ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜନନୀ ଯନ୍ତ୍ରଣା : ରାସ୍ତା ନାହିଁ, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଫିରିଙ୍ଗିଆ,୨୪।୭  କନ୍ଧମାଳ ଜିଲ୍ଲାରେ ଅନେକ ଗାଁ କୁ ରାସ୍ତା ନାହିଁ I ଏଥିପାଇଁ ଗାଁ କୁ ଯାଇପାରୁନି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି I ରାସ୍ତା ନଥିବାରୁ   ଖଟିଆ କିମ୍ବା ଦୋଳରେ ବୁହା ହେଉଛନ୍ତି ଗର୍ଭବତୀ  I ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଆଶା କର୍ମୀ ଓ ଗ୍ରାମବାସୀଙ୍କ ସହଯୋଗରେ ପ୍ରବଳ ବର୍ଷାରେ ପ୍ରାୟ ଏକ କିଲୋମିଟର ଷ୍ଟ୍ରେଚରରେ ବୁହା ହୋଇ ଆସିଥିଲେ ଜଣେ ଗର୍ଭବତୀ I ଘଟଣାଟି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ସାଇତିଙ୍ଗିଆ ରୁଗୁଡ଼ିସାହି ଗାଁରେ I 

ସୂଚନା ଅନୁସାରେ ବୁଧବାର ରୁଗୁଡିସାହି ଗାଁର ମୃତ୍ୟୁଞ୍ଜୟ କହଁରଙ୍କ ସ୍ତ୍ରୀ କମଳିନୀ କହଁରଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା I ପରିବାର ଲୋକେ ଗାଁର ଆଶା କର୍ମୀଙ୍କୁ ଯୋଗାଯୋଗ କରିଥିଲେ I ଆଶା କର୍ମୀ ସରିତା କହଁର ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ I ତତକ୍ଷଣାତ ଆମ୍ବୁଲାନ୍ସ ମଧ୍ୟ୍ୟ ଗାଁ ରେ ପହଞ୍ଚିଥିଲା I କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁ ରେ ଥିବା ସ୍କୁଲ ପର୍ଯ୍ୟନ୍ତ ଯାଇ ଆଉ ଆଗକୁ ଯାଇପାରିନଥିଲା I ଯାହାଫଳରେ ପ୍ରସବ ଯନ୍ତ୍ରଣା ରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ବାଧ୍ୟ ହୋଇ ଆମ୍ବୁଲାନ୍ସର ଷ୍ଟ୍ରେଚରରେ ଆମ୍ବୁଲାନ୍ସ କର୍ମଚାରୀ ସୁନୀଲ କୁମାର ପଣ୍ଡା, ଡ୍ରାଇଭର ଉଛବ ବଗର୍ତି ଓ ଆଲୋକ ପ୍ରଧାନ ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ଏକ କିଲୋମିଟର ବୋହି ଆମ୍ବୁଲାନ୍ସକୁ ଆଣିଥିଲେ । ପରେ ମହିଳା ଜଣକୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ସେଠାରେ ମହିଳା ଜଣକ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଏପରି ସହଯୋଗ ପାଇଁ ଗ୍ରାମବାସୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଏହି ସାଇତିଙ୍ଗିଆ ରୁଗୁଡ଼ି ସାହି ଗାଁରେ ପ୍ରାୟ ୪୦ଟି ପରିବାର ବସବାସ କରିଆସୁଥିବା ବେଳେ ଏହି ଗାଁ କୁ କୌଣସି ରାସ୍ତା ନାହିଁ I ବର୍ଷାଦିନ ଆସିଲେ ଗ୍ରାମବାସୀ ବର୍ଷବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପାଳ ଙ୍କୁ ମଧ୍ୟ୍ୟ ବାରମ୍ବାର ଦାବି କରିଆସୁଛନ୍ତି କିନ୍ତୁ ପ୍ରଶାସନ ପକ୍ଷରୁ ଏହି ଗାଁ କୁ ରାସ୍ତା ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ I ଯାହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଛି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.