ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଆମେରିକା ପାଖରୁ ହାରିବା ପରେ ପାକିସ୍ତାନ ଟିମ୍‌ ବିରୋଧରେ ଆସିଲା ବଲ୍‌ ଟାମ୍ପରିଂ ଅଭିଯୋଗ

ଟେକ୍ସାସ୍‌: ଆମେରିକା ପାଖରୁ ଲଜ୍ଜାଜନକ ପରାଜୟ ଭୋଗିବା ପରେ ପାକିସ୍ତାନ ଟିମ୍‌ ନାଁରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ । ଆମେରିକା ବିପକ୍ଷ ମ୍ୟାଚରେ ପାକିସ୍ତାନର ଷ୍ଟାର ବୋଲର ହାରିସ୍ ରୌଫ ବଲ୍ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଛି। ଆମେରିକା କ୍ରିକେଟ୍ ଦଳର ସଦସ୍ୟ ଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର୍ ରୁଷ୍ଟି ଥେରନ୍ ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଟ୍ୟାଗ୍ କରି ପାକିସ୍ତାନୀ ବୋଲର ରୌଫଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଟି-୨୦ ବିଶ୍ବକପରେ ଆମେରିକା ବିପକ୍ଷରେ ହାରିସ୍ ରୌଫ ୪ ଓଭରରେ ମାତ୍ର ୧ ୱିକେଟ୍ ନେଇ ୩୭ ରନ୍ ବ୍ୟୟ କରିଥିଲେ। ଥେରନ୍ଙ୍କ ଅଭିଯୋଗ ଅନୁସାରେ, ରୌଫ ଆମେରିକାର ବ୍ୟାଟରଙ୍କୁ ରିଭର୍ସ ସୁଇଙ୍ଗ ଏବଂ ବାଉଁସର ବଲ ପକାଇବା ଲାଗି ତାଙ୍କର ନଖ ମାଧ୍ୟମରେ ନୂତନ ବଲକୁ ରାମ୍ପି ରାମ୍ପି ପୁରୁଣା କରିବାକୁ ଚେଷ୍ଟା କରିଥିଲେ ।ତେବେ ଏହି ଘଟଣାରେ ଆମେରିକା ପକ୍ଷରୁ ଆଇସିସି ନିକଟରେ କୌଣସି ବିଧିବଦ୍ଧ ଭାବେ ଅଭିଯୋଗ କରାଯାଇନାହିଁ । ଏପରିକି ଥେରନଙ୍କ ଅଭିଯୋଗ ଉପରେ ଆଇସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । 

ଆଇସିସିକୁ ଟ୍ୟାଗ କରି ଥେରନ୍ ଏକ୍ସରେ ଲେଖିଛନ୍ତି ଯେ, ‘ପାକିସ୍ତାନ କଣ ନୂଆ ବଲ୍‌ ସହ କିଛି କରିନାହିଁ, ଆଇସିସି ଆମେ କଣ କେବଳ ଦେଖାଇ ହେଉଛନ୍ତି ? ଦୁଇ ଓଭର ପୂର୍ବରୁ ନିଆଯାଇଥିବା ନୂଆ ବଲରେ କଣ ରିଭର୍ସ ସୁଇଙ୍ଗ କରିବା ସମ୍ଭବ ? । ନଖରେ ବଲକୁ ହାରିସ ରୌଫ ରାମ୍ପୁଥିବା ଦେଖିପାରୁଥିବେ  ।’

ଗତକାଲିର ମ୍ୟାଚ୍‌ ଉପରେ ନଜର ପକାଇଲେ, ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ ଟାଇରେ ଶେଷ ହୋଇଥିଲା। କିନ୍ତୁ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରି ଆମେରିକା ଇତିହାସ ସୃଷ୍ଟି କରିଛି। ସୁପର ଓଭରରେ ମହମ୍ମଦ ଅମିରଙ୍କ କ୍ରମାଗତ ଓ୍ବାଇଡ୍‌ ପାକିସ୍ତାନର ପରାଜୟର ମୁଖ୍ୟ କାରଣ ଥିଲା। ଆମେରିକା ଜିତିବା ପାଇଁ ସୁପର ଓଭରରେ ବୋଲିଂ କରି ସୌରଭ ନେଟ୍ରାଭାଲକର ହିରୋ ହୋଇଛନ୍ତି। ପ୍ରଥମେ ଖେଳି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ୪୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଏବଂ ଶାଦବ ଖାନ ୪୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.