ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟ: ବୈଶାଳୀ ଶୀର୍ଷରେ, ପ୍ରଜ୍ଞାନନ୍ଦା ହାରିଲେ..

ନୂଆଦିଲ୍ଲୀ,୦୧/୦୬: ଚଳିତ ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟର ଓପନ ଓ ମହିଳା ବର୍ଗରେ ୪ ରାଉଣ୍ଡ୍‌ ଖେଳ ଶେଷ ହୋଇଛି । ମହିଳା ବର୍ଗରେ ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର ଆର୍‌ ବୈଶାଳୀ ଆଧିପତ୍ୟ ଜାରି ରଖି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟ ପଟରେ ଓପନ ବର୍ଗରେ ଚେସ୍‌ ବିସ୍ମୟ ଆର୍‌ ପ୍ରଜ୍ଞାନନ୍ଦାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । 

ମହିଳା ବର୍ଗର ଚତୁର୍ଥ ରାଉଣ୍ଡ୍‌ରେ ବୈଶାଳୀ ସ୍ୱିଡେନର  ପିୟା କ୍ରାମଲିଙ୍ଗ୍‌ଙ୍କୁ ହରାଇ ପୂର୍ଣ୍ଣ ୩ପଏଣ୍ଟ ହାସଲ କରିଥିଲେ ।  ଏହି ମ୍ୟାଚ୍‌ରେ ସେ ୫୪ ଗୋଟିଚାଳନା ମଧ୍ୟରେ ବିଜୟ ହାସଲ  କରିଥିଲେ । ବୈଶାଳୀ ମୋଟ ୮.୫ପଏଣ୍ଟ ସହ ଶୀର୍ଷରେ  ରହିଛନ୍ତି । ଅନ୍ୟ ଭାରତୀୟ ଖେଳାଳି କୁନେରୁ ହମ୍ପି  ୟୁକ୍ରେନର ଆନା ମୁଜିଚୁକଙ୍କ ନିକଟରୁ ହାରି ଯାଇଥିଲେ । 

ଓପନ ବର୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ମାଗନସ୍‌  କାର୍ଲସେନଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିବା ପ୍ରଜ୍ଞାନନ୍ଦା ଆଜି  ଆମେରିକାର ହିକାରୁ ନାକାମୁରାଙ୍କ ନିକଟରୁ ହାରି ଯାଇଥିଲେ ।  ନାକାମୁରା ପୂର୍ଣ୍ଣ ୩ ପଏଣ୍ଟ ହାତେଇବା ସହ ତାଲିକାରେ ଶୀର୍ଷ ସ୍ଥାନକୁ  ଉନ୍ନୀତ ହୋଇଛନ୍ତି । ସେ ୭ପଏଣ୍ଟ ପାଇଛନ୍ତି । ପ୍ରଜ୍ଞାନନ୍ଦା ୫.୫  ପଏଣ୍ଟ ସହ ଚତୁର୍ଥରେ ରହିଛନ୍ତି । ଅନ୍ୟ ମ୍ୟାଚ୍‌ରେ କାର୍ଲସେନ  ଆମେରିକାର ଫାବିଆନୋ କାରୁଆନାଙ୍କୁ ଏବଂ ଅଲିରେଜା  ଫଇରୌଜା ବିଶ୍ୱ ଚାମ୍ପିଅନ ଚୀନର ଡିଙ୍ଗ୍‌ ଲିରେନଙ୍କୁ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.