ନୂଆଦିଲ୍ଲୀ,୦୬/୦୬: ଆଗାମୀ ପ୍ୟାରିସ ପାରାଲିମ୍ପିକ୍ସରେ ଭାରତରୁ ମୋଟ୍ ୧୩ ଜଣ ପାରା-ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ କରିବେ। ଏନେଇ ବିଶ୍ୱ ବ୍ୟାଡମିଣ୍ଟନ ସଂଘ (ବିଡବ୍ଲ୍ୟୁଏଫ୍) ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ତାଲିକାରେ କ୍ରିଷ୍ଣା ନାଗର ରହିଛନ୍ତି ।
ବିଡବ୍ଲ୍ୟୁଏଫ୍ର ଘୋଷଣା ଅନୁସାରେ, ‘ପାରାଅଲିମ୍ପିକ୍ସ ପାଇଁ ମୋଟ୍ ୧୨୦ ବ୍ୟାଡମିଣ୍ଟନ ଖେଳାଳି ଯୋଗ୍ୟତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ୩୧ଟି ଦେଶରୁ ୬୦ ପୁରୁଷ ଓ ୬୦ ମହିଳା ରହିଛନ୍ତି । ପାରା ବ୍ୟାଡମିଣ୍ଟନରେ ୧୬ଟି ଇଭେଣ୍ଟ (୧୨ଟି ସିଙ୍ଗଲ୍ସ ଓ ୪ଟି ଡବଲ୍ସ) ରହିଛି । ପାରା ଅଲିମ୍ପିକ୍ସ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ ।