଧାନ କରିବା ଏବେ ନୂଆ ସରକାରଙ୍କ ପାଇଁ ଏକ ଚାଲେଞ୍ଜ ହେବ ବୋଲି କୁହାଯାଉଛି । 

୬୦ରୁ ଅଧିକ ଚିଟ୍‌ଫଣ୍ଡ କମ୍ପାନୀଙ୍କ ସମ୍ପତ୍ତି  ବ୍ୟାଜାପ୍ତି ପାଇଁ ଚିଟ୍‌ଫଣ୍ଡ୍‌ ସ୍ୱତନ୍ତ୍ର ଅଦାଲତରେ  କଟକ ଚିଟ୍‌ଫଣ୍ଡ ସ୍ୱତନ୍ତ୍ର ଅଧିକାରୀ ତଥା  ଅତିରିକ୍ତ ଜିଲ୍ଲାପାଳ ମାମଲା ରୁଜୁ କରିଛନ୍ତି ।  ଇତିମଧ୍ୟରେ ୨୬ଟି ମାମଲାରେ ସ୍ୱତନ୍ତ୍ର ଅଦାଲତ  ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବ୍ୟାଜାପ୍ତି ପାଇଁ ନିର୍ଦ୍ଦେଶ  ଦେଇସାରିଛନ୍ତି । ଆହୁରି ୩୫ରୁ ଅଧିକ ମାମଲା  ଚିଟ୍‌ଫଣ୍ଡ ଅଦାଲତରେ ବିଚାରାଧୀନ ରହିଛି ।  ୨୬ଟି ସଂସ୍ଥା ଭିତରେ ଅଛନ୍ତି ରୋଜ୍‌ଭ୍ୟାଲି,  ସାଫେକ୍ସ ଇଣ୍ଡିଆ, ଆସ୍ଥା ଇଣ୍ଟରନ୍ୟାସନାଲ,  ଗୋଲଡେନ୍‌ଲ୍ୟାଣ୍ଡ ଡେଭଲ୍‌ପର୍ସ, ସାଇ ପ୍ରଗତି,  ଉମାମଣି କ୍ରିଏସନ୍‌, ଶ୍ରୀଭୂମି, ଶିରିଡ଼ି ସାଇ  ଚିଟ୍‌ଫଣ୍ଡ, ସେଡିଲ୍‌ ଡେଭଲ୍‌ପର୍ସ, ଲ୍ୟାଣ୍ଡ  ଇଣ୍ଡିଆନ୍‌, ଏ.ବି. ରିଅଲଟେକ୍‌, ଏକ୍ସଲେଣ୍ଟ  ଇଷ୍ଟକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଏ.ଏମ୍‌. ଫଣ୍ଡ୍‌  ମ୍ୟାନେଜର୍‌, ମା’ ତାରିଣୀ ଇଷ୍ଟକନ୍‌ ପ୍ରାଇଭେଟ୍‌  ଲିମିଟେଡ଼୍‌, ସିସୋର୍‌, ଭିଷ୍ଟା ମ୍ୟାନେଜ୍‌ମେଣ୍ଟ  ପ୍ରାଇଭେଟ୍‌ ଲିମିଟେଡ୍‌, ସାଫେକ୍ସ, ଆସ୍ଥା ପ୍ରମୁଖ ।  ଏହି ୨୬ଟି ସଂସ୍ଥାର ସମ୍ପତ୍ତି ବ୍ୟାଜାପ୍ତି କରି  ନିଲାମ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତେ୍ୱ ନିଲାମ  ହୋଇପାରୁ ନାହିଁ ।  

ରୋଜ୍‌ଭ୍ୟାଲିର ଯେତିକି ଜମି ବ୍ୟାଜାପ୍ତି  କରାଯାଇଛି ସେଥିରୁ ୧୧ ଏକର ୨୯୨  ଡେସିମିଲ୍‌ ଜମି ନିଲାମ ହୋଇପାରିନି । ସାଫେକ୍ସ  ଚିଟ୍‌ଫଣ୍ଡ୍‌ ସଂସ୍ଥାର ୧୪ ଏକର ଜମିରୁ ମାତ୍ର  ୯୦୨ ଡେସିମିଲ୍‌ ଜମି ବିକ୍ରି ହୋଇପାରିଛି ।  ଆସ୍ଥା ନାଁରେ ୫୨୨ ଏକର ସମ୍ପତ୍ତି ରହିଛି ।  ଏଥିରୁ ପଶ୍ଚିମବଙ୍ଗରେ କେବଳ ୫୦୨ ଏକର  ଜମି ରହିଛି । ଏଥିରୁ ମାତ୍ର ୩୯୭ଡେସିମିଲ୍‌  ଜମି ବିକ୍ରି ହୋଇଛି । ଗୋଲଡେନ୍‌ ଲ୍ୟାଣ୍ଡ  ଡେଭଲପର୍ସ ୪୯ ଏକର ଜମି ଥିଲାବେଳେ  ଏଥିରୁ ୩୧ ଏକର ୮୪୮ ଡେସିମିଲ୍‌ ଜମି  ବିକ୍ରି ହୋଇପାରିଛି । ସାଇ ପ୍ରଗତି ନାମରେ  ୪୬ ଏକର ଜମି ଥିଲାବେଳେ ଏଥିରୁ ମାତ୍ର  ୭ ଏକର ଜମି ନିଲାମ ପ୍ରକ୍ରିୟାରେ ବିକ୍ରି  ହୋଇପାରିଛି । ଏହି ସମସ୍ତ ଜମିକୁ ଦୁଇଥର  ଲେଖାଏଁ ନିଲାମ ଡକାଯାଇଛି । ଦୁଇଥର  ନିଲାମ ପରେ ମଧ୍ୟ ବହୁ ପରିମାଣର ଜମି ବିକ୍ରି  ହୋଇନପାରି ପଡ଼ିରହିଛି । ନିଲାମ ପ୍ରକ୍ରିୟାରେ  ବିକ୍ରି ହୋଇନପାରି ପଡ଼ି ରହିଥିବା ଏହିସବୁ  ଜମିର ମୂଲ୍ୟ ପ୍ରାୟ ୫୦୦ କୋଟି ଟଙ୍କା ହେବ  ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି ।  

ଅପରପକ୍ଷରେ ଉମାମଣି କ୍ରିଏସନ୍‌ ନାମରେ  ୩୨ ଏକର ଜମି ଥିଲାବେଳେ ଶ୍ରୀଭୂମି ନାମରେ  ୪୬ ଏକର ଜମି, ଶିରିଡ଼ି ସାଇ ଚିଟ୍‌ଫଣ୍ଡ ସଂସ୍ଥା  ନାମରେ ୧ ଏକର ଜମି, ସେଡିଲ୍‌ ଡେଭଲପର୍ସ  ନାମରେ ୨ ଏକର ୫୬ ଡେସିମିଲ୍‌ ଜମି,  ଲ୍ୟାଣ୍ଡ ଇଣ୍ଡିଆ ନାମରେ ୭ ଏକର ଜମି, ଏ.  ବି. ରିଅଲଟେକ୍‌ ନାମରେ ୧୪ ଏକର ଜମି,  ଏକ୍ସଲେଣ୍ଟ ଇଷ୍ଟକନ୍‌ ପ୍ରାଇଭେଟ୍‌ ଲିମିଟେଡ଼୍‌  ନାମରେ ୨ ଏକର, ଏ.ଏମ୍‌. ଫଣ୍ଡ୍‌ ମ୍ୟାନେଜର୍‌  ସଂସ୍ଥା ନାମରେ ୪୩୧ ଡେସିମିଲ୍‌ ଜମି,  ମା’ତାରିଣୀ ଇଷ୍ଟକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌  ନାମରେ ୪୨ ଏକର, ସିସୋର୍‌ ନାମରେ ୨୩୨  ଏକର ଜମି, ଭିଷ୍ଟା ମ୍ୟାନେଜ୍‌ମେଣ୍ଟ ପ୍ରାଇଭେଟ୍‌  ଲିମିଟେଡ୍‌ ନାମରେ ୧୪ ଏକର ଜମି ରହିଛି ।  କିନ୍ତୁ ଏହିସବୁ ସମ୍ପତ୍ତିର ଏ ପର୍ଯ୍ୟନ୍ତ ମୂଳ  ମୂଲ୍ୟ(ବେସ୍‌ ପ୍ରାଇସ୍‌) ଧାର୍ଯ୍ୟ ହୋଇନଥିବାରୁ  ନିଲାମ କରାଯାଇ ପାରୁନାହିଁ । 

