ଭୁବନେଶ୍ବର,୧୬।୪ : ସ୍ତ୍ରୀକୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ସ୍ବାମୀ। ଦୀର୍ଘ ୯ ମାସ ପରେ ଅଭିଯୁକ୍ତ ସ୍ବାମୀକୁ ବିଶାଖାପାଟଣାରୁ ଗିରଫ କରିଛି ଗୋଳନ୍ଥରା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଲକ୍ଷ୍ମୀକାନ୍ତ ମହାରଣା।
୨୦୨୪ ମସିହା ମାର୍ଚ୍ଚ ୧୧ ତାରିଖରେ ରାଣୀ ମହାରଣାଙ୍କୁ ଲକ୍ଷ୍ମୀକାନ୍ତ ବିବାହ କରିଥିଲା । ଅଧିକ ଯୌତୁକ ଦାବୀ କରି ୨୦୨୪ ମସିହା ଜୁଲାଇ ୧୫ ତାରିଖରେ ରାଣୀଙ୍କୁ ସ୍ୱାମୀ ଲକ୍ଷ୍ମୀକାନ୍ତ ହତ୍ୟା କରିଥିଲା। ଆତ୍ମହତ୍ୟାର ରୂପରେଖ ଦେବାକୁ ଚେଷ୍ଟା କରି ଏମକେସିଜି ମେଡିକାଲରୁ ଲକ୍ଷ୍ମୀକାନ୍ତ ଚମ୍ପଟ ମାରିଥିଲା। ପରବର୍ତ୍ତୀ ସମୟରେ ହତ୍ୟା ମାମଲା ଉଠାଇ ଦେବାକୁ ଧମକ ରାଣୀଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲା । ଏ ନେଇ ରାଜେଶ ମହାରଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଉ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ଗିରଫ ଲକ୍ଷ୍ମୀକାନ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୪ ଟି ମାମଲା ରହିଛି ବୋଲି ବ୍ରହ୍ମପୁର ଏସ.ପି ସୂଚନା ଦେଇଛନ୍ତି।