ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ବଡ଼ ଭଉଣୀ ଶବ ସତ୍କାର ପାଇଁ ଯାଇଥିଲେ ସାନ ଭଉଣୀ, ଫେରିବା ବାଟରେ ଚାଲିଗଲା ଜୀବନ

Published By : Prameya | April 5, 2025 11:02 PM

ଆନନ୍ଦପୁର, ୫/୪ : ବଡ ଭଉଣୀର ମୃତ୍ଯୁ ଖବର ଶୁଣି ଶେଷ ଦର୍ଶନ ପାଇଁ ପୁଅ ସହ ବାଇକରେ ବାହାରି ଯାଇଥିଲା ସାନ ଭଉଣୀ । କ୍ରିୟା କର୍ମ ସାରି ଫେରିବା ବାଟରେ ବାଇକରୁ ପଡି ଚାଲିଗଲା ସାନ ଭଉଣୀର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ । ମୃତକ ରାମଚନ୍ଦ୍ରପୁର ଥାନା ଜରଦା ଗାଁର ମଞ୍ଜୁଲତା ଜେନା । 

ନିଜ ବଡ଼ ଭଉଣୀର ମୃତ୍ଯୁ ଖବରପାଇ ପୁଅ ସହ ଆଜି ବାଇକ ଯୋଗେ ଭଉଣୀ ଘର ନନ୍ଦିପଦା ଥାନା ଅନ୍ତର୍ଗତ ମୁଗୁପୁରକୁ ଯାଇଥିଲେ । ଫେରିବା ବାଟରେ ୨୦ନଂ ଜାତୀୟ ରାଜପଥର ଶାଳପଡା ଓଭର ବ୍ରିଜଠାରେ ଏକ ହମ୍ପ୍ସ ଅତିକ୍ରମ କରିବା ସମୟରେ ବାଇକରୁ ଖସି ପଡ଼ି ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ମାତ୍ର କେଇ ମିନିଟ୍ ମଧ୍ଯରେ ତାଙ୍ଗର ମୃତ୍ୟୁ ଘଟିଛି । ବିନା ସୂଚନା ଫଳକରେ ହମ୍ପ୍ସ ନିର୍ମାଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟି ଜୀବନ ଯାଉଥିବା ଅଭିଯୋଗ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.