ପୁରୀ,୦୬/୦୪: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ  ଯାତ୍ରା ୨୦୨୫ ନିମନ୍ତେ ରବିବାର ଶ୍ରୀରାମ ନବମୀରେ  ରଥ କାଠ ଚିରଟ ଅନୁକୂଳ ହେବ । ଏଣୁ ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ ନେଇ କଟକ ଯାତ୍ରା କରିବେ । ଖପୁରିଆ  ସ୍ଥିତ କରତକଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ  କାଠ ଚିରା ଅନୁକୂଳ ହେବ । ପରେ ଦଫା ଦଫା  ହୋଇ ଚିରଟ କାଠ ବଡ଼ଦାଣ୍ଡରେ ପହଞ୍ଚିବ । ରଥତ୍ରୟ  ନିର୍ମାଣ ଉଦ୍ଦେଶ୍ୟରେ ବିଭିନ୍ନ ବନଖଣ୍ଡରୁ କାଠ ଗଡ଼  ବଡ଼ଦାଣ୍ଡ ରଥ ଖଳା ଓ କରତ କଳରେ ପହଞ୍ଚୁଛି ।  ରଥ ନିର୍ମାଣ ପରମ୍ପରା କ୍ରମେ ସରସ୍ୱତୀ ପୂଜାରେ  ରଥଖଳାରେ ରଥକାଠ ପୂଜା ହୋଇଥିଲା । ଶ୍ରୀରାମ  ନବମୀରେ ରଥକାଠ ଚିରଟ ଅନୁକୂଳ ହୋଇ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯାଏ ।