ନୂଆଦିଲ୍ଲୀ,୧୯/୦୯: ସଂସଦର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନର ପ୍ରକ୍ରିୟା ଶେଷ ହେବା ସହିତ ସଂସଦ ଗୃହର ପୁରୁଣା କୋଠା ଇତିହାସ ପାଲଟିଗଲା। ଅଧିବେଶନର ପ୍ରଥମ ଦିନରେ ପୁରାତନ ସଂସଦର ସ୍ମୃତି ସତେଜ ହୋଇଥିଲା କାରଣ ଏହା ଲୋକସଭାରେ ସଂସଦର ଶେଷ କାର୍ଯ୍ୟଦିବସ ଥିଲା। ଦ୍ୱିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର ଉଭୟ ଗୃହର ସାଂସଦମାନେ ସେଣ୍ଟ୍ରାଲ ହଲରେ ବୈଠକ କରିବେ ଏବଂ ପରେ ନୂତନ ସଂସଦକୁ ଯିବେ ଏବଂ ବାକି ଅଧିବେଶନ ସେଠାରେ ଆରମ୍ଭ ହେବ। ପୁରୁଣା ସଂସଦ ଗୃହ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଏବଂ ୯୬ ବର୍ଷରୁ ଅଧିକ ସମୟ ଧରି ଭାରତର ଗଣତାନ୍ତ୍ରିକ ଯାତ୍ରାର ମୁକସାକ୍ଷୀ।
୧୮ ଜାନୁଆରୀ ୧୯୨୭ ରେ ତତ୍କାଳୀନ ଭାଇସରାଏ ଲର୍ଡ ଇରୱିନ୍ଙ୍କ ଦ୍ୱାରା ପୁରାତନ ସଂସଦ ଗୃହ ଉଦ୍ଘାଟିତ ହୋଇଥିଲା। ଏହି ଭବନରେ ଔପନିବେଶିକ ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ସ୍ୱାଧୀନତାର ସକାଳ, ସମ୍ବିଧାନ ଗ୍ରହଣ ଏବଂ ଅନେକ ବିଲ୍ ପାସ୍ ହୋଇଛି, ସେଗୁଡ଼ିକ ମଧ୍ୟରୁ ଅନେକ ଐତିହାସିକ ଏବଂ ଅନେକ ବିବାଦୀୟ ମଧ୍ୟ ଥିଲା ଏବଂ ରହିଛି। ଏପରି ଅନେକ ବିଲ୍ ଥିଲା ଯାହା ଲୋକଙ୍କ ଭାଗ୍ୟ ଏବଂ ଜୀବନରେ ଏକ ମୋଡ଼ ସାବ୍ୟସ୍ତ ହୋଇଥିଲା। ଯଦିଓ ସଂସଦ ଇତିହାସରେ ଅନେକ ବିଲ୍ ପାରିତ ହୋଇଛି, କିନ୍ତୁ ଆମେ ସେହି ବିଲ୍ ବିଷୟରେ ଆଲୋଚନା କରିବା ଯାହା କେବଳ ଦେଶରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ହେଡଲାଇନ୍ ହୋଇଥଲା....
ଭାରତର ପୁୁରୁଣା ସଂସଦ ଭବନ
ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍କୁ ମୋଦୀ ସରକାରଙ୍କ ଅନୁମୋଦନ! ଆସନ୍ତାକାଲି ସଂସଦରେ ହେବ ଉପସ୍ଥାପନ
ସମସ୍ତଙ୍କ ପାଇଁ ଶିକ୍ଷା:
ଶିଶୁମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ୨୦୦୯ ରେ ସଂସଦ ଦ୍ବାରା ପାରିତ ହୋଇଥିଲା। ଏହି ବିଲ୍ ଅନୁଯାୟୀ, ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ମନମୋହନ ସରକାରଙ୍କ ସମୟରେ ଏହି ବିଲ୍ ପାରିତ ହୋଇଥିଲା। ଭାରତୀୟ ସମ୍ବିଧାନର ଧାରା ୨୧ (କ) ଅନୁଯାୟୀ ଶିକ୍ଷା ଅଧିକାର ଭାରତରେ ଶିକ୍ଷାର ଦୃଶ୍ୟପଟ୍ଟ ପରିବର୍ତ୍ତନ କରିବାରେ ଏକ ପ୍ରମୁଖ ପଦକ୍ଷେପ ଥିଲା। ଏକ ରାଷ୍ଟ୍ରର ଉନ୍ନତି ଏବଂ ପିଲାମାନଙ୍କୁ ଅତ୍ୟାବଶ୍ୟକ କୌଶଳ ସହିତ ସଜାଇବା ପାଇଁ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଉପକରଣ। ୟୁନେସ୍କୋ ରିପୋର୍ଟ ଅନୁଯାୟୀ, ବିଶ୍ବର ୧୫୯ ଟି ଦେଶ ୯ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ମାଗଣା ଶିକ୍ଷା ଗ୍ୟାରେଣ୍ଟି ଦିଅନ୍ତି ଏବଂ ଭାରତ ବର୍ତ୍ତମାନ ଏହି ତାଲିକାର ଏକ ଅଂଶ ଅଟେ।
ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା:
ଜାତୀୟ ଖାଦ୍ୟ ସୁରକ୍ଷା ବିଲ୍ ସଂସଦ ଦ୍ବାରା ୨୦୧୩ରେ ପାରିତ ହୋଇଥିଲା। ସେତେବେଳେ କେନ୍ଦ୍ରରେ ମନମୋହନ ସିଂଙ୍କ ସରକାର ଥିଲା। ଏହାର ଉଦ୍ଦେଶ୍ୟ ହେଉଛି ସୁଲଭ ମୂଲ୍ୟରେ ଗରିବ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇବା। ୭୫% ଗ୍ରାମୀଣ ଜନସଂଖ୍ୟା ଏବଂ ୫୦% ସହରାଞ୍ଚଳ ଜନସଂଖ୍ୟା ପାଇଁ କଭରେଜ୍ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅର୍ଥାତ୍ ଦେଶର ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ଏହି ଯୋଜନା ଅଧିନରେ ରହିଛନ୍ତି। ଏଥିରେ ହିତାଧିକାରୀଙ୍କୁ କିଲୋଗ୍ରାମ ପିଛା ଚାଉଳ ତିନି ଟଙ୍କା, ଦୁଇ ଟଙ୍କାରେ ଗହମ ଏବଂ ଏକ ଟଙ୍କା କିଲୋଗ୍ରାମ ପିଛା ଶସ୍ୟଜାତୀୟ ଦ୍ରବ୍ୟ ଦେବାର ବ୍ୟବସ୍ଥା ରହିଛି।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ,୨୦୧୩
ଓବିସି ସଂରକ୍ଷଣ:
ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ସମ୍ବନ୍ଧୀୟ ବିଲ୍ ୨୦୨୧ ରେ ସଂସଦରେ ପାରିତ ହୋଇଥିଲା। ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଏହି ବିଲ୍ ସଂସଦରେ ପାରିତ ହୋଇଛି। ରାଜ୍ୟ ସରକାରଙ୍କୁ ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର ଦେବା ପାଇଁ ଏହି ବିଲରେ ଏକ ବ୍ୟବସ୍ଥା କରାଯାଇଥିଲା। ଏହା ଏକ ସଂଶୋଧିତ ବିଲ୍, ଯେଉଁଥିରେ ରାଜ୍ୟ ସରକାର ଓବିସି ତାଲିକା ପ୍ରସ୍ତୁତ କରିବାକୁ ସକ୍ଷମ ହେବେ ବୋଲି ଏକ ବ୍ୟବସ୍ଥା ମଧ୍ୟ ରହିଛି। ଏହାର ଅର୍ଥ ହେଉଛି ଯେ ଓବିସି ବର୍ଗରେ ସାମିଲ ହେବା ପାଇଁ ରାଜ୍ୟଗୁଡିକରେ କୌଣସି ଜାତି କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ।
ଜମ୍ମୁ-କଶ୍ମୀର ପୁନର୍ଗଠନ ବିଧେୟକ:
ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍- ଅନୁଚ୍ଛେଦ ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିଛି। ୨୦୧୯ ରେ ଏକ ବିଲ୍ ଆଣି ଜାମ୍ମୁ କାଶ୍ମୀରରୁ ମୋଦୀ ସରକାର ଅନୁଛେଦ ୩୭୦ ରଦ୍ଦ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ ଜାମ୍ମୁ କାଶ୍ମୀର ମଧ୍ୟ ଭାରତର ଅନ୍ୟ ରାଜ୍ୟ ପରି ଏକ ସାଧାରଣ ରାଜ୍ୟରେ ପରିଣତ ହୋଇଥିଲା। ଅନୁଚ୍ଛେଦ ୩୭୦ ର ବ୍ୟବସ୍ଥା ଅନୁଯାୟୀ, ଜମ୍ମୁ-କଶ୍ମୀର ସମ୍ବନ୍ଧରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଏବଂ ଯୋଗାଯୋଗ ସମ୍ବନ୍ଧରେ ଆଇନ ପ୍ରସ୍ତୁତ କରିବାର ଅଧିକାର ସଂସଦର ଥିଲା। କିନ୍ତୁ ଅନ୍ୟ କୌଣସି ବିଷୟ ସହ ଜଡିତ କୌଣସି ଆଇନ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ଥିଲା।
ନାଗରିକତା ସଂଶୋଧନ ବିଲ୍ (ସିଏଏ):
ନାଗରିକତା ସଂଶୋଧନ ବିଲ୍ (ସିଏଏ) - ଏହା ଦେଶର ଇତିହାସରେ ସବୁଠାରୁ ବିବାଦୀୟ ବିଲ୍ ମଧ୍ୟରୁ ଅନ୍ୟତମ। ଏହି ବିଲ୍ର ବିରୋଧରେ ଦିଲ୍ଲୀର ଶାହିନ୍ ବାଗରେ ଏକ ପ୍ରତିବାଦ ହୋଇଥିଲା, ଯାହାର ସ୍ବର ବିଦେଶକୁ ବ୍ୟାପିଥିଲା। ୨୦୧୯ ରେ ସଂସଦ ଦ୍ବାରା ଏହି ବିଲ୍ ପାରିତ ହୋଇଥିଲା। ଏହା ଅଧୀନରେ ହିନ୍ଦୁ, ଖ୍ରୀଷ୍ଟିଆନ, ପାର୍ସୀ, ଜୈନ, ଶିଖ ଏବଂ ବୌଦ୍ଧ ଧର୍ମ ଅନୁସରଣ କରୁଥିବା ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି, ଯେଉଁମାନେ ପାକିସ୍ଥାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଧାର୍ମିକ ନିର୍ଯାତନାରୁ ପଳାୟନ କରିଥିଲେ। ୩୧ ଡିସେମ୍ବର ୨୦୧୪ ର ନିର୍ଣ୍ଣାୟକ ତାରିଖ ସୁଦ୍ଧା ଭାରତରେ ପ୍ରବେଶ କରିଥିବା ପ୍ରବାସୀ ଭାରତୀୟଙ୍କ ନାଗରିକତ୍ୱ ପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବେ।
ନାଗରିକତା ସଂଶୋଧନ ବିଲ୍ (ସିଏଏ), ୨୦୧୯
ଅଧିକ ପଢ଼ନ୍ତୁ: ଆଦିତ୍ୟ ଏଲ-୧ କୁ ନେଇ ଇସ୍ରୋ ଦେଲା ଖୁସି ଖବର; ପୃଥିବୀ ଠାରୁ କେତେ ଦୂରରେ ଅଛି ସୂର୍ଯ୍ୟଯାନ
ଦ୍ରବ୍ୟ ଓ ସେବା କର ବିଲ୍:
୨୦୧୭ ରେ ସଂସଦ ଦ୍ୱାରା କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଲ୍ ପାରିତ ହୋଇଥିଲା। ଜିଏସ୍ଟି ଅଧୀନରେ ସାମଗ୍ରୀ ଏବଂ ସେବା ଉପରେ ଏକ ସମାନ ଟିକସ ଲାଗୁ କରାଯାଇଛି। ଏହା ଲାଗୁ ହେବା ପରେ ପ୍ରତ୍ୟେକ ସାମଗ୍ରୀ ଓ ସେବା କର ଉପରେ ଭ୍ୟାଟ୍, ଏକ୍ସାଇଜ୍ ଏବଂ ସର୍ଭିସ୍ ଟ୍ୟାକ୍ସ ସ୍ଥାନରେ କେବଳ ଗୋଟିଏ ଟ୍ୟାକ୍ସ ଲାଗୁ ହୋଇଛି।
ଓ୍ବାନ ରାଙ୍କ ଓ୍ବାନ ପେନ୍ସନ୍:
୨୦୧୪ ମସିହାରେ କେନ୍ଦ୍ର ସରକାର ଅବସରପ୍ରାପ୍ତ ସୈନିକମାନଙ୍କ ପାଇଁ ୱାନ ରାଙ୍କ ୱାନ ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ। ୱାନ୍ ରାଙ୍କ୍-ୱାନ୍ ପେନ୍ସନ୍ ନୀତି ଅନୁଯାୟୀ, ଅଲଗା ଅଲଗା ସମୟରେ ଅବସର ନେଇଥିବା ସମାନ ପଦବୀ ବା ରାଙ୍କ୍ର ସୈନିକମାନଙ୍କ ପେନ୍ସନ୍ ପରିମାଣରେ କୌଣସି ବଡ଼ ପାର୍ଥକ୍ୟ ରହିବ ନାହିଁ।
ମୁସଲିମ ମହିଳା ଅଧିନିୟମ: ତ୍ରିପଲ୍ ତଲାକ ସମ୍ବନ୍ଧୀୟ ଏହି ବିଲ୍ ମୁସଲମାନ ମହିଳାମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିଲା। ଏହା ଅଧୀନରେ ତ୍ରିପଲ ତଲାକ କହିବା ବେଆଇନ ଅଟେ।। କୌଣସି ମୁସଲମାନ ପୁରୁଷ ଗୋଟିଏ ଥରରେ ନିଜ ପତ୍ନୀଙ୍କୁ ତ୍ରିପଲ ତଲାକ ଦେଇ ପାରିବେ ନାହିଁ। ଯଦି ଏପରି ହୁଏ ତେବେ ବିନା ୱାରେଣ୍ଟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିପାରିବ।
You can also read: