ବ୍ରହ୍ମପୁର,୨୦।୪ : ବ୍ରହ୍ମପୁରରେ ପୁଣି ଗର୍ଜିଲା ଅପରାଧୀଙ୍କ ବନ୍ଧୁକ। ପୁଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ । ପେଶାଦାର ଅପରାଧୀ କଲେ ଫାଙ୍କା ଗୁଳି ଚାଳନା । ଖଜୁରିଆ ନୂଆ ବନ୍ଧ ନିକଟରେ କଲେ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା।
ରବିବାର ଜଣେ ପେଶାଦାର ଅପରାଧୀ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା ଖଜୁରିଆ ନୂଆ ବନ୍ଧ ନିକଟରେ କରିଥିଲେ। ସେଠାରେ କିଛି ଲୋକଙ୍କ ନାମ ନେଇ ସେ ଆତଙ୍କ ଖେଳେଇଥିଲେ। ଗଜପତି ନଗର, ବିଜିପୁର, ଆୟକର ଅଫିସ ପରେ ଏବେ ଖଜୁରିଆରେ ବନ୍ଧୁକଧାରି ଅପରାଧୀଙ୍କ ଆତଙ୍କ ପୁଲିସ ପାଇଁ ଚିନ୍ତା ବଢ଼ାଇଦେଇଛି।