 କେବଳ ସେତିକି ନୁହେଁ ଜମାକାରୀ ଚିହ୍ନଟ  ମଧ୍ୟ ଆଉ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।  ପ୍ରଥମେ ରାଜ୍ୟ ସରକାର ଜମାକାରୀଙ୍କୁ ଚିହ୍ନଟ  ପାଇଁ ଏକ କମିସନ ବସାଇଥିଲେ । ଉକ୍ତ  କମିସନ ଜମାକାରୀଙ୍କଠାରୁ ଦରଖାସ୍ତ ଆହ୍ୱାନ  କରିଥିଲେ । ଏହି ଦରଖାସ୍ତ ଆସିବା ପରେ  ସେସବୁର ଗଣନା କରାଯାଇଥିଲା । ପ୍ରଥମେ  ବିଭିନ୍ନ କମ୍ପାନୀର କ୍ଷୁଦ୍ର ଜମାକାରୀ(୧୦ ହଜାର  ଟଙ୍କା ପର୍ଯ୍ୟନ୍ତ)ଙ୍କୁ ଚିହ୍ନଟ କରି ତାହାର ଏକ  ତାଲିକା ବିଭିନ୍ନ ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ  ଦାଖଲ ହୋଇଥିଲା । ଲକ୍ଷଲକ୍ଷ ଜମାକାରୀଙ୍କୁ ଏହି ଜରିଆରେ ଚିହ୍ନଟ କରାଯାଇଥିଲା । କିନ୍ତୁ  ରାଜ୍ୟ ସରକାର ଜମାକାରୀଙ୍କୁ ସେମାନଙ୍କ ଅର୍ଥ  ଫେରସ୍ତ ପାଇଁ ପୁନର୍ବାର ଆଉ ଏକ ପ୍ରକ୍ରିୟା  ଆରମ୍ଭ କରିଥିଲେ । ଜିଲ୍ଲା ପ୍ରଶାସନ ଜରିଆରେ  ଏହି ଚିହ୍ନଟ କାର୍ଯ୍ୟ କରାଯାଇ ଜମାକାରୀଙ୍କୁ  ଟଙ୍କା ଫେରସ୍ତ ଦେବା ପାଇଁ ପଦକ୍ଷେପ  ଆରମ୍ଭ ହୋଇଥିଲା ।

 ଅବଶ୍ୟ ଏହି ଜରିଆରେ  ହାଇଟେକ୍‌, ରୋଜ୍‌ଭ୍ୟାଲୀ ଆଦି ଚିଟ୍‌ଫଣ୍ଡ ସଂସ୍ଥାର  କିଛିକିଛି ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ  ମଧ୍ୟ ହୋଇସାରିଲାଣି । କିନ୍ତୁ ଏହା ତ’ ସମୁଦ୍ରକୁ  ଶଙ୍ଖେ ଭଳି । ଏବେ ବି ଲକ୍ଷାଧିକ ଜମାକାରୀ  ପ୍ରଶାସନ ଜରିଆରେ ଚିହ୍ନଟ ହୋଇପାରି  ନାହାନ୍ତି । ତେଣୁ ନୂଆ ସରକାର ପୂର୍ବରୁ ଚାଲି  ଆସୁଥିବା ପ୍ରକ୍ରିୟାରେ ଜମାକାରୀଙ୍କୁ ଅର୍ଥ ଫେରସ୍ତ  କରିବେ ନା’ ଆଉ କିଛି ନୂଆ ବାଟ ଆପଣାଇବେ  ତାହା ଉପରେ ସମସ୍ତଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.