ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦଳ ହାସଲ କଲେ ୧୨ ପଦକ

Published By : Prameya | April 20, 2025 10:17 PM

ଗୋପାଳପୁର ,୨୦।୪: ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହିଳା ଓ ପୁରୁଷ କ୍ରୀଡା ଦଳ ୧୨ ଟି  ପଦକ ହାସଲ କରିଛି l ଏଥିରେ ସ୍ବର୍ଣ୍ଣ ପଦକ ୨,ସିଲଭର ୧ ଓ ବ୍ରେlଞ୍ଚ ୯ ଟି ପଦକ ରହିଛି। ଚଳିତ ମାସ ୧୬ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଓଡିଶା ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l 

ଉଦଯାପନୀ ଉତ୍ସବରେ ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପୁରୁଷ ବର୍ଗରେ ଖୋଖୋ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ,ଟେବୁଲ ଟେନିସ ରେ ୨ୟ ସ୍ଥାନ ଅଧିକାର କରି ରୌପ୍ୟ, ବାସ୍କେଟ ବଲ ,କବାଡି ,ଚେସ ,ବ୍ୟାଡ଼ମିଣ୍ଟନ ସିଙ୍ଗଲ ଓ ଡବଲ ତୃତୀୟ ସ୍ଥାନ ଅଧିକାର କରି ବ୍ରେlଞ୍ଚ ପଦକ ହାସଲ  କରିଥିଲା। ମହିଳା ବର୍ଗରେ ବାସ୍କେଟ ବଲ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ,ଖୋଖୋ ,ଚେସ ,ବେଡ଼ମିଣ୍ଟନ ସିଙ୍ଗଲ ଓ ଡବଲ ରେ ତୃତୀୟ ସ୍ଥାନ ଅଧିକାର କରି ବ୍ରେlଞ୍ଚ ପଦକ ହାସଲ କରିଛନ୍ତି l 

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅର୍ଜୁନ ପୁରସ୍କାର ପ୍ରାପ୍ତ ଧାବିକା ଦ୍ୱତୀ ଚାନ୍ଦ,ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି,କୁଳସଚିବ ଡ଼.ଶଶିକାନ୍ତ ଜେନା,ନୋଡାଲ ଅଫିସର ଡ଼.ଦାମଦୋର ସାହୁ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ମେଡଲ,ଟ୍ରଫି ସହ ପ୍ରଥମ ସ୍ଥାନକୁ ୫୦ ହଜାର ,ଦ୍ୱିତୀୟକୁ ୪୦ ହଜାର ଓ ତୃତୀୟକୁ ୧୨ ହଜାର ୫୦୦ ଟଙ୍କା ଅର୍ଥରାଶି ପ୍ରଦାନ କରିଥିଵା ରାଜେଶ ମହାନ୍ତି ସୂଚନା ଦେଇଛନ୍ତି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କ୍ରୀଡା ପରିଷଦ ପକ୍ଷରୁ ସମ୍ପାଦକ ଡ. ସାରଦା ପ୍ରସାଦ ସାହୁ, କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରମୁଖ ଶୁଭେଛା ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